ସ୍ମାର୍ଟ ମିଟର ସମ୍ପୂର୍ଣ ରୂପେ ସୁରକ୍ଷିତ ଏବଂ ଭରସାଯୋଗ୍ୟ- ଟିପିଡବ୍ଲ୍ୟୁଓଡିଏଲ୍


 -ସ୍ମାର୍ଟ ମିଟର ସମ୍ପୂର୍ଣ ରୂପେ ସୁରକ୍ଷିତ ଏବଂ ଭରସାଯୋଗ୍ୟ- ଟିପିଡବ୍ଲ୍ୟୁଓଡିଏଲ୍


 :-ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପିଡବ୍ଲ୍ୟୁଓଡିଏଲ୍ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବା ସହ ଗ୍ରାହକ ସେବା ପାଇଁ ସଦାସର୍ବାଦା ପ୍ରତିଶୃତିବଦ୍ଧ ରହିଛି । ଏହି ପରୀପ୍ରେକ୍ଷରେ ବରଗଡ଼ ଜିଲ୍ଲାରେ ସ୍ମାର୍ଟମିଟରକୁ ନେଇ ଲାଗି ରହିଥ‌ିବା କଳ୍ପନାଜଳ୍ପନା ଓ ଆନ୍ଦୋଳନ ସ୍ମାର୍ଟ ମିଟର ଭଙ୍ଗା ଯିବା ଘଟଣାର ସମସ୍ତ ଉତ୍ତର ଦେବା ଉଦ୍ୟଶ୍ୟରେ କମ୍ପାନୀ ତରଫରୁ ସ୍ଥାନୀୟ ଗଣପତି ହୋଟେଲ ଠାରେ  ଏକ ସାମ୍ବାଦିକ ସମ୍ମିଳନୀ  କମ୍ପାନୀ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବଣୀ ବର୍ମା, କମ୍ପାନୀର ଅପରେସନ୍ ମୁଖ୍ୟ ଶ୍ରୀ ଆଶିସ୍ କୁମାର ପାଟ୍ଟଯୋଶୀ, କମ୍ପାନୀର ବାଣିଜିକ ମୁଖ୍ୟ ଶ୍ରୀ ପି. ପି. ତେନ୍ଦୁଲକର ଏବଂ ବରଗଡ଼ ବିଦ୍ୟୁତ୍ ମଣ୍ଡଳର ମୁଖ୍ୟ ଶ୍ରୀ ସୁରେନ୍ଦ୍ର ହୋତା ଉପସ୍ଥିତ ଥିଲେ। ଏହି ସମ୍ବାଦିକ ସମ୍ମଳନୀରେ ଟିପିଡବ୍ଲ୍ୟୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ କୁମାର ବର୍ମା କମ୍ପାନୀର ପକ୍ଷ ରଖିବାକୁ ଯାଇ ପ୍ରକାଶ କରିଛନ୍ତି ଯେ, କମ୍ପାନୀ ତରଫରୁ ଲଗାଯାଉଥିବା ସମସ୍ତ ସ୍ମାର୍ଟ ମିଟର ସମ୍ପୂର୍ଣ ରୂପେ ନିର୍ଭରଯୋଗ୍ୟ ଏବଂ ବିଶ୍ବସନୀୟ । ମାନ୍ୟବର ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ କମ୍ପାନୀ ପକ୍ଷରୁ ସମସ୍ତ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ସ୍ମାର୍ଟ ମିଟର ବସାଯାଉଅଛି । ଏହି ସ୍ମାର୍ଟ ମିଟର ସଂପୂର୍ଣ ରୂପେ ସଠିକ୍ ବିଦ୍ୟୁତ୍ ବ୍ୟବହାରକୁ ପରଖୁଥାଏ ଏବଂ ସଠିକ୍ ଭାବରେ ଗ୍ରାହକଙ୍କ ବ୍ୟବହାର ଅନୁଯାଇ ମିଟର ରିଡିଂ ଦର୍ଶାଇଥାଏ । ସ୍ମାର୍ଟ ମିଟର କେବଳ କମ୍ପାନୀର କମ୍ପୁଟରମାନଙ୍କ ସହିତ ଯୋଗସୂତ୍ର ଅଟୋମେଟିକ୍ ଭାବରେ ରକ୍ଷା କରିଥାଏ । ଏହା ଦ୍ବାରା ଗ୍ରାହକମାନଙ୍କ ମିଟର ରିଡିଂ ପ୍ରତ୍ୟେକ 30 ଦିନ ବ୍ୟବଧାନରେ କମ୍ପାନୀର କମ୍ପ୍ୟୁଟର ଦ୍ବାରା ସଂଗ୍ରହ କରାଯାଇଥାଏ ଏବଂ ତଦନୁସାରେ ଗ୍ରାହକମାନଙ୍କ ମାସକ ବିଲ୍ ଯୋଗାଇ ଦିଆଯାଏ ।ସମସ୍ତ ସ୍ମାର୍ଟ ମିଟର କମ୍ପାନୀ ଦ୍ବାରା ଲାବୋରାଟୋରୀରେ ପରୀକ୍ଷା କରିବା ପରେ ଗ୍ରାହକଙ୍କ ଗୃହ ପରିସରରେ ଲଗାଯାଇଥାଏ ଏବଂ ଏହା ସଂପୂର୍ଣ ସୁରକ୍ଷିତ ଏବଂ ନିର୍ଭରଯୋଗ୍ୟ । ଯଦି କୌଣସି ଗ୍ରାହକମାନଙ୍କ ମନରେ ସ୍ମାର୍ଟ ମିଟରର ଉପକାରିତା ବାବଦରେ କୌଣସି ସନ୍ଦେହ ଉପୁଜୁଥାଏ, ତେବେ ଗ୍ରାହକମାନେ କମ୍ପାନୀର 24 ଘଣ୍ଟିଆ ଦେୟମୁକ୍ତ ଗ୍ରାହକ ସେବା କେନ୍ଦ୍ରକୁ 1 800-3456-798 ରେ ସମ୍ପର୍କ କରି ମାନ୍ୟବର ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ମିଟର ପରୀକ୍ଷା କରିବା ପାଇଁ ଅନୁରୋଧ କରିପାରିବେ ଏବଂ ଗ୍ରାହକଙ୍କ ଅନୁରୋଧ ଅନୁଯାୟୀ ଟିପିଡବ୍ଲ୍ୟୁଓଡିଏଲ୍ ତରଫରୁ ଗ୍ରାହକଙ୍କ ଗୃହ ପରିସରରେ ସ୍ମାର୍ଟ ମିଟରକୁ ପରୀକ୍ଷା କରାଯିବ ବୋଲି ଶ୍ରୀ ବର୍ମା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ।

Comments

Popular posts from this blog

ନଗର ଯାଦବ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ

ଜଗବନ୍ଧୁ ଦାସ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ