ସାର୍ବଜନୀନ ଦୁର୍ଗାପୂଜା ସ୍ବର୍ଣ୍ଣଜୟନ୍ତୀ ମହୋତ୍ସଵ
ବରପାଲି ସ୍ଥାନୀୟ ଅଶୋକ କ୍ଲବର ୫୦ବର୍ଷ ପୁର୍ତ୍ତି ଅବସରରେ ଅନୁଷ୍ଠିତ ହେଉଥିବା ସାର୍ବଜନୀନ ଦୁର୍ଗାପୂଜା ସ୍ବର୍ଣ୍ଣଜୟନ୍ତୀ ମହୋତ୍ସଵ ଅବସରରେ ଖଣ୍ଡା ଧୁଆ ଓ କଳଶ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ମୁଖ୍ୟ କେନାଲ ଠାରେ ଶୋଭାଯାତ୍ରା ପହଞ୍ଚି ପୂଜା ଅର୍ଚନା ସହ ଖଣ୍ଡା ଧୁଆଯାଇ କଳଶ ରେ ଜଳ ଅଣାଯାଇ ପୁଣି ଶୋଭାଯାତ୍ରା ସହ ପୂଜା ମଣ୍ଡପ କୁ ପହଞ୍ଚି କଳଶ ଓ ଖଣ୍ଡା ସ୍ଥାପନ କରାଯାଇଥିଲା । ଏଥିରେ ଅବନୀ ମେହେର ସହ ପତ୍ନୀକ କର୍ତ୍ତା ଭାର ତୁଲାଇ ଥିବା ବେଳେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ କିଶୋର ଦଫାଦାର,ଅସ୍ବିନୀ ରାଉତ ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ । ସେହିପରି ବରପାଲି ତହସିଲ ଛକ ଜୟଜଗଦମ୍ବା କ୍ଲବ ଦୁର୍ଗପୂଜା ମଣ୍ଡପରୁ ସଭାପତି ଶୁଶୁଶୀଲ ଶତପଥୀ ଙ୍କ ତତ୍ତ୍ଵାବଧାନରେ ଖଣ୍ଡାଧୁଆ କଳସ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଗହୀର ବନ୍ଦ ଠାରେ ପହଞ୍ଚି ପୂଜା ଅର୍ଚ୍ଚନା କରାଯାଇ ଖଣ୍ଡା ଧୁଆଯାଇ କଳସ ଅଣା ଯାଇ ଅଧିବାସ କରାଯାଇଥିଲା । ଏଥିରେ ବିନୋଦ ଅଗ୍ରୱାଲ କାର୍ତ୍ତା ଭାର ତୁଲାଇଛନ୍ତି । ଜଗନ୍ନାଥ ନଗର ୟେଦୁର୍ଗା କ୍ଲବ ମଣ୍ଡପରେ ମଧ୍ୟ ଖଣ୍ଡାଧୁଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାତ୍ରିରେ ଅଶୋକ କ୍ଲବ ଠାରେ ରାଜ୍ୟ ତଥା ରାଜ ବାହାରୁ ଆସିଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Comments
Post a Comment