ସ୍ନାତକ ମହିଳା ମହାବିଦ୍ୟାଳୟରେ ସ୍ବଚ୍ଛତା ହି ସେବା କାର୍ଯକ୍ରମ


 *ସ୍ନାତକ ମହିଳା ମହାବିଦ୍ୟାଳୟରେ ସ୍ବଚ୍ଛତା ହି ସେବା  କାର୍ଯକ୍ରମ* 

 ବରପାଲି ତା.୦୨/୦୧୦/୨୦୨୪ (ବୁଧବାର)- ଜଗବନ୍ଧୁ ଦାଶ ସ୍ନାତକ ମହିଳା  ମହାବିଦ୍ୟାଳୟରେ ଅଧ୍ୟକ୍ଷା ଶ୍ରୀମତୀ ପଦ୍ମିନୀ ଦାଶଙ୍କ ସଭାପତିତ୍ୱରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି l NSS ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ପିଙ୍କି ବାରିକଙ୍କ ପରିଚାଳନା ସଭାରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା ଯୋଗ ଦେଇ ମହାମାନବ ମହାତ୍ମା ଗାନ୍ଧୀଙ୍କ ଫଟୋରେ ପୁଷ୍ପ ମାଲ୍ୟାର୍ପଣ କରି ଗାନ୍ଧୀଙ୍କ ଆଦର୍ଶ ବାଦିତା ଉପରେ ଛାତ୍ରୀମାନଙ୍କୁ ଅନେକ ତଥ୍ଯ ପ୍ରଦାନ କରିଥିଲେ। ତତ୍ ସଙ୍ଗେ ସଙ୍ଗେ ସାମାଜିକ ନ୍ୟାୟ ଓ ଶାନ୍ତି ଉପରେ ଅବିଚଳିତ ପ୍ରତିବଦ୍ଧତାକୁହିଁ ସ୍ଵୀକୃତି ଦେବାର ଆବଶ୍ୟକତା ସାଂପ୍ରତିକ ସମାଜରେ ଗୋଟିଏ ନାଗରିକର ପ୍ରଧାନ କର୍ତ୍ତବ୍ୟ ରହିଛି ବୋଲି କହିଥିଲେ। ହିନ୍ଦୀ ବିଭଗର ମୁଖ୍ୟ  ଅଧ୍ୟାପିକା ଜ୍ୟୋତି ସାହୁ ଶପଥ ପାଠ କରାଇଥିଲେ। ଯୁବ ରେଡକ୍ରସ ସହକର୍ମୀ ନିଳୀମା ନାୟକଙ୍କ ଧନ୍ୟବାଦ ଅର୍ପଣ ପରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ସହକର୍ମୀ ବୃନ୍ଦ ଓ ଛାତ୍ରୀ  ମିଶି ମହାବିଦ୍ୟାଳୟ ପରିସର ପରିଷ୍କାର କରିଥିଲେ।ଆଗାମୀ ଦିନରେ କଲେଜ ପରିସର କିପରି ସ୍ୱଚ୍ଛ ଓ ସୁନ୍ଦର ରହିବ ସେଥିପାଇଁ ସଂକଳ୍ପ ନେଇଥିଲେ।

Comments

Popular posts from this blog

ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା