ଆସନ୍ତା ଡ଼ିସେମ୍ବର ରେ ବରପାଲି କଲେଜ୍ ସୁବର୍ଣ୍ଣ ଜୟନ୍ତୀ ପାଳନ


 ଆସନ୍ତା ଡ଼ିସେମ୍ବର ରେ ବରପାଲି କଲେଜ୍ ପାଳନ ସୁବର୍ଣ୍ଣ ଜୟନ୍ତୀ।


ବରପାଲି ତା୨୩-୧୦(ଚିତ୍ତରଞ୍ଜନ ସାହୁ) ଆସନ୍ତା ଡ଼ିସେମ୍ବର ମାସ ରେ ବରପାଲି କଲେଜ ର ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ଆବାହକ କମିଟି ପ୍ରକାଶ କରିଛନ୍ତି।

ବୁଧବାର ଅପରାହ୍ନ ରେ ସୁବର୍ଣ୍ଣ ଜୟନ୍ତୀ ଆବାହକ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଆବାହକ କମିଟି ପକ୍ଷ ରୁ ଡକ୍ଟର ରବୀନ୍ଦ୍ର ଗଡତିୟା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗଡତିୟା ଆସନ୍ତା ଡ଼ିସେମ୍ବର ୨୮ ରୁ ୩୦ ତାରିଖ ତିନି ଦିନ ବ୍ୟାପୀ ଏହି ଉତ୍ସବ ରେ ବିଭିନ୍ନ ପ୍ରତିଯୋଗୀତା, ମନୋରଞ୍ଜନ କାର୍ଯ୍ୟକ୍ରମ, ନାଟକ, ଆଲୋଚନା ଚକ୍ର ଆଦି କାର୍ଯକ୍ରମ ଅନୁଷ୍ଠିତ ହେବ। ଏହାର ବ୍ୟୟ ଅଟକଳ ଆନୁମାନିକ ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି । ଆସନ୍ତା ୨୭ ତାରିଖ ଅପରାହ୍ନ ୪ ଘଣ୍ଟା ସମୟରେ ବରପାଲି କଲେଜ୍ ପରିସର ରେ କଲେଜ୍ ର ସମସ୍ତ ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇ ତିନି ଦିନିଆ ଉତ୍ସବ ର ପୂର୍ଣ୍ଣ ରୂପ ରେଖ କରାଯିବା ସହ ସୁବର୍ଣ୍ଣ ଜୟନ୍ତୀ ନିମନ୍ତେ କମିଟି ଗଠନ କରାଯିବ । ଏହି ବୈଠକ ରେ ସମସ୍ତ ପୁରାତନ ଛାତ୍ର ଛାତ୍ରୀ ଆବାହକ କମିଟି ର ମୁଖ୍ୟ ଡକ୍ଟର ରବୀନ୍ଦ୍ର ଗଡତିୟା (୯୪୩୭୩୪୬୭୦୨)ଙ୍କୁ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀ ରେ କଲେଜ୍ ଅଧ୍ୟକ୍ଷା ଜୟନ୍ତୀ ଦାଶ, ହରିଚରଣ ଖଟୁଆ, ଡକ୍ଟର ସରୋଜ କୁମାର ଦାଶ, ଅଧ୍ୟାପକ ସୁଶିଲ ଶତପଥୀ, ରାଜେଶ କୁମାର ରାୟ, ସୁବଳ ମେହେର, ଗଙ୍ଗାଧର ମେହେର ପ୍ରମୁଖ ବହୁ ସଭ୍ୟ ଉପସ୍ଥିତ ଥିଲେ ।

Comments

Popular posts from this blog

ସାଂସଦ ଓ ବିଧାୟକ ଙ୍କ ବରପାଲି ଗସ୍ତ

ନଗର ଯାଦବ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ