କ୍ଲଷ୍ଟର ସ୍ତରୀୟ ଶିଶୁ ମୋହତ୍ସବ -'ସୁରଭି'


 କ୍ଲଷ୍ଟର ସ୍ତରୀୟ ଶିଶୁ ମୋହତ୍ସବ -'ସୁରଭି'


ବରପାଲି, ତା 28/9/2024 ବରପାଲି ବ୍ଲକ ଅନ୍ତର୍ଗତ ତେଜଙ୍ଗ ର ସି. ଆର. ସି. ସି ସଞ୍ଜୟ କୁମାର ସାହୁଙ୍କ ତତ୍ୱବଧାନରେ, ସରକାରୀ ଉଚ୍ଚ ବିଦ୍ୟାଳୟ ତେଜଙ୍ଗ ଠାରେ 'ସୁରଭି' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ସକାଳର ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ବରପାଲି ବ୍ଲକ ଶିକ୍ଷାଧିକାରୀ ମୁକୁନ୍ଦ ମହରା, ରକ୍ସା ଗ୍ରାମପଞ୍ଚାୟତର ସରପଞ୍ଚ ମିଳି ରାଉତ, ମୋ ସ୍କୁଲ ଅଭିଯାନର ସଭାପତି କେଶବ ରାଉତ ଏବଂ ବରପାଲି ଗଙ୍ଗାଧର ଏନ. ଏ.ସି ହାଇସ୍କୁଲ ର ପ୍ରଧାନ ଶିକ୍ଷକ ମନୋଜ କୁମାର ବାରିକ ଯୋଗଦାନ କରି ଶୁଭ ଉଦଘାଟନ କରିଥିଲେ l କାର୍ଯ୍ୟକ୍ରମ ରେ କ୍ଲଷ୍ଟରରୁ ଆସିଥିବା ଦଶଟି ବିଦ୍ୟାଳୟ ରୁ ମୋଟ 127 ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବିଭିନ୍ନ ବିଭାଗରେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ l ଅପରାହ୍ନରେ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ବରଗଡ ଜିଲ୍ଲାର ଜିଲ୍ଲା ଶିକ୍ଷଧିକାରୀ ରାଧାକାନ୍ତ ଛତ୍ରୀ, ସମ୍ମାନିତ ଅତିଥି ବରପାଲି ତହସିଲଦାର ରୁକ୍ମଣ ମେହେର, ବ୍ଲକ ଚେୟାରମ୍ୟାନ ରିନା ଥଇତ ଓ କବି ରଣଜିତ ପଧାନ ଯୋଗଦାନ କରି କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ l ତେଜଙ୍ଗ ହାଇସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ପ୍ରତିଭା ମିଶ୍ର ସଭାପତିତ୍ୱ କରିଥିବା ବେଳେ ତିଳେଇମାଲ ଗ୍ରାମପଞ୍ଚାୟତ ହାଇସ୍କୁଲ ର ଖେଳଶିକ୍ଷକ ସତ୍ୟପ୍ରିୟ ପରଢ଼ିଆ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଛତ୍ରୀ ତାଙ୍କ ଅଭିଭାଷଣ ରେ କହିଥିଲେ ଯେ, କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଲୁକାୟିତ ହୋଇ ରହିଯାଇଥିବା ଜ୍ଞାନ ଓ କଲାପ୍ରତିଭାକୁ କିପରି ସ୍କୁଲ, କ୍ଲଷ୍ଟର, ବ୍ଲକ ଓ ଜିଲ୍ଲାରୁ ରାଜ୍ୟ ସ୍ତରକୁ ପହଞ୍ଚାଇ ସୁନାମ ଅର୍ଜନ କରି ପାରିବେ,ଏହା ହେଉଛି ସୁରଭି କାଯ୍ୟକ୍ରମ ର ଏକ ସୁନ୍ଦର ମାଧ୍ୟମ | ଅନ୍ୟ ଅତିଥି ଗଣ ତାଙ୍କ ଅଭିଭାଷଣ ରେ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରି କହିଥିଲେ ଯେ ଆମ ଅଂଚଳ ର ଲୋକକଳା ଓ ଜ୍ଞାନ କୁ ରାଜ୍ୟ ସ୍ତରକୁ ପହଁଚାଇ ଆମ ଅଂଚଳ କୁ ଗୌରବ ଆଣିବା ପାଇଁ ଉତ୍ସାହିତ କରିବା ସହ ଏହା ଏକ ଅଭିନବ ଉପାୟ ବୋଲି ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇ ଥିଲେ | ଏହି କାଯ୍ୟକ୍ରମ କୁ ତେଜଙ୍ଗ ସ୍କୁଲ ର ସ୍କୁଲ କମିଟି ଓ ତେଜଙ୍ଗ କ୍ଲଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାଯ୍ୟକ୍ରମ ରେ ସହଯୋଗ କରି ସାଫଲ୍ୟ ମଣ୍ଡିତ କରି ଥିଲେ |ସ୍କୁଲ ର ସହକାରୀ ଶିକ୍ଷକ ଜୟନ୍ତ ପଣ୍ଡା ମଞ୍ଚ ପରିଚାଳନା କରି ଥିବା ବେଳେ ତିଳେଇମାଲ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷକ  ନିମାଇଁ ଚରଣ ସା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

Comments

Popular posts from this blog

ସାଂସଦ ଓ ବିଧାୟକ ଙ୍କ ବରପାଲି ଗସ୍ତ

ନଗର ଯାଦବ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ