ଅଭିଭାବକ ଶିକ୍ଷକ/ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟିର ବୈଠକ ଅନୁଷ୍ଠିତ


 ଅଦ୍ୟ ବରପାଲିର ସମସ୍ତ ବିଦ୍ୟାଳୟରେ ଏହି ବର୍ଷର ଦ୍ବିତୀୟ ଅଭିଭାବକ ଶିକ୍ଷକ/ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି।ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମୁକୁନ୍ଦ ମାହାରା,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ସିଂ ଓ ରତ୍ନମଣୀ ଭୋଇ ବିଦ୍ୟାଳୟଗୁଡିକର ବୈଠକ ପର୍ଯ୍ଯବେକ୍ଷଣ କରିଥିଲେ  ଏବଂ ପିତାମାତା ତଥା ଅଭିଭାବକ ମାନଙ୍କ ସହିତ ବିଦ୍ୟାଳୟର ଉନ୍ନତୀକରଣ, ଛାତ୍ର ଛାତ୍ରୀଙ୍କ ଶୈକ୍ଷିକ ଉନ୍ନତି ବିଷୟରେ ଆଲୋକପାତ କରିଥିଲେ।ଶିକ୍ଷାର୍ଥୀମାନଙ୍କ  ସାମଗ୍ରିକ ବିକାଶ ପାଇଁ ପିତାମାତା ତଥା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଭୁମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅବଗତ କରାଇ ଥିଲେ। ବୈଠକ ମାନଙ୍କରେ ଏଫ୍ଏଲ୍ଏନ୍ କାର୍ଯ୍ୟକ୍ରମ, ବେଟି ବଚାଓ ବେଟି ପଢାଓ,ସୁରଭି,ମଧ୍ୟାହ୍ନ ଭୋଜନ, ୟୁନିଫର୍ମ ବଣ୍ଟନ ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା।

Comments

Popular posts from this blog

ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା