ବ୍ଲକ ସ୍ତରୀୟ ସୁରଭି ଅନୁଷ୍ଠିତ

 

ବ୍ଲକ ସ୍ତରୀୟ ସୁରଭି ଅନୁଷ୍ଠିତ।


ବରପାଲି:-୨୧.୧୦.-( ଚିତ୍ତରଞ୍ଜନ ସାହୁ)-, ବରଗଡ ଜିଲ୍ଲା ବରପାଲି ସୋମବାର ଦିନ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ  ବରପାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁମନ୍ତ କୁମ୍ଭାର, ସ୍ଵତନ୍ତ୍ର ସମ୍ମାନିତ ଅତିଥି ରୂପେ ସାମ୍ପ୍ରତିକ ବରପାଲି ତହସିଲଦାର ରୁକ୍ମଣ ମେହେର ,ସମ୍ମାନିତ ଅତିଥି ରୂପେ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜେପୁର ନାରାୟଣ ଭୁଏ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବରପାଲି ଦୁର୍ଯ୍ଯୋଧନ ସିଂହ ଯୋଗଦାନ କରିଥିଲେ। ଉକ୍ତ ସଭାରେ ସଭାପତି ଦାୟିତ୍ଵ ନିର୍ବାହ କରିଥିଲେ ବରପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁକୁନ୍ଦ ମହରା । ବରେଣ୍ୟ ଅତିଥି ବୃନ୍ଦ ପ୍ରଥମେ ମା ସରସ୍ଵତୀଙ୍କ ପାଦପଦ୍ମରେ ପ୍ରଦୀପ ପ୍ରଜ୍ଜ୍ଵଳନ ଓ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ସୁରଭି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ପରେ ପରେ ବ୍ଲକ ର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ  ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ, ବକ୍ତୃତା, ସୃଜନଶୀଳ ଲିଖନ, କୁଇଜ୍, ହସ୍ତାକ୍ଷର ଲିଖନ ଆଦି ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। 

       ଅପରାହ୍ନ ୪ ଘଟିକା ସମୟରେ ଉଦଯାପନୀ ଉତ୍ସବ ଆୟୋଜିତ ହୋଇଥିଲା।  ଉକ୍ତ ଉଦଯାପନୀ ସଭାରେ ମୁଖ୍ୟଅତିଥି ଭାବରେ ,ଜନକ ସେଠ,ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରତିଷ୍ଠାନ, ସମ୍ମାନିତ ଅତିଥି ଭାବରେ ବରୁଣ କୁମ୍ଭକାର,ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରତିଷ୍ଠାନ,  ସଭାପତି ଭାବରେ ବରପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁକୁନ୍ଦ ମହରା ଯୋଗଦାନ କରିଥିଲେ ଓ ପ୍ରତିଯୋଗିତା ଗୁଡିକରେ କୃତିତ୍ଵ ଅର୍ଜନ କରିଥିବା ଶିକ୍ଷାର୍ଥୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।ସହକାରୀ ଶିକ୍ଷକ ସୋହନ ପଧାନ ସଭା ସଂଯୋଜନା କରିଥିଲେ।  ବିଭିନ୍ନ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନେ ଜିଲ୍ଲା ସ୍ତରୀୟ ସୁରଭି ପ୍ରତିଯୋଗୀତାରେ ଭାଗ ନେବେ। ଉକ୍ତ ସୁରଭି କାର୍ଯ୍ୟକ୍ରମରେ ଆବଶ୍ୟକୀୟ ସାହାଯ୍ୟ ଓ ସହଯୋଗ ପ୍ରଦାନ କରିଥିଲେ ସ୍ରିନିବାସ ପଧାନ, ସଞ୍ଜୟ କୁମାର ସାହୁ,ସମୀର କୁମାର ପାଣିଗ୍ରାହୀ, ମିଥୁନ ସାହୁ, କ୍ଷେତ୍ର ମେହେର,  ଉତ୍ତମ ଦେହୁରୀ,  ବିନୟ ଭୋଇ, ରବିନାରାୟଣ ମହାପାତ୍ର, ଅଶୋକ ସାହୁ, ରାଜେନ୍ଦ୍ର ମେହେର, ନିମାଇଁ  ଚରଣ ଦାସ ,ସୁଦାମ ମେହେର , ଲୁପାଞ୍ଚନ ବାରିକ, ମୁକୁନ୍ଦ ମେହେର।

Comments

Popular posts from this blog

ସାଂସଦ ଓ ବିଧାୟକ ଙ୍କ ବରପାଲି ଗସ୍ତ

ନଗର ଯାଦବ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ