ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ ଏବଂ ପବିତ୍ର ଗୁରୁଦିବସ ପାଳିତ


 *ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ  ଏବଂ ପବିତ୍ର ଗୁରୁଦିବସ ପାଳିତ* 


ବରପାଲି ୦୫/୦୯/୨୪(ଗୁରୁବାର)

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ ଏବଂ ପବିତ୍ର ଗୁରୁ ଦିବସ ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି।ଓଡ଼ିଆ ବିଭାଗର ମୁଖ୍ୟ ଯତୀନ୍ଦ୍ର କୁମାର ସାହୁଙ୍କ ପରିଚାଳନା ସଭାରେ

ମୁଖ୍ୟ ଅତିଥି ଭାବେ ବରଗଡ଼ ଲୋକସଭା ପୂର୍ବତନ ସାଂସଦ ଡ ପ୍ରଭାସ କୁମାର ସିଂହ ଯୋଗ ଦେଇଥିଲେ।ସମ୍ମାନିତ ଅତିଥି ଭାବେ     ମହାବିଦ୍ୟାଳୟର ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା ଯୋଗ ଦେଇ ଛାତ୍ରୀ ମାନଙ୍କୁ ଅନେକ କିଛି ଦିଗଦର୍ଶନ ପ୍ରଦାନ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ହିନ୍ଦୀ ବିଭାଗର ମୁଖ୍ୟ ଅଧ୍ୟାପିକା ଜ୍ୟୋତି ସାହୁ ଅତିଥିଙ୍କ ସ୍ବାଗତ କରିବା ସହ ଅଧ୍ୟାପିକା ପିଙ୍କି ବାରିକ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଘ୍ନ ବିନାଶକ ଗଣେଶଙ୍କ ଠାରେ ଦ୍ବୀପ ପ୍ରଜ୍ବଳନ ହେବା ସହ ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା।ଛାତ୍ରୀ ଶ୍ରାବଣୀ ମେହେର,ଅର୍ଚ୍ଚନା ସାହୁ, ସ୍ନେହାରାଣି ସାହୁ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ ।ପରିଶେଷରେ ସହକର୍ମୀ ଶଶାଙ୍କ ଶେଖର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ଓ ଛାତ୍ରୀ ମାନଙ୍କ ଦ୍ୱାରା ସମାପ୍ତି ସଙ୍ଗୀତ ଗାନ କରାଯାଇଥିଲା।ଏ ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ନେପାଲ ବିଶ୍ଵାଲ, ଅଧ୍ୟାପିକା ନିଳୀମା ନାୟକ,ପୁନମ ସାହୁ,ସସ୍ମିତା ମେହେର, ମନୀଷା ଭୋଇ,ଶୋଭାବତୀ ଥପା,ପରିଣୀତା ସାହୁ,ସହକର୍ମୀ ସାର୍ଥକ ପାଣିଗ୍ରାହୀ,ବିରେନ୍ଦ୍ର ଖଟୁଆ, ନୃପରାଜ ବରିହା,ତ୍ରିପୁରା ବେହେରା ସାମିଲ ହୋଇଥିଲେ। ମଧ୍ୟାହ୍ନ ବିରତି ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରୀମାନଙ୍କ ଦ୍ଵାରା  ଅନୁଷ୍ଠିତ ହୋଇଥିଲା।

Comments

Popular posts from this blog

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା

ବରପାଲି ରେ ସେବା ସପ୍ତାହ ଆଜି ଉଦଯାପିତ

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ