ଗଙ୍ଗାଧର ଙ୍କ ଗୀତ ବଜାଇ ରେମ୍ପ୍ ଶୋ - ଜନ୍ମ ପୀଠ ରେ ବିରୋଧ

 

ଗଙ୍ଗାଧର ଙ୍କ ଗୀତ ବଜାଇ ରେମ୍ପ୍ ଶୋ - ଜନ୍ମ ପୀଠ ରେ ବିରୋଧ ।


ବରପାଲି :- ସ୍ଵଭାବ କବି ଗଙ୍ଗାଧର ଙ୍କ ମଧୁମୟ କବିତା ସାରା ବିଶ୍ଵ ରେ ଆଦରିତ ହେବା ବେଳକୁ ଗଙ୍ଗାଧର ଙ୍କ ଗୀତ ବଜାଇ ରେମ୍ପ ଶୋ ଘଟଣା କୁ ଜନ୍ମ ପୀଠ ବରପାଲି ରେ ଘୋର ବିରୋଧ କରାଯାଇଛି ।

ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଚଳିତ ବର୍ଷ ୧୬୨ ତମ ଜନ୍ମ ଜୟନ୍ତୀ ସାରା ଓଡ଼ିଶା ରେ ପାଳନ ହେଉ ଥିବା ବେଳେ ବରଗଡ଼ ସହର ର ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ରାଜ୍ୟ ସ୍ତରୀୟ କାବ୍ୟାନଂଜଳି - ୨୦୨୪ ନାମରେ ଏକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା ଯାହାକି ସ୍ବାଗତ ଯୋଗ୍ୟ । ହେଲେ ଏହି କାର୍ଯକ୍ରମ ରେ ଗଙ୍ଗାଧର ମେହେରଙ୍କ ବେଶ୍ ଆଦୃତ ଲୋକ ପ୍ରିୟ ମଙ୍ଗଲେ ଅଇଲା ଉଷା ଗୀତ ବଜାଇ ଯୁବକ ଯୁବତୀ ଗଣ ଷ୍ଟେଜ ଉପରେ ରେମ୍ପ ଶୋ କରିଥିଲେ । ଏହି ଭିଡିଓ ଅଞ୍ଚଳ ରେ ଏବେ ଭାଇରାଲ ହେବାରେ ଲାଗିଛି।ଅନ୍ୟ ପକ୍ଷରେ ଜନ୍ମପୀଠ ବରପାଲି ଏହାକୁ ଘୋର ବିରୋଧ କରାଯାଇଛି। କବି ଙ୍କ ନାମ ରେ ରାଜ୍ୟ ସ୍ତରୀୟ କାର୍ଯକ୍ରମ କରି ଏପରି କରିବା ଦ୍ୱାରା ଗଙ୍ଗାଧର ଙ୍କ ପ୍ରତି ଅପମାନ ବୋଲି ଗଙ୍ଗାଧର ମେହେର କ୍ଲବ ର ସଭାପତି ଡକ୍ଟର ଘନଶ୍ୟାମ ପାଣିଗ୍ରାହୀ ପ୍ରକାଶ କରିବା ସହ ଭବିଷ୍ୟତ ରେ ଏପରି କାର୍ଯ୍ୟ ରୁ ନିବୃତ ରହିବା ପାଇଁ ଆୟୋଜକ ଙ୍କୁ ଅନୁରୋଧ କରିଛନ୍ତି ।

Comments

Popular posts from this blog

ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା