ବରପାଲି ରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ


 ବରପାଲି ରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ


ବରପାଲି-୨୩/୮ (ଚିତ୍ତରଞ୍ଜନ ସାହୁ) ବରପାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବରପାଲି ଠାରେ ବ୍ଲକ ସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅଧୀନରେ କୁଇଜ୍ ପ୍ରତିଯୋଗିତା ଗୋଷ୍ଠୀ ଶିକ୍ଷା ଅଧିକାରୀ ବରପାଲି ଶ୍ରୀଯୁକ୍ତ ମୁକୁନ୍ଦ ମାହାରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି। ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ବରଗଡ଼ ଶ୍ରୀଯୁକ୍ତ ଜ୍ୟୋତିକାନ୍ତ ସାହୁ ଓ ସମ୍ମାନିତ ଅତିଥି ଗୋଷ୍ଠୀ ଶିକ୍ଷା ଅଧିକାରୀ, ବରଗଡ଼ ଶ୍ରୀଯୁକ୍ତ ଡ. ସୁରେନ୍ଦ୍ର ସାହୁଙ୍କ, ଯୋଗଦାନ ଓ ଶୁଭେଚ୍ଛା ଉଦଘାଟନୀ ସଭାକୁ ଶୋଭାମଣ୍ଡିତ କରିଥିଲା। ଉକ୍ତ ସଭାକୁ ସୁଚାରୁରୂପେ ପରିଚାଳିତ କରିବା ପାଇଁ ବ୍ଲକର ବି. ଆର. ସି ଶ୍ରୀଯୁକ୍ତ ଦୁର୍ୟୋଧନ ସିଂ ଙ୍କ ତତ୍ୱାବଧାନରେ ସମସ୍ତ ସି. ଆର. ସି. ସି ଓ ବି. ଆର. ଟି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ.। ସଭା ସଂଯୋଜନା କରିଥିଲେ ସହକାରୀ ଶିକ୍ଷକ ସୋହନ ପଧାନ। ଏହି ସମାରୋହରେ ବ୍ଲକ ର ୪୦୦ ଜଣ ଛାତ୍ର ଛାତ୍ରୀ ଓ ୨୦୦ ଜଣ ଗାଇଡ଼ ଶିକ୍ଷକ ଯୋଗଦାନ କରିଥିଲେ।

   ଉଦଘାଟନୀ ସଭାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷୟତ୍ରୀ ଶ୍ରୀଯୁକ୍ତ ନାରାୟଣ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

କୁଇଜ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା ସବ୍ ଜୁନିୟର,ଜୁନିୟର ଓ ସିନିୟର ତିନୋଟିଯାକ ବିଭାଗରୁ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

Comments

Popular posts from this blog

ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା