ଯାତ୍ରୀବାହୀ ବସ୍ ଓଲଟି ୧୯ ଜଣ ଆହତ,ଜଣେ ଗୁରୁତର
BREKING NEWS
ବରଗଡ଼ - ଯାତ୍ରୀବାହୀ ବସ୍ ଓଲଟି ୧୯ ଜଣ ଆହତ,ଜଣେ ଗୁରୁତର। ବରଗଡ଼ ରୁ ଦାମନଯୋଡ଼ି ଅଭିମୁଖେ ଯାଉଥିବା ବୁଲବୁଲ ବସ୍ ଦୁର୍ଘଟନା ଗ୍ରସ୍ତ। ବରଗଡ଼ ରୁ ବରପାଲି NH ରାସ୍ତା କୁସନପୁରୀ ନିକଟରେ ଭାରସାମ୍ୟ ହରାଇ ଓଲଟିଗଲା ବସ୍ । ବସ୍ ରେ ଥିବା ୧୯ ଜଣ ଯାତ୍ରୀ ଆହତ ,ସମସ୍ତଙ୍କୁ ଉଦ୍ଧାର କରି ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ସୂଚନା । ଘଟଣା ସ୍ଥଳରେ ଉଭୟ ବରଗଡ଼ ସଦର ପୋଲିସ୍ ଓ ବରପାଲି ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।
Comments
Post a Comment