ଆତ୍ମ ସମର୍ପଣ କଲେ ଦୁଇ ଦୁର୍ଦ୍ଦାନ୍ତ କ୍ୟାଡ଼ର ମାଓବାଦି


 

 :-ଆତ୍ମ ସମର୍ପଣ କଲେ ଦୁଇ ଦୁର୍ଦ୍ଦାନ୍ତ କ୍ୟାଡ଼ର ମାଓବାଦି ।ବିଜାପୁର କ୍ୟାଡର ମାଓବାଦୀ ପୂଜା ତାତିଙ୍କ ଆତ୍ମ ସମର୍ପଣ।

ସୁକମାର କ୍ୟାଡର ମାଓବାଦି ସଇତୁ ପଡ଼ାମ୍ ଙ୍କ ଆତ୍ମ ସମର୍ପଣ। 

ପୂଜା ତାତିଙ୍କ ନାଁ ରେ ଥିଲା ଚାରି ଲକ୍ଷ ପୁରସ୍କାର । ସଇତୁ ଙ୍କ ନାଁ ରେ ଥିଲା ତିନି ଲକ୍ଷ ପୁରସ୍କାର । ଉଭୟ ଗନ୍ଧମାର୍ଦ୍ଦନ ସଂରକ୍ଷିତ ଜଙ୍ଗଲରେ ସକ୍ରିୟ ଥିଲେ । ଉତ୍ତରାଞ୍ଚଳ ଆଈଜି ଓ ବରଗଡ଼ ଏସପି ଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ପୂଜା ସଇତୁ ବଖାଣିଲେ ଲାଲ ବାହାନିରେ ମହିଳା ଙ୍କ ନିର୍ଯାତନାର କାହାଣୀ । ମାଓବାଦୀଙ୍କ ପାଖରୁ ଅନେକ ମାରଣାସ୍ତ୍ର ମଧ୍ୟ ଜବତ କରିଛି ପୋଲିସ l  ଏନେଇ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ପ୍ରେସମିଟ କରି ସୂଚନା ଦେଇଛନ୍ତି l ସେ କହିଛନ୍ତି ଆମର ମାଓ ଦମନ ଅଭିଯାନ ସବୁବେଳେ ଚାଲିଛି l ଆଗକୁ ମଧ୍ୟ ଏହି ଅଭିଯାନ ଚାଲିବ l ସେହିପରି ଆଇଜି କହିଛନ୍ତି ମାଓବାଦୀ ମାନେ ସମର୍ପଣ କରନ୍ତୁ ନହେଲେ ନିସ୍ତାର ନାହିଁ l ଅନ୍ୟପଟେ ଆତ୍ମସମର୍ପଣ କରିଥିବା ମାଓବାଦୀ କହିଛନ୍ତି ସମସ୍ତେ ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ l


Comments

Popular posts from this blog

ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା