ଶିକ୍ଷା ବିକାଶ ସମିତି, ଓଡିଶା ଙ୍କ ଆନୁକୂଲ୍ୟରେ ପ୍ରାଦେଶିକ ଗଣିତ ମେଳା ଉଦ୍ଘାଟିତ


 ବରପାଲି/ ତା. ୩୧.୦୮.୨୦୨୪ ରିଖ  ଶନିବାର ସନ୍ଧ୍ୟା ରେ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶିକ୍ଷା ବିକାଶ ସମିତି, ଓଡିଶା ଙ୍କ ଆନୁକୂଲ୍ୟରେ ପ୍ରାଦେଶିକ ଗଣିତ ମେଳା ଉଦ୍ଘାଟିତ ହୋଇଯାଇଛି। ଏହି ମେଳାରେ ମୁଖ୍ୟ ଅତିଥି ଭାବେ  ଅବସର ପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. କାଳିଚରଣ ଦାଶ ମୁଖ୍ୟ ଅତିଥି ଭାବେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।  ପ୍ରାନ୍ତ ସଂପାଦକ ଡଃ ସରୋଜ କୁମାର ହାତୀ ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବେ ସମ୍ଭାଗ ସମ୍ପାଦକ ଶ୍ରୀଯୁକ୍ତ ତ୍ରିବିକ୍ରମ ଶତପଥୀ, ସଂଯୋଜନା  ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ମହାପାତ୍ର ,ପଶ୍ଚିମ ସମ୍ଭାଗ ସଂଯୋଜକ ଶ୍ରୀଯୁକ୍ତ ଜ୍ୟୋତି ରଞ୍ଜନ ମିଶ୍ର ପରିଚୟ ପ୍ରଦାନ ତଥା  ବିଦ୍ୟାଳୟର ସଂପାଦକ ଅଧ୍ୟାପକ ରାଜେଶ କୁମାର ରାୟ  ଧନ୍ୟବାଦ ଅର୍ପଣ କରିଥିଲେ l 

ଏହି ମେଳାରେ ସମଗ୍ର ଓଡ଼ିଶାରୁ ପ୍ରାୟ   ୧୫୦ ରୁ ଊର୍ଦ୍ଧ୍ଵ  ପ୍ରତିଭାଗୀ ପ୍ରତିଯୋଗିତା ରେ ଭାଗ ନେଇଥିଲେ। ପୁନଶ୍ଚ ପଶ୍ଚିମ ସଂଭାଗର ସମସ୍ତ ନିରୀକ୍ଷକ ,ପ୍ରାନ୍ତର ସମସ୍ତ ପୂର୍ଣ୍ଣ କାଳୀନ କର୍ମକର୍ତ୍ତା  ଓ ପ୍ରତିଭାଗୀଙ୍କ ଗୁରୁଜୀ ଗୁରୁମା ଏବଂ ସ୍ଥାନୀୟ ବିଦ୍ୟାଳୟର  ଗୁରୁଜୀ ଗୁରୁମା ଉପସ୍ଥିତ ରହି ମେଳାକୁ ସାଫଲ୍ୟ  ମଣ୍ଡିତ କରିବାରେ ସହଯୋଗ କରିଥିଲେ l

Comments

Popular posts from this blog

ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା