ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଙ୍କ ସଦସ୍ୟତା ଅଭିଯାନ
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଙ୍କ ସଦସ୍ୟତା ଅଭିଯାନ
ବରଗଡ ଜିଲ୍ଲା ବରପାଲି ଠାରେ ଆଜି ବିଜେପି ଦଳ ପକ୍ଷରୁ ଜିଲ୍ଲାସ୍ତରୀୟ ସଦସ୍ୟତା ଅଭିଯାନ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜନ୍ତ ପଣ୍ଡା ଯୋଗଦେଇ ସଦସ୍ୟତା ଆରମ୍ଭ କରିଛନ୍ତି। ଗତକାଲି ଅପରାହ୍ନ ୫ ଘଣ୍ଟା ସମୟର ହେଲିକେପ୍ଟର ଯୋଗେ ସ୍ଥାନୀୟ ହାଇସ୍କୁଲ୍ ଖେଳ ପଡିଆ ଠାରେ ଅବତରଣ କରିଥିଲେ ଶ୍ରୀ ପଣ୍ଡା ଙ୍କୁ ନଗର ମଣ୍ଡଳ ସଭାପତି ପଦ୍ମଲୋଚନ ସାହୁଙ୍କ ନେତୃତ୍ୱରେ ସହସ୍ରାଧିକ କର୍ମୀ ଙ୍କ ସହ ତାଙ୍କୁ ସ୍ବାଗତ କରିଥିଲେ। ସ୍ବାଗତ ସମାରୋହରେ ବିଜେପୁର ବିଧାୟକ ସନତ ଗଡତିଆ ଙ୍କ ସମେତ ସମସ୍ତ ପ୍ରଶାସନ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।ସେହିପରି ଆଜି ସକାଳ ୯ ଘଣ୍ଟା ସମୟରେ ସ୍ଥାନୀୟ ଗାନ୍ଧିଛକ ଠାରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜନ୍ତ ପଣ୍ଡା, ବରଗଡ ସାଂସଦ ପ୍ରଦୀପ ପୁରୋହିତ,ବିଜେପୁର ବିଧାୟକ ସନତ ଗଡତିଆ,ଜିଲ୍ଲା ସଭାପତି,ନଗର ସଭାପତି ସମେତ ବହୁ ବିଜେପି କର୍ମୀ ମାନଙ୍କ ଉପସ୍ଥିତିରେ ନୂତନ ସଦସ୍ୟତା ଗ୍ରହଣ କରାଯାଇଥିଲା। ଏବଂ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ଗାନ୍ଧୀ ଛକ ଠାରୁ ଶ୍ୟାମା ଛକ ଯାଏ ପଦ ଯାତ୍ରା ରେ ଯାଇଥିଲେ।ଏହି ସଦସ୍ୟତା ଅଭିଯାନ କୁ ବରପାଲି ସହର ଓ ବ୍ଲକ ଅଞ୍ଚଳର ଲୋକ ମାନେ ବହୁ ଆଦର୍ଶ ସହ ଗ୍ରହଣ କରୁଥିବା ଦେଖିବାକୁ ମିଳିଥିବା ବେଳେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରୀ ପଣ୍ଡା ହେଲିକେପ୍ଟର ଯୋଗେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିଲେ।
Comments
Post a Comment