ଦୁଇଦିନିଆ ରାଜ୍ୟସ୍ତରୀୟ ବୋଚି ଚୟନ ଶିବିର ଉଦଯାପିତ
ଦୁଇଦିନିଆ ରାଜ୍ୟସ୍ତରୀୟ ବୋଚି ଚୟନ ଶିବିର ଉଦଯାପିତ
ବରପାଲି ତା ୧୮/୦୮/୨୦୨୪ ସ୍ଥାନୀୟ ଲିଟିଲ୍ ଏଞ୍ଜେଲସ୍ ପବ୍ଲିକ୍ ସ୍କୁଲ ପରିସରରେ ସ୍ପେସିଆଲ୍ ଅଲମ୍ପିକ ଭାରତ ଓଡ଼ିଶା ପକ୍ଷରୁ ଆୟୋଜିତ ଦୁଇଦିନିଆ ରାଜ୍ୟସ୍ତରୀୟ ବୋଚି ଚୟନ ଶିବିର ଉଦଯାପିତ ହୋଇଯାଇଛି।ଗତ ୧୭ ଓ ୧୮ ତାରିଖ ଦୁଇଦିନ ଧରି ରାଜ୍ୟର ଖୋର୍ଦ୍ଧା,କଟକ, ନୟାଗଡ଼, ବଲାଙ୍ଗୀର, ବରଗଡ଼, ସୋନପୁର, ସୁନ୍ଦରଗଡ଼ ଆଦି ଜିଲ୍ଲାରୁ ୬୨ଜଣ କ୍ରୀଡାବିତ୍ ଓ ୨୧ଜଣ କୋଚ୍ ଓ ୧୨ଜଣ ଅଫିସିଆଲ୍ ଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପ୍ରଥମ ଦିନ ମୁଖ୍ୟ ଅତିଥି ସ୍ପେସିଆଲ୍ ଅଲମ୍ପିକସ୍ ଭାରତ ଓଡ଼ିଶାର ରାଜ୍ୟ ସଭାପତି ଶ୍ରୀମତୀ ସୁନିତା ମୁଣ୍ଡ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।୧୪ ରୁ ୨୧ ବର୍ଷ ବୟସର ଭିନ୍ନକ୍ଷମ ପିଲାମାନଙ୍କୁ ଚୟନ କରାଯାଇଥିଲା । ଉଦଯାପନୀ ସମାରୋହରେ ମୁଖ୍ୟଅତିଥି ବରଗଡ଼ ଜିଲ୍ଲା ଶିଶୁ ସଂରକ୍ଷଣ ଅଧିକାରୀ ମଞ୍ଜୁ ଏକ୍କା ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ।ଏହି ସଭାରେ ଅନ୍ୟତମ ଅତିଥି ସ୍ପେସିଆଲ୍ ଅଲମ୍ପିକ୍ ଭାରତର ସଭାପତି ସୁନିତା ମୁଣ୍ଡ, ଉପସଭାପତି ଉମାକାନ୍ତ ଷଡ଼ଙ୍ଗୀ,କ୍ରୀଡା ନିର୍ଦ୍ଦେଶକ ସସ୍ମିତା ମହାପାତ୍ର, ସରସ୍ଵତୀ ସଂଘର ସଭାପତି , ଲୀଳାବତୀ ତ୍ରିପାଠୀ ଓ ଓପନ ଲର୍ଣ୍ଣିଙ୍ଗ ସିଷ୍ଟମ୍ ସ୍କୁଲର ଅଧ୍ୟକ୍ଷ ମନତୋଷ ବେହେରା ମଞ୍ଚାସୀନ ଥିଲେ। ଭିନ୍ନକ୍ଷମମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ଲକ୍ଷ୍ୟ ରଖି କ୍ରୀଡାବିତମାନଙ୍କୁ ଉତ୍ସାହିତ କରାଯାଇଥିଲା।୨୧ ରୁ ୨୯ ବର୍ଷ ଓ ୩୦ବର୍ଷରୁ ତଦୂର୍ଦ୍ଧ୍ବ କ୍ରୀଡାବିତମାନଙ୍କୁ ଏହିଦିନ ଚୟନ କରାଯାଇଥିଲା।ଏହି ଅବସରରେ ଅନ୍ତର୍ଜାତୀୟ ସ୍ତରରେ ଖେଳିଥିବା କ୍ରୀଡାବିତ୍ ବରପାଲିର ସଚିନ୍ ବାରିକ, ବଲାଙ୍ଗୀର ବୈଷ୍ଣବ ରାଜପାଲିଆ ଏବଂ ଖୋର୍ଦ୍ଧାର ଅରିଦିତା ଚକ୍ରବର୍ତ୍ତୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଖେଳ ଶେଷରେ କୃତକାର୍ଯ୍ୟ ହୋଇଥିବା ଖେଳାଳୀଙ୍କୁ ଅତିଥିଗଣ ପୁରସ୍କୃତ କରିବା ସହ କୋଚ୍ ମାନଙ୍କୁ ସରସ୍ବତୀ ସଂଘ ତରଫରୁ ସ୍ମାରକ ଉପହାର ପ୍ରଦାନ କରିଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପରେ ମାର୍ଚ୍ଚପାଷ୍ଟ କରାଯାଇ ଶିବିରର ଉଦ୍ ଯାପନୀ ଘୋଷଣା କରାଯାଇଥିଲା l ୟୁନିଫାଏଡ଼ ଗ୍ରୁପ୍ ର ମିନତି ପ୍ରଧାନ , ପୁରନ୍ଦର ସିଂହ ଏବଂ. ୟୁଥ୍ ଲିଡର ଅର୍ପିତ ମହାପାତ୍ରଙ୍କ ସହଯୋଗ ପ୍ରଶଂସନୀୟ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ଆସିଥିବା କୋଚ୍ , ସରସ୍ବତୀ ସଂଘର କର୍ମକର୍ତ୍ତାଗଣ, ଲିଟିଲ ଏଞ୍ଜେଲସ ପବ୍ଲିକ ସ୍କୁଲର କାର୍ଯ୍ୟକର୍ତ୍ତା ଓ ଛାତ୍ରଛାତ୍ରୀଗଣ ସହଯୋଗ କରିଥିଲେ ।
Comments
Post a Comment