ବରପାଲି ରେ ପଞ୍ଚାୟତ ସମିତି ବୈଠକ


 ବରପାଲି ରେ ପଞ୍ଚାୟତ ସମିତି ବୈଠକ ।


ବରପାଲି ତା:୩୦-୧୦(ଚିତ୍ତରଞ୍ଜନ ସାହୁ) କୃଷି ବିଭାଗ ପକ୍ଷରୁ ଚାଷୀ ଙ୍କ ପାଇଁ ଆସୁ ଥିବା ସାମଗ୍ରୀ ର ସୁଚାରୁ ବଣ୍ଟନ ହେଉ ନ ଥିବା ଅଭିଯୋଗ ଉପରେ ସଂପୃକ୍ତ ବିଭାଗ କୁ କୈଫିୟତ ତଲବ ସହ ବୈଠକ କୁ ଆସି ନ ଥିବା ୱେସ୍କୋ ବିଭାଗ ସମେତ ଅନ୍ୟ ବିଭାଗ କୁ ବି କୈଫିୟତ ନିର୍ଦ୍ଦେଶ ଦେଇଥିବା ବିଷୟ ବରପାଲି ପଞ୍ଚାୟତ ସମିତି ବୈଠକ ପରେ ସାମ୍ବାଦିକ ମାନଙ୍କୁ  ବରଗଡ଼ ସାଂସଦ ପ୍ରଦୀପ ସୂଚନା ଦେଇଥିଲେ ।

ବୁଧବାର ବରପାଲି ବ୍ଲକ କାର୍ଯ୍ୟାଳୟ ଠାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ରେ ବରଗଡ଼ ଲୋକ ସଭା ସାଂସଦ ପ୍ରଦୀପ ପୁରୋହିତ, ବରଗଡ଼ ବିଧାୟକ ଅଶ୍ଵିନୀ ଷଡ଼ଙ୍ଗୀ, ବିଜେପୁର ବିଧାୟକ ସନତ କୁମାର ଗଡତିୟା , ବରପାଲି ବ୍ଲକ ଅଧକ୍ଷା ରୀନା ଥଇତ,ବ୍ଲକ ଉପାଧ୍ୟକ୍ଷ  ବରପାଲି ବିଡ଼ିଓ ସୁମନ୍ତ କୁମ୍ଭାର,ସିଡିପିଓ ସଂଯୁକ୍ତା ଲେଙ୍କା ଙ୍କ ସମେତ ବିଭାଗୀୟ ଅଧିକାରୀ, ସମିତି ସଭ୍ୟ, ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ ଉପସ୍ଥିତ ଥିଲେ । ଯିଏ ଯେଉଁ ରାଜନୈତିକ ଦଳର ହେଉନା କାହିଁକି ଅଞ୍ଚଳ ର ବିକାଶ କାର୍ଯ୍ୟ ରେ ସମସ୍ତ ଙ୍କ ସହଯୋଗ ଆବଶ୍ୟକ ବୋଲି ବିଧାୟକ ଶ୍ରୀ ଷଡ଼ଙ୍ଗୀ ମତ ପ୍ରକାଶ କରିଥିଲେ।

Comments

Popular posts from this blog

ଜଗବନ୍ଧୁ ଦାସ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ

ହରି ହର ଭେଟ ପାଇଁ ପ୍ରସ୍ତୁତି ବୈଠକ

ଜିଲ୍ଲା ସ୍ତରୀୟ ରେଡକ୍ରସ ଶିବିର ଉଦଘାଟିତ