୭୮ ତମ ସ୍ୱାଧୀନତା ଦିବସ ଅବସର ରେ ରଚନା ଓ ସଙ୍ଗୀତ ପ୍ରତିଯୋଗିତା


 ୭୮ ତମ ସ୍ୱାଧୀନତା ଦିବସ ଅବସର ରେ ରଚନା ଓ ସଙ୍ଗୀତ ପ୍ରତିଯୋଗିତା।


ବରପାଲି ତା ୦୬-୦୮ (ଚିତ୍ତରଞ୍ଜନ ସାହୁ)

ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ଵାଧୀନତା ଦିବସ ଅବସର ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ରଚନା ଓ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି।

ସ୍ଥାନୀୟ ଗଙ୍ଗାଧର କଲ୍ୟାଣ ମଣ୍ଡପ ଠାରେ ପୂର୍ବାହ୍ନ ୧୧ ଟା ସମୟ ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିବା ବେଳେ ଅପରାହ୍ନ ୨ ଟା ରେ ସଙ୍ଗୀତ ପ୍ରତିଯୋଗିତା ହୋଇଥିଲା ।ଆଜିର ଏହି ପ୍ରତିଯୋଗିତା ରେ ଲରମ୍ଭା କଲେଜ ଅଧ୍ୟାପକ ପବିତ୍ର କୁମାର ମହାନା,ପାହାଡ ଶ୍ରିଗିଡା ଆଞ୍ଚଳିକ ଡିଗ୍ରୀ କଲେଜ ଅଧ୍ୟାପକ ଜଗନ୍ନାଥ ପ୍ରଧାନ, କଣ୍ଠ ଶିଳ୍ପୀ ଲକ୍ଷ୍ମୀପ୍ରିୟା ସାହୁ ବିଚାରକ ଭାବରେ ଉପସ୍ଥିତ ଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ  ତହସିଲଦାର ରୁକ୍ମଣ ମେହେର, ବି ଇ ଓ ମକୁନ୍ଦ ମାହାର, ଅତିରିକ୍ତ ବି ଇ ଓ ରତ୍ନକୁମାର ଭୋଇ, ଯୋଗଦାନ କରିଥିବା ବେଳେ ,  ଆୟୋଜନ କମିଟି ର ମୁଖ୍ୟ ଚିତ୍ତ ରଞ୍ଜନ ସାହୁ ଓ ଶିକ୍ଷୟତ୍ରୀ ନିବେଦିତା ସାହୁ  ଏହାକୁ ପରିଚାଳନା କରିଥିଲେ।  ଏହି ପ୍ରତିଯୋଗିତା ରେ ଶତାଧିକ ପ୍ରତିଯୋଗୀ ଭାଗ ନେଇ ଥିଲେ।

Comments

Popular posts from this blog

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା

ବରପାଲି ରେ ସେବା ସପ୍ତାହ ଆଜି ଉଦଯାପିତ

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ