ବେଆଇନ ମଦ ବିକ୍ରୀ କୁ ବନ୍ଦ ପାଇଁ ମହିଳା ଙ୍କ ଦାବୀ


 ବେଆଇନ ମଦ ବିକ୍ରୀ କୁ ବନ୍ଦ ପାଇଁ ମହିଳା ଙ୍କ ଦାବୀ 


ବରପାଲି:-୪/୯(ଚିତ୍ତରଞ୍ଜନ ସାହୁ)ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କଣ୍ଟାପାଲି ଗ୍ରାମ ରେ ବେଆଇନ ଭାବରେ ମଦ  ବିକ୍ରୀ କୁ ବିରୋଧ କରି ଗ୍ରାମ ର ମହିଳା ଏସ ଏସ ଜି ତଥା ବହୁ ମହିଳା ବରପାଲି ଥାନା ରେ ଏକ ଲିଖିତ ଅଭିଯୋଗ କରି ଏହାକୁ ବନ୍ଦ କରିବା ପାଇଁ ଦାବୀ କରିବା ସହିତ ଗ୍ରାମରେ ବିରାଟ ଶୋଭାଯାତ୍ରା କରିବା ସାଙ୍ଗକୁ ବିଭିନ୍ନ ମଦ ବିରୋଧି ସ୍ଲୋଗାନ ମାନ ଦେବା ସହିତ ଯଦି ଗ୍ରାମରେ ମଦ ବିକ୍ରି ବନ୍ଦ କରା ନ ଯାଏ ତାହେଲେ ବିରାଟ ଆନ୍ଦୋଳନ ହେବ ବୋଲି ଆନ୍ଦୋଳନ କାରି ମାନେ ଜଣାଇଛନ୍ତି।

କଣ୍ଟାପାଲି ଗ୍ରାମ ଟି ଆଦିବାସୀ ,ହରିଜନ ଅଧ୍ୟୁଷିତ ଗ୍ରାମ। ଗ୍ରାମ ର ପ୍ରାୟ ସମସ୍ତେ କୃଷି କିମ୍ବା ଦିନ ମଜୁରିଆ କାମ କରି ପରିବାର ଭରଣ ପୋଷଣ କରନ୍ତି। ହେଲେ ଗ୍ରାମ ର ପ୍ରତ୍ୟେକ ଗଳି କନ୍ଦି ରେ ଦେଶି ଓ ବିଦେଶୀ ମଦ ବିକ୍ରୀ ହେଉଥିବାରୁ ମଜୁରିଆ ମାନେ ସବୁ ପଇସା ସେଇଠି ଦେଇ ମଦ ପି ସର୍ବଶ୍ୱନ୍ତ ହେଉଛନ୍ତି । ଫଳରେ ପରିବାର ଭରଣ ପୋଷଣ କଷ୍ଟ ହେଉଛି । ଏହା ସହିତ ପ୍ରତି ଦିନ ମଦ ପିଇ ବିଭିନ୍ନ ରୋଗ ରେ ଅକାଳ ମୃତ୍ୟୁ ବରଣ କରୁଛନ୍ତି । ଅନ୍ୟ ପକ୍ଷରେ ମଦ ନିଶା ଯୋଗୁଁ ଅସାମାଜିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ବରପାଲି ମଦ ଭାଟି ରୁ ଏଜେଣ୍ଟ ଜରିଆରେ ସେଠାରେ ମଦ ବିକ୍ରୀ ହେଉ ଥିବା ମଧ୍ୟ ସେମାନେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ଗ୍ରାମର ସହସ୍ରା ଧିକ  ମହିଳା ବରପାଲି ଥାନାରେ ଲିଖିତ ଅଭିଯୋଗ କରିବା ସାଙ୍ଗକୁ ବରପାଲି ଦେଶୀ ମଦ ଭାଟି କୁ ଯାଇ ବିକ୍ଷୋବ  କରିବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।

Comments

Popular posts from this blog

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ

ଜଗବନ୍ଧୁ ଦାସ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ

ହରି ହର ଭେଟ ପାଇଁ ପ୍ରସ୍ତୁତି ବୈଠକ