ଗଙ୍ଗାଧର ଙ୍କ ସଙ୍ଗୀତ ରେ ଫେସନ୍ ସୋ - ଜନ୍ମ ପୀଠ ରେ ତୀବ୍ର ବିରୋଧ

 

ଗଙ୍ଗାଧର ଙ୍କ ସଙ୍ଗୀତ ରେ ଫେସନ୍ ସୋ - ଜନ୍ମ ପୀଠ ରେ ତୀବ୍ର ବିରୋଧ ।


ବରପାଲି ତା:୦୧-୦୯(ବ୍ୟୁରୋ)

ଗତ ୨୦ ତାରିଖ ଦିନ ବରଗଡ଼ ର ଏକ ଅନୁଷ୍ଠାନ ପକ୍ଷ ରୁ ଗଙ୍ଗାଧର ଙ୍କ ଜୟନ୍ତୀ ଅବସର ରେ କାବ୍ୟାନଜଳୀ ଏକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଗଙ୍ଗାଧର ଙ୍କ ବେଶ ଜନାଦୃତ ଗୀତ ମଙ୍ଗଲେ ଉଷା ଗୀତ ରେ ଫେସନ ଶୋ ଘଟଣା ରେ ଜନ୍ମ ପୀଠ ରେ ତୀବ୍ର ବିରୋଧ କରାଯାଉଛି ।

ବରପାଲି ର ଗଙ୍ଗାଧର ମେହେର କ୍ଲବ ର ଏକ ଜରୁରୀ ବୈଠକ ସଭାପତି ଡକ୍ଟର ଘନଶ୍ୟାମ ପାଣିଗ୍ରାହୀ ଙ୍କ ସଭାପତିତ୍ଵ ରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଏହି ଘଟଣା କୁ ତୀବ୍ର ନିନ୍ଦା କରିବା ସହ ଏହା ଗଙ୍ଗାଧର ଙ୍କୁ ଅସମ୍ମାନ ବୋଲି ମତ ପ୍ରକାଶ ପାଇ ଥିଲା । ଏହା ସହିତ ଏହି କାର୍ଯକ୍ରମ ଆୟୋଜକ ଏନେଇ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବୈଠକ ରେ ଦାବୀ ହେବା ସହ ରାଜ୍ୟପାଳ, ମୁଖ୍ୟ ମନ୍ତ୍ରୀ ତଥା ବରଗଡ଼ ଜିଲ୍ଲାପାଲ ଙ୍କୁ ଦାବୀ ପତ୍ର ଦେବାପାଇଁ ବୈଠକ ରେ ସ୍ଥିର କରାଗଲା । ଏହା ସହିତ ବରପାଲି ର ସମସ୍ତ ସାଂସ୍କୃତିକ ଅନୁଷ୍ଠାନ ତଥା ଶିକ୍ଷାନୁଷ୍ଠାନ ମାନଙ୍କୁ ନେଇ ଏକ ବିରାଟ ପ୍ରତିବାଦ ସଭା କରାଯିବ ବୋଲି ସଭାପତି ପ୍ରକାଶ କରିଥିଲେ । ଏନେଇ ଅନୁଷ୍ଠାନ ର କର୍ମକର୍ତ୍ତା ଙ୍କ ବିରୋଧ ରେ ପୋଲିସ ମାମଲା ମଧ୍ୟ କରାଯିବ ମଧ୍ୟ ପ୍ରକାଶ କରିଛନ୍ତି ।

ଅନ୍ୟ ପକ୍ଷରେ ବରପାଲି ବସ୍ ଷ୍ଟାଣ୍ଡ ନିକଟ ରେ ଥିବା ଗଙ୍ଗାଧର ଙ୍କ ଷ୍ଟେଚୁ ନିକଟ ରେ ସ୍ମୃତି ଭବନ ନିର୍ମାଣ କମିଟି ପକ୍ଷ ରୁ ବୁଦ୍ଧିଜୀବୀ ମାନଙ୍କ ଏକ ପ୍ରତିବାଦ ଅନୁଷ୍ଠିତ ହୋଇ ଏହି ଘଟଣା ରେ ଗଙ୍ଗାଧର ଙ୍କୁ ଅସମ୍ମାନ କରାଯାଇଥିବା ରୁ ଏହାକୁ ଘୋର ବିରୋଧ କରାଯିବା ସହ ଏହା ବିରୋଧ ରେ ଗଣ ଆନ୍ଦୋଳନ କରାଯିବ ବୋଲି ମତ ପ୍ରକାଶ କରିଥିଲେ। ଆୟୋଜକ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ ହୋଇଥିଲା ।ଏହି ଘଟଣା ଟି ବରପାଲି ଅଞ୍ଚଳ ରେ ଘୋର ଅସନ୍ତୋଷ ପ୍ରକାଶ ପାଇବା ସହ ଏକ ଆନ୍ଦୋଳନ ର ଦାନା ବାନ୍ଧୁଛି ।

Comments

Popular posts from this blog

ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା