ବରପାଲି-1 କ୍ଳଷ୍ଟରର ସୁରଭି କାର୍ଯ୍ୟକ୍ରମ

 

ବରପାଲି ଗଙ୍ଗାଧର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ  ବରପାଲି-1 କ୍ଳଷ୍ଟରର ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |କାର୍ଯ୍ୟକ୍ରମରେ କ୍ଳଷ୍ଟରର 10 ଟି ବିଦ୍ୟାଳୟର 120 ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ସିଂ  ମୁଖ୍ଯ ଅତିଥି ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରତ୍ନ କୁମାର ଭୋଇ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ।ଚିତ୍ରାଙ୍କନ,ବକ୍ତୁତା,ଗୀତ,ଚିତ୍ର କଳା,ଶିଳ୍ପ କଳା,ଶ୍ରୁତଲିଖନ,ରଚନା ଲିଖନ,କ୍ବିଜ ଓ ସାଂସ୍କୃତିକ କାର୍ଯ୍ୟକ୍ରମ    ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ବିଜେତା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଶିକ୍ଷକ ଅଶୋକ କୁମାର ଦାସ,ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ହୀରାବତୀ ମହାପାତ୍ର,ସୁବାସିନୀ ଦାସ,ଶୈଳବାଳା କୁଅଁର  ଓ ସୁମିତ୍ରା ପତିଙ୍କୁ ସମ୍ମାନିତ କରାଯାଇଥିଲା।କ୍ଳଷ୍ଟରର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହଯୋଗରେ ସି ଆର ସି ସି ଶ୍ରୀନିବାସ ପଧାନ ସୁରଭି 2024 କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments

Popular posts from this blog

ଜଗବନ୍ଧୁ ଦାସ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ

ହରି ହର ଭେଟ ପାଇଁ ପ୍ରସ୍ତୁତି ବୈଠକ

ଜିଲ୍ଲା ସ୍ତରୀୟ ରେଡକ୍ରସ ଶିବିର ଉଦଘାଟିତ