ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଫାଇଲେରିଆ ସଚେତନତା କାର୍ଯକ୍ରମ


 *ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଫାଇଲେରିଆ ସଚେତନତା କାର୍ଯକ୍ରମ* 



ବରପାଲି ୧୦/୦୮/୨୪(ଚିତ୍ତରଞ୍ଜନ ସାହୁ)

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଫାଇଲେରିଆ ନିରାକରଣ ନିମନ୍ତେ ସଚେତନତା କାର୍ଯକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି।

ଓଡ଼ିଆ ବିଭାଗର ମୁଖ୍ୟ ତଥା ଯୁବ ରେଡକ୍ରସ କାଉନସିଲର ଯତୀନ୍ଦ୍ର କୁମାର ସାହୁଙ୍କ ପରିଚାଳନା ସଭାରେ ମୁଖ୍ୟ ଅତିଥି ଭାବେ 

ମହାବିଦ୍ୟାଳୟର ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା ଯୋଗ ଦେଇଥିଲେ।ବରପାଲି ସ୍ବାସ୍ଥ୍ୟ କେନ୍ଦ୍ରର ପର୍ଯ୍ୟବେକକ୍ଷକଙ୍କ ସମେତ ତାଙ୍କର ସହକର୍ମୀ ମାନେ ଯୋଗ ଦେଇ ଫାଇଲେରିଆର ଲକ୍ଷଣ ତତ୍ ସମ୍ପର୍କିତ ଅନେକ କିଛି  ତଥ୍ୟ ସ୍ବେଚ୍ଛାସେବୀ ମାନଙ୍କୁ ପ୍ରଦାନ କରିଥିଲେ । ପରେ ପରେ ଛାତ୍ରୀ ମାନେ  ନିଜ ଗାଁ ମାନଙ୍କରେ ଲୋକ ମନକୁ କେମିତି ସଚେତନ କରାଇବେ ସେଥିପାଇଁ ସଂକଳ୍ପ ନେଇଥିଲେ।ଓଡ଼ିଆ ଅଧ୍ୟାପିକା ପିଙ୍କି ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ଏ ଅବସରରେ ମହାବିଦ୍ୟାଳୟର ସମସ୍ତ  ଅଧ୍ୟାପକ  ନେପାଲ ବିଶ୍ଵାଳ, ଅଧ୍ୟାପିକା ନିଳୀମା ନାୟକ,ଜ୍ୟୋତି ସାହୁ, ପୁନମ୍ ସାହୁ,ମନୀଷା ଭୋଇ,ଶୋଭାବତୀ ଥପା,ସସ୍ମିତା ମେହେର,ସହକର୍ମୀ ଶଶାଙ୍କ ଶେଖର ପଧାନ, ସାର୍ଥକ ପାଣିଗ୍ରାହୀ,ବିରେନ୍ଦ୍ର ଖଟୁଆ,ତ୍ରିପୁରା ବେହେରାଙ୍କ ସମେତ ଛାତ୍ରୀ ମାନେ ଉପସ୍ଥିତ ଥିଲେ।

Comments

Popular posts from this blog

ସାଂସଦ ଓ ବିଧାୟକ ଙ୍କ ବରପାଲି ଗସ୍ତ

ନଗର ଯାଦବ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ