ବିଦ୍ୟୁତ୍ କଟିଲେ ପୋଷ୍ଟ ଅଫିସରେ କାମ ବନ୍ଦ।


 ବିଦ୍ୟୁତ୍ କଟିଲେ ପୋଷ୍ଟ ଅଫିସରେ କାମ ବନ୍ଦ।




ବରପାଲି ତା:୩୦-୦୯(ଚିତ୍ତରଞ୍ଜନ ସାହୁ)ଆଜିକାର ଦିନ ରେ ମଧ୍ୟ ଲୋକେ ପୋଷ୍ଟ ଅଫିସ ଉପରେ ନିର୍ଭର କରି ଥାନ୍ତି ।

ଗତ କିଛି ଦିନ ହେଲା ଏହି ପୋଷ୍ଟ ଅଫିସରେ ସୁଭଦ୍ରା ଯୋଜନା ରେ ଆଧାର କାର୍ଡ ରେ ଫୋନ  ଲିଙ୍କ ଆଦି କାମ ନେଇ ମହିଳା ମାନଙ୍କ ଲମ୍ବା ଲାଇନ୍ ଲାଗିଛନ୍ତି । ଏପରିକି ଭୋର୍ ୫ଟା ରୁ ଲମ୍ବା ଧାଡ଼ି ଲାଗିଯାଏ ।କିନ୍ତୁ ଏହି ପୋଷ୍ଟ ଅଫିସରେ ବିଦ୍ୟୁତ ନ ଥିଲେ କାମ ବନ୍ଦ।ଆଜି ବିଜୁଳି କାଟ ହେବ ବୋଲି ଗତ କାଲି ଠୁ ଟାଟା ପାୱାର ପକ୍ଷ ରୁ ଘୋଷଣା କରିଥିଲା ଆଜି ଏନେଇ କେତେକ ଗଣ ମାଧ୍ୟମ ପ୍ରତିନିଧି ଏହି ଡାକ ଘର ର ମୁଖ୍ୟ ପରିଚାଳକ ଙ୍କ ଦୃଷ୍ଟି ଆକର୍ଷଣ କରିବାରୁ  ସେ ପ୍ରତିନିଧି ମାନଙ୍କ ଉପରେ ବିରକ୍ତି ପ୍ରକାଶ କରି କହି ଥିଲେ ଯେ, ଜେନେରେଟର ଏକ ବର୍ଷ ହେଲା ଖରାପ ହୋଇ ପଡ଼ିଛି ଓ ବ୍ୟାଟେରୀ ମଧ୍ୟ କିଛି ଦିନ ହେଲା ଖରାପ ହୋଇଯାଇଛି । ବିଜୁଳି ଗଲେ କାମ ବନ୍ଦ ।ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବରପାଲି ବ୍ଲକ ର ୨୩ ଟି ପଞ୍ଚାୟତ ଏହି ଡାକ ଘର ଉପରେ ନିର୍ଭର କରିଥାନ୍ତି । ଆଉ ଏମିତି କେତେକ କାର୍ଯ୍ୟ ଅଛି ଯାହା କି କେବଳ ଡାକ ଘରେ ହିଁ ହେବ। ଅନ୍ୟ ପକ୍ଷରେ ଏଠାରେ ପ୍ରତ୍ୟହ ବିଜୁଳି ବିଭ୍ରାଟ ହେଉ ଥିବାରୁ ଉପଭୋକ୍ତା ମାନେ ନାହିଁ ନ ଥିବା ହଇରାଣ ର ସମ୍ମୁଖିନ ହେଉଛନ୍ତି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏନେଇ ତୁରନ୍ତ ବିହୀତ ପଦକ୍ଷେପ ନେବା ସହ ଏଠାରେ ଅବସ୍ଥାପିତ କର୍ମଚାରୀ ଙ୍କ ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ ହୁଏ ।

Comments

Popular posts from this blog

ସାଂସଦ ଓ ବିଧାୟକ ଙ୍କ ବରପାଲି ଗସ୍ତ

ନଗର ଯାଦବ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ