ଲିଟିଲ ଏ6ଞ୍ଜଲସ ପବ୍ଲିକ ସ୍କୁଲରେ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ
ଲିଟିଲ ଏ6ଞ୍ଜଲସ ପବ୍ଲିକ ସ୍କୁଲରେ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ
ବରପାଲି - ୦୨.୧୦.୨୦୨୪
ସ୍ଥାନୀୟ ଲିଟିଲ ଏଞ୍ଜେଲସ ପବ୍ଲିକ ସ୍କୁଲ ଓ ସରସ୍ଵତୀ ସଙ୍ଘ ପକ୍ଷରୁ. ମିଳିତଭାବେ ମହାତ୍ମା ଗାନ୍ଧି ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ କରାଯାଇଛି । ପ୍ରାତଃ ଅଧିବେଶନରେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ତୈଳଚିତ୍ରରେ ବିଦ୍ଯାଳୟର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ସୁନିତା ମୁଣ୍ଡ ଶ୍ରଦ୍ଧାସୁମନ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ଵଳନ କରି ସଭାର ଉଦ୍ଘାଟନ କରିଥିଲେ । ବିଦ୍ୟାଳୟ ଅଧ୍ୟକ୍ଷା ମଧୁସ୍ମିତା ମୁଣ୍ଡ, ଉପାଧ୍ଯକ୍ଷ ସୁଶୀଳ କୁମାର ରଥ ,ପ୍ରଶାସନିକ ଅଧିକାରୀ ମିନତି ପ୍ରଧାନ ଓ ସରସ୍ଵତୀ ସଂଘର ସଦସ୍ୟାଗଣ ଉପସ୍ଥିତ ଥିଲେ । ପ୍ରିଫେକ୍ଟ ପ୍ରିୟାଂଶୁ ରାଜ ମିଶ୍ର ଓ ଶୁଭ୍ରାଂଶୁ ସେଠଙ୍କ ସଂଯୋଜନାରେ ଶିକ୍ଷକ ପ୍ରକାଶ ମହାନନ୍ଦ, ଛାତ୍ର ଆଶୁ ମେହେର ଓ ଲୋକେଶ୍ୱର ନାୟକଙ୍କ ବକ୍ତବ୍ୟ ପରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ଏକ ପଥପ୍ରାନ୍ତ ନାଟିକା ପ୍ରଦର୍ଶିତ ହୋଇଥିଲା । ଅଧିବେଶନ ପରେ ପରିଚାଳନା ନିର୍ଦ୍ଦେଶିକା ସବୁଜ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ପଦଯାତ୍ରାରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ସରସ୍ଵତୀ ଧନ୍ଦାମୂଳକ ଭିନ୍ନକ୍ଷମ ତାଲିମ କେନ୍ଦ୍ରର ଛାତ୍ରଛାତ୍ରୀଙ୍କ ସହ ବିଦ୍ୟାଳୟ ପ୍ରମୁଖଗଣ ଓ ସରସ୍ଵତୀ ସଂଘର ସଦସ୍ୟାଗଣ ସାମିଲ ହୋଇଥିଲେ ଏବଂ ଗାନ୍ଧି ଛକଠାରେ ଥିବା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ଠାରେ ମାଲ୍ୟାର୍ପଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ସ୍ଵଚ୍ଛ ବରପାଲି କାର୍ଯ୍ୟକ୍ରମରେ ସମସ୍ତେ ମିଶି ରେଲୱେ ଷ୍ଟେସନ ଅଞ୍ଚଳରେ ଆବର୍ଜନା ସଫା କରିବା ସହ ଜନସାଧାରଣଙ୍କୁ ଏ ଦିଗରେ ସ୍ଵଚ୍ଛ ରହିବାକୁ ଅନୁରୋଧ କରିଥିଲେ । ବରପାଲି ରେଲୱେ ଷ୍ଟେସନ ମାଷ୍ଟର ବିଜୟ କୁମାର ନାୟକ ଛାତ୍ରଛାତ୍ରୀ ଓ ଯାତ୍ରୀମାନଙ୍କୁ ସ୍ୱଚ୍ଛତା ସଂପର୍କରେ ଅବଗତ କରାଇଥିଲେ । ଏହି ଅବସରରେ ବରଯାଲି ରେଲୱେ ଷ୍ଟେସନ ଅଞ୍ଚଳରେ ସ୍ୱଚ୍ଛତା ସଚେତନତାକୁ ନେଇ ଏକ ପଥପ୍ରାନ୍ତ ନାଟିକା “ମୁନୁଷ୍ ପନିଆ” ପ୍ରଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଏବଂ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ଇକୋ କ୍କବ ଓ ସରସ୍ଵତୀ ସଂଘର କର୍ମକର୍ତ୍ତାଗଣ ସହଯୋଗ କରିଥିଲେ ।
Comments
Post a Comment