ବରପାଲି ବ୍ଲକସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା


 ବରପାଲି ବ୍ଲକସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା*


ବରପାଲି :-୧/୯( ଚିତ୍ତରଞ୍ଜନ ସାହୁ)ଶ୍ରୀ ହରିହରାନନ୍ଦ ଗୀତା ପାଠଶାଳା, ବରଗଡ଼ ପକ୍ଷରୁ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ବରପାଲି ବ୍ଲକସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ବରପାଲି ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ବଦ୍ରିନାରାୟଣ ପୂଜାରୀ, ଶ୍ରୀ ରମେଶ ପଣ୍ଡା, ଶ୍ରୀ ହେମସାଗର ସାହୁ ଓ ଶ୍ରୀମତି ସୁନୀତା ଭୋଇ ଅତିଥି ଭାବେ ପ୍ରତିଯୋଗିତାର ଉଦ୍ଘାଟନ କରିଥିଲେ ଓ ଆବାହକ ଶ୍ରୀ ରାଜବଲ୍ଲଭ ପଣ୍ଡା ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହ ପ୍ରତିଯୋଗିତାର ନିୟମାବଳୀ କହିଥିଲେ। ପ୍ରତିଯୋଗିତାରେ ଶ୍ରୀ ରମେଶ ଚନ୍ଦ୍ର ପଣ୍ଡା, ଶ୍ରୀମତି ମନୋରମା ନାଏକ, ଶ୍ରୀମତି ସୁନୀତି ପଧାନ ଓ ଶ୍ରୀମତି ଝରଣା ପଣ୍ଡା ବିଚାରକ ଭାବେ ପ୍ରତିଯୋଗୀଙ୍କ ମୂଲ୍ଯାଙ୍କନ କରିଥିଲେ। 'କ' ବିଭାଗରେ ଆରାଧ୍ୟା ଅପୂର୍ବା ବଘାର, ଶାଳିନୀ ମେହେର, ମାନସୀ ବାରିକ; 'ଖ' ବିଭାଗରେ ଆଶୀର୍ବାଦ ଦାଶ, ପ୍ରୀତି ପଧାନ, ପ୍ରିନ୍ସ ସାହୁ; 'ଗ' ବିଭାଗରେ ଉତ୍କଳିନୀ ସାହୁ, ଶ୍ରାବଣୀ ସାହୁ, ରିଙ୍କି ମଲ୍ଲିକ ଏବଂ 'ଘ' ବିଭାଗରେ ଭୂମିସୂତା ଦୀପ, ସୀମା ସାହୁ, ରୋଜି କଟା ପୁରସ୍କୃତ ହେବା ସହ ଜିଲ୍ଲାସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି। ପ୍ରତିଯୋଗିତା ଶେଷରେ ଆବାହକ ଶ୍ରୀ ରାଜବଲ୍ଲଭ ପଣ୍ଡା ଭଗବଦ୍ ଗୀତାର ଚତୁର୍ଥ ଅଧ୍ୟାୟର ବ୍ଯାବହାରିକ ଦିଗ ବିଷୟରେ ଆଲୋଚନା କରିଥିଲେ। ଶ୍ରୀ ସଞ୍ଜୟ କୁମାର ଦାଶ ଓ ଶ୍ରୀ ବଦ୍ରିନାରାୟଣ ପୂଜାରୀ ମଧ୍ୟ ଗୀତା ପାଠର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ। ପ୍ରତିଯୋଗିତା ଆଯୋଜନରେ ସ୍ଥାନୀୟ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଅଭିଭାବକମାନେ ସହଯୋଗ କରିଥିଲେ।

Comments

Popular posts from this blog

ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା