ଜିଲ୍ଲା ସ୍ତରୀୟ ହାକାଥନ୍ କାର୍ଯ୍ୟକ୍ରମ ଉଦ୍ଘାଟିତ


 

 ଟୁକୁର୍ଲା ତା ୫/୮- ଜିଲ୍ଲା ବିଜ୍ଞାନ କେନ୍ଦ୍ର   ଟୁକୁର୍ଲା, ବରଗଡ଼ ଠାରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରକଳ୍ପ ଭିତ୍ତିକ ହାକାଥନ୍ କାର୍ଯ୍ୟକ୍ରମ ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀ ରାଧାକାନ୍ତ ଛତ୍ରୀଙ୍କ ଦ୍ଵାରା ଉଦ୍ଘାଟିତ ହୋଇ ଯାଇଛି। ଉଦ୍ଘାଟନୀ ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରୀ ସଭାପତିତ୍ବ କରିଥିବା ବେଳେ ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ସୁରେନ୍ଦ୍ର ସାହୁ, ଶ୍ରୀ ସରୋଜ ଭୁଏ, ଶ୍ରୀ ଲୋକନାଥ ଭୋଇ, ଶ୍ରୀ ଶୁଭମ୍ ପତି ଓ ଶ୍ରୀ ଚୂଡ଼ାମଣି ବାରିକ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ହାକାଥନ୍ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।ଏହି କାର୍ଯ୍ୟକ୍ରମଟିକୁ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଧୀରୋଜ କୁମାର ପଟ୍ଟନାୟକ ସଂଯୋଜନା କରିଥିଲେ। ଜିଲ୍ଲା ର ବିଭିନ୍ନ ଉଚ୍ଚ ମାଧ୍ୟମିକବିଦ୍ୟାଳୟ ରୁ ୩୫ ଟି ପ୍ରକଳ୍ପ ଛାତ୍ରଛାତ୍ରୀ ମାନେ ପ୍ରଦର୍ଶିତ କରିଥିଲେ। ବିଚାରକ ଭାବରେ ଭୁକ୍ତା ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ଜୟନ୍ତ କୁମାର ସାହୁ,ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ଅନିରୁଦ୍ଧ ରୋହିଦାସ, ଓ ୟୁ ଏ ଟି ଛାତ୍ର ଶ୍ରୀ ଅଭିଷେକ ଦାଶ ଓ ବୈଭବ କୁମାର ମିଶ୍ର ବିଚାରକ ଦାୟିତ୍ଵ ତୁଲାଇଥିଲେ।ପରିଶେଷରେ ପାଇକମାଲ ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

Comments

Popular posts from this blog

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା

ବରପାଲି ରେ ସେବା ସପ୍ତାହ ଆଜି ଉଦଯାପିତ

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ