ବରଗଡ଼ ଜିଲ୍ଲା ପଦ୍ମପୁର ଏନ୍ ଏ ସି ତରଫରୁ ସ୍ୱାୟତ୍ତ ଶାସନ ଦିବସ ୨୦୨୪ ପାଳନ


 ବରଗଡ଼ ଜିଲ୍ଲା ପଦ୍ମପୁର ଏନ୍ ଏ ସି ତରଫରୁ ସ୍ୱାୟତ୍ତ ଶାସନ ଦିବସ ୨୦୨୪ ପାଳନ —


ବରଗଡ଼/ପଦ୍ମପୁର — ବରଗଡ଼ ଜିଲ୍ଲା ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ -୨୦୨୪ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ  ୫ ଘଣ୍ଟା ସମୟରେ ରାମଧୂନ,ସକାଳ ୭ ଘଣ୍ଟା ସମୟରେ ଅଧ୍ୟକ୍ଷା ସାବିତ୍ରୀ ବାଗ , କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝି ଏବଂ ସମସ୍ତ କାଉନସିଲ ଙ୍କ ଦ୍ବାରା ସହରର ସମସ୍ତ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ, ୮ ଘଣ୍ଟା ସମୟରେ ମୁଖ୍ୟ ଅତିଥି ଙ୍କ ଦ୍ବାରା ଜାତୀୟ ପତାକା ଉତ୍ତୋଳନ କରି ଆଜି ର ପବିତ୍ର ସ୍ୱାୟତ୍ତ ଶାସନ ଦିବସ ରେ ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦ ର ସମସ୍ତ କାଉନସିଲ ଓ ନଗରବାସୀ ଙ୍କୁ ଶୁଭେଚ୍ଛା ଜଣାଇବା ସହ ପରିଷଦ ର ସମସ୍ତ କର୍ମଚାରୀ, ସଫେଇ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସକାଳ ୯ ଘଣ୍ଟା ସମୟରେ ପଦ୍ମପୁର ସରକାରୀ ଡାକ୍ତରଖାନା ଓ ପଦ୍ମପୁର କୁଷ୍ଠାଶ୍ରମ ଠାରେ ଫଳ ବଣ୍ଟନ କରାଯାଇଥିଲା। ଅପରାହ୍ନ ୩ ଘଣ୍ଟା ସମୟରେ ପଦ୍ମପୁର ରାଜାଜୀ ଟାଉନ୍ ହଲ୍ ଠାରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ କୁଣାଲ ମୋତିରାମ ଚବାନ ଙ୍କ ଯୋଗଦାନ ଦେଇ ସ୍ୱାୟତ୍ତ ଶାସନ ଦିବସ ର ସଭା ଅନୁଷ୍ଠିତ ହୋଇ ପୁରସ୍କାର ବିବରଣୀ, ସାଂସ୍କୃତିକ କାର୍ଯ୍ୟକ୍ରମ ସମାଜରେ ବିଭିନ୍ନ ଖେତ୍ର ରେ ପାରଦର୍ଶିତା ଥିବା ସମାଜସେବୀ, ବିଜ୍ଞାପିତ ଅଂଚଳ ପରିଷଦ ରେ ସେବା ଯୋଗାଉଥିବା କର୍ମଚାରୀ, ଅଧ୍ୟକ୍ଷା ଓ ସମସ୍ତ କାଉନସିଲ ମାନଙ୍କୁ ସମ୍ମାନ, ସାମ୍ବାଦିକ ମାନଙ୍କୁ ସମ୍ମାନୀତ କରାଯାଇଥିଲା । ଏହି ସଭାରେ ମୁଖ୍ୟ ବକ୍ତା ଭାବରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ ଶିବ ପ୍ରସାଦ ବେହେରା ଯୋଗଦାନ ଦେଇ ପଦ୍ମପୁର ସହରର  ଜନସାଧାରଣଙ୍କ ଧର୍ଯ କୁ ପ୍ରଶଂସା କରିଥିଲେ। ସହରବାସୀ ଯାହା ଆଶା କରୁଛନ୍ତି ତାହା ନିଶ୍ଚିତ ପାଇବେ ଏହି ଆଶାରେ ବିଜ୍ଞାପିତ ଅଂଚଳ ପରିଷଦ ର ସମସ୍ତେ କାମକରି ଆଗକୁ ବଢ଼ିବାକୁ କହି ତାଙ୍କ ମତାମତ ବକ୍ତବ୍ୟ ଉପସ୍ଥିତ ରହିଥିଲେ। ବୈଠକ ପରେ ପରିଷଦ ତରଫରୁ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସ୍କୁଲ କଲେଜ ଛାତ୍ରଛାତ୍ରୀ ଙ୍କୁ ମୁଖ୍ୟ ଅତିଥି ଏଡିଏମ୍ ପୁରସ୍କାର ବିବରଣୀ କରିଥିଲେ । ୧୧ ଗୋଟି କାଉନସିଲ ଭିତରେ ସ୍ବଚ୍ଛ ଗୃହ ପରିଚଳନା କରୁଥିବା ୧୧ ଜଣ ଗୃହିଣୀ ସୁନନ୍ଦା ପଣା, ସ୍ମୃତି ନନ୍ଦ ବହିଦାର, ଜନ ଭୋଇ, ସାବିତ୍ରୀ ପାଣ୍ଡେ , ଚଞ୍ଚଳା ସାହୁ, ଅନୁପମା ସେଠ, ସାବିତ୍ରୀ ବନଛୋର, ସବିତା ବରିହା, ଜୟନ୍ତୀ ମେହେର, ଅଞ୍ଜନା ସାହୁ, ସେବତୀ ସାହୁ ପ୍ରମୁଖ 

ଙ୍କୁ ଓଡ଼ିଶା ସରକାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ଦ୍ବାରା ପ୍ରଦତ୍ତ ପ୍ରମାଣ ପତ୍ର ମୁଖ୍ୟ ଅତିଥି ଙ୍କ ଉପସ୍ଥିତି ରେ ପ୍ରଦାନ କରାଯାଇଥିଲା। ସ୍ବୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ନେଇ ସ୍ବତନ୍ତ୍ର ଭାବରେ ଆୟୋଜିତ ହୋଇଥିବା ହୁଳହୁଳି, ରଙ୍ଗୋଲି, ଝୋଟି, ଶଙ୍ଖ ପୁଙ୍କା ପ୍ରଭୃତି କାର୍ଯ୍ୟକ୍ରମ ରେ ପ୍ରତିଯୋଗୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସ୍ବଚ୍ଛତା ଯାନ ଚାଲକ ଭାବରେ ପାଞ୍ଚ ଜଣ ଯୁବତୀ ଓ ମହିଳାଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା। ପଦ୍ମପୁର ସହରର ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲ ର ଛାତ୍ର ଛାତ୍ରୀ ମାନେ ସମାଜକୁ ବାର୍ତ୍ତା ପ୍ରଦାନ କରି ସ୍ବଚ୍ଛ ଭାରତ, ସଫେଇ କାର୍ଯ୍ୟକ୍ରମ, ରକ୍ତ ଦାନ, ପନୀୟଜଳ, ବୃକ୍ଷ ରୋପଣ ଉପରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରିଥିଲେ। ବିଜ୍ଞାପିତ ଅଂଚଳ ପରିଷଦ ର ଗୋଷ୍ଠୀ ସଗଠିକା ସଂଘମିତ୍ରା ମିଶ୍ର ମଞ୍ଚ ପରିଚାଳନା କରିଥିବାବେଳେ ସମସ୍ତ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Comments

Popular posts from this blog

ସାଂସଦ ଓ ବିଧାୟକ ଙ୍କ ବରପାଲି ଗସ୍ତ

ନଗର ଯାଦବ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ