ଶ୍ୟାମା କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ


ବର୍ପାଲି -ବରପାଲି ର ଶ୍ୟାମା ଛକ ଠାରେ ଅନୁଷ୍ଠିତ ହେଉଥିବା ଶ୍ୟାମା କାଳୀ ପୂଜା ର ଶୁଭ ସ୍ତମ୍ଭ ଆଜି ସ୍ଥାପନ କରାଯାଇଛି ।

ଶନିବାର ଦଶହରା ଅବସର ରେ ଏହା ସ୍ଥାପନ କରାଯାଇ ପୂଜା ର ଆନୁଷଙ୍ଗିକ କାର୍ଯ୍ୟ ଆରମ୍ଭ କରାଯାଏ । ମୁଖ୍ୟ ପୁରୋହିତ ପଣ୍ଡିତ ହେମନ୍ତ ମିଶ୍ର ଙ୍କ ଦ୍ଵାରା ଆଜି ର ଏହି ଶୁଭ ସ୍ତମ୍ଭ ସ୍ଥାପନ କରାଯାଇଥିବା ବେଳେ କର୍ତ୍ତା ଅଶୋକ କୁମାର ପଣ୍ଡା ଉପସ୍ଥିତ ଥିଲେ । ଶୁଭ ସ୍ତମ୍ଭ ସ୍ଥାପନ ପରେ ସମସ୍ତ ସଭ୍ୟ ଏକ ଶୋଭାଯାତ୍ରା ରେ ଯାଇ ଅଶୋକ କ୍ଲବ ଦୁର୍ଗା ମଣ୍ଡପ, ମାତା ମନ୍ଦିର, ଦୁର୍ଗା ମନ୍ଦିର, ସମଲେଶ୍ଵରୀ ମନ୍ଦିର ଓ କାଳୀ ମନ୍ଦିର ରେ ପୂଜାର୍ଚ୍ଚନା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ବହୁ ସଭ୍ୟ ଙ୍କ ସମେତ ସଭାପତି ଧିରେନ୍ ତ୍ରିପାଠୀ, ଉପ ସଭାପତି  ଯୁଗନନ୍ଦ ବିଶି, ମନୋଜ ମେହେର, ସମ୍ପାଦକ ନୃସିଂହ ପଣ୍ଡା, ତଥା ବରିଷ୍ଠ ସଭ୍ୟ ଅଶୋକ ଦାଶ ,ଅଚ୍ୟୁତାନନ୍ଦ ଦାଶ ,ଅଚ୍ୟୁତାନନ୍ଦ ପଣ୍ଡା, ପରମାନନ୍ଦ ସ୍ୱାଇଁ, ଅଥିନ୍ଦ୍ର ନାଥ ସେନ, ସରୋଜ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Comments

Popular posts from this blog

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା

ବରପାଲି ରେ ସେବା ସପ୍ତାହ ଆଜି ଉଦଯାପିତ

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ