୭୮ ତମ ସ୍ୱାଧୀନତା ଦିବସ ଅବସର ରେ ରଚନା ଓ ସଙ୍ଗୀତ ପ୍ରତିଯୋଗିତା


 ୭୮ ତମ ସ୍ୱାଧୀନତା ଦିବସ ଅବସର ରେ ରଚନା ଓ ସଙ୍ଗୀତ ପ୍ରତିଯୋଗିତା।


ବରପାଲି ତା ୦୬-୦୮ (ଚିତ୍ତରଞ୍ଜନ ସାହୁ)

ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ଵାଧୀନତା ଦିବସ ଅବସର ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ରଚନା ଓ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି।

ସ୍ଥାନୀୟ ଗଙ୍ଗାଧର କଲ୍ୟାଣ ମଣ୍ଡପ ଠାରେ ପୂର୍ବାହ୍ନ ୧୧ ଟା ସମୟ ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିବା ବେଳେ ଅପରାହ୍ନ ୨ ଟା ରେ ସଙ୍ଗୀତ ପ୍ରତିଯୋଗିତା ହୋଇଥିଲା ।ଆଜିର ଏହି ପ୍ରତିଯୋଗିତା ରେ ଲରମ୍ଭା କଲେଜ ଅଧ୍ୟାପକ ପବିତ୍ର କୁମାର ମହାନା,ପାହାଡ ଶ୍ରିଗିଡା ଆଞ୍ଚଳିକ ଡିଗ୍ରୀ କଲେଜ ଅଧ୍ୟାପକ ଜଗନ୍ନାଥ ପ୍ରଧାନ, କଣ୍ଠ ଶିଳ୍ପୀ ଲକ୍ଷ୍ମୀପ୍ରିୟା ସାହୁ ବିଚାରକ ଭାବରେ ଉପସ୍ଥିତ ଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ  ତହସିଲଦାର ରୁକ୍ମଣ ମେହେର, ବି ଇ ଓ ମକୁନ୍ଦ ମାହାର, ଅତିରିକ୍ତ ବି ଇ ଓ ରତ୍ନକୁମାର ଭୋଇ, ଯୋଗଦାନ କରିଥିବା ବେଳେ ,  ଆୟୋଜନ କମିଟି ର ମୁଖ୍ୟ ଚିତ୍ତ ରଞ୍ଜନ ସାହୁ ଓ ଶିକ୍ଷୟତ୍ରୀ ନିବେଦିତା ସାହୁ  ଏହାକୁ ପରିଚାଳନା କରିଥିଲେ।  ଏହି ପ୍ରତିଯୋଗିତା ରେ ଶତାଧିକ ପ୍ରତିଯୋଗୀ ଭାଗ ନେଇ ଥିଲେ।

Comments

Popular posts from this blog

ଜଗବନ୍ଧୁ ଦାସ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ

ହରି ହର ଭେଟ ପାଇଁ ପ୍ରସ୍ତୁତି ବୈଠକ

ଜିଲ୍ଲା ସ୍ତରୀୟ ରେଡକ୍ରସ ଶିବିର ଉଦଘାଟିତ