ବରପାଲି ରେ ପଞ୍ଚାୟତ ସମିତି ବୈଠକ


 ବରପାଲି ରେ ପଞ୍ଚାୟତ ସମିତି ବୈଠକ ।


ବରପାଲି ତା:୩୦-୧୦(ଚିତ୍ତରଞ୍ଜନ ସାହୁ) କୃଷି ବିଭାଗ ପକ୍ଷରୁ ଚାଷୀ ଙ୍କ ପାଇଁ ଆସୁ ଥିବା ସାମଗ୍ରୀ ର ସୁଚାରୁ ବଣ୍ଟନ ହେଉ ନ ଥିବା ଅଭିଯୋଗ ଉପରେ ସଂପୃକ୍ତ ବିଭାଗ କୁ କୈଫିୟତ ତଲବ ସହ ବୈଠକ କୁ ଆସି ନ ଥିବା ୱେସ୍କୋ ବିଭାଗ ସମେତ ଅନ୍ୟ ବିଭାଗ କୁ ବି କୈଫିୟତ ନିର୍ଦ୍ଦେଶ ଦେଇଥିବା ବିଷୟ ବରପାଲି ପଞ୍ଚାୟତ ସମିତି ବୈଠକ ପରେ ସାମ୍ବାଦିକ ମାନଙ୍କୁ  ବରଗଡ଼ ସାଂସଦ ପ୍ରଦୀପ ସୂଚନା ଦେଇଥିଲେ ।

ବୁଧବାର ବରପାଲି ବ୍ଲକ କାର୍ଯ୍ୟାଳୟ ଠାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ରେ ବରଗଡ଼ ଲୋକ ସଭା ସାଂସଦ ପ୍ରଦୀପ ପୁରୋହିତ, ବରଗଡ଼ ବିଧାୟକ ଅଶ୍ଵିନୀ ଷଡ଼ଙ୍ଗୀ, ବିଜେପୁର ବିଧାୟକ ସନତ କୁମାର ଗଡତିୟା , ବରପାଲି ବ୍ଲକ ଅଧକ୍ଷା ରୀନା ଥଇତ,ବ୍ଲକ ଉପାଧ୍ୟକ୍ଷ  ବରପାଲି ବିଡ଼ିଓ ସୁମନ୍ତ କୁମ୍ଭାର,ସିଡିପିଓ ସଂଯୁକ୍ତା ଲେଙ୍କା ଙ୍କ ସମେତ ବିଭାଗୀୟ ଅଧିକାରୀ, ସମିତି ସଭ୍ୟ, ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ ଉପସ୍ଥିତ ଥିଲେ । ଯିଏ ଯେଉଁ ରାଜନୈତିକ ଦଳର ହେଉନା କାହିଁକି ଅଞ୍ଚଳ ର ବିକାଶ କାର୍ଯ୍ୟ ରେ ସମସ୍ତ ଙ୍କ ସହଯୋଗ ଆବଶ୍ୟକ ବୋଲି ବିଧାୟକ ଶ୍ରୀ ଷଡ଼ଙ୍ଗୀ ମତ ପ୍ରକାଶ କରିଥିଲେ।

Comments

Popular posts from this blog

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା

ବରପାଲି ରେ ସେବା ସପ୍ତାହ ଆଜି ଉଦଯାପିତ

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ