୭୮ ତମ ସ୍ୱାଧୀନତା ଦିବସ ଅବସର ରେ ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା


 ୭୮ ତମ ସ୍ୱାଧୀନତା ଦିବସ ଅବସର ରେ ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା।


ବରପାଲି ତା ୦୭-୦୮ (ଚିତ୍ତରଞ୍ଜନ ସାହୁ)

ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ଵାଧୀନତା ଦିବସ ଅବସର ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି।

ସ୍ଥାନୀୟ ଗଙ୍ଗାଧର କଲ୍ୟାଣ ମଣ୍ଡପ ଠାରେ ପୂର୍ବାହ୍ନ ୧୧ ଟା ସମୟ ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିବା ବେଳେ ଅପରାହ୍ନ ୨ ଟା ରେ ବକୃତା ପ୍ରତିଯୋଗିତା ହୋଇଯାଇଛି ।ଆଜିର ଏହି ପ୍ରତିଯୋଗିତା ରେ ଚିତ୍ରଶିଳ୍ପୀ ପଦ୍ମଲୋଚନ ସାହୁ,ସଂସ୍କୃତ ମହାବିଦ୍ୟାଳୟ ପୂର୍ବତନ ଅଧ୍ୟାପକ ରମାକାନ୍ତ ତ୍ରିପାଠୀ,ଗୋପାଇ ପାଲି ୟୁପି ସ୍କୁଲର ଶିକ୍ଷକ ଚନ୍ଦ୍ରଶେଖର ରାଉତ,ଭଟଲି ଦାଧିବାବନ୍ ମହାବିଦ୍ୟାଳୟ ଅଧ୍ୟାପକ ଶମ୍ଭୁନାଥ ଠାକୁର, ଜଗବନ୍ଧୁ ଦାସ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ପରିନିତା ପ୍ରଧାନ , ବିଶିଷ୍ଟ ସାହିତ୍ୟଜ୍ଞ ବାଲକିଶୋର ଖାଡ଼ାଙ୍ଗା ବିଚାରକ ଭାବରେ ଉପସ୍ଥିତ ଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ  ତହସିଲଦାର ରୁକ୍ମଣ ମେହେର, ବି ଇ ଓ ମକୁନ୍ଦ ମାହାର, ଅତିରିକ୍ତ ବି ଇ ଓ ରତ୍ନକୁମାର ଭୋଇ, ଯୋଗଦାନ କରିଥିବା ବେଳେ ,  ଆୟୋଜନ କମିଟି ର ମୁଖ୍ୟ ଚିତ୍ତ ରଞ୍ଜନ ସାହୁ ଓ ଶିକ୍ଷୟତ୍ରୀ ନିବେଦିତା ସାହୁ  ଏହାକୁ ପରିଚାଳନା କରିଥିଲେ।  ଏହି ପ୍ରତିଯୋଗିତା ରେ ବରପାଲି ବ୍ଲକ ଓ ଏନ୍ ଏ ସି ରୁ ଶତାଧିକ ପ୍ରତିଯୋଗୀ ଭାଗ ନେଇ ଥିଲେ।

Comments

Popular posts from this blog

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା

ବରପାଲି ରେ ସେବା ସପ୍ତାହ ଆଜି ଉଦଯାପିତ

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ