ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଯୁବତୀ ମୃତ


 ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଯୁବତୀ ମୃତ 


ବରପାଲି,୨୪।୧୦(ଚିତ୍ତରଞ୍ଜନ ସାହୁ): ବରପାଲି ଜଗନ୍ନାଥ ନଗର ରୋଡ଼  ସ୍ଥାନୀୟ ଗଙ୍ଗାଧର ସ୍କୁଲ ସାମ୍ନାରେ ଜଗନ୍ନାଥ ନଗର ପଟୁ ଆସୁଥିବା ଏକ ଓଡ଼ି ୧୫ କେ ୭୧୮୭ ଇଚର ଟ୍ରକ ର ସାମ୍ନା ପଟରୁ ଆସୁଥିବା ଏକ ସୁଜୁକି ଏଭେଣ୍ଟ ସ୍କୁଟି ଓଡ଼ି ୦୩ ଏକ୍ସ ୦୭୯୫ ଗାଡ଼ିରେ ଜଗନ୍ନାଥ ନଗର ପଟକୁ ୨ଜଣ ମହିଳା ଓ ପୁରୁଷ ଯାଉଥିବା ବେଳେ ଧକ୍କା ହୋଇଥିଲା । ଫଳରେ  ସ୍କୁଟିରେ ଥିବା ୨ଜଣ ମହିଳା ଓ ପୁରୁଷ ପଡିଯାଇଥିଲେ । ସେଠାରୁ ମହିଳା ଯୁବତୀ ଜଣକ ଘଟଣା ସ୍ଥଳରେ ମୃତ ହୋଇଥିବା ବେଳେ ଅନ୍ୟ ଜଣ ପୁରୁଷ  ମୁଣ୍ଡରେ ଆଘାତ ଲାଗି ଗୁରୁତର ହୋଇଥିଲେ । ପ୍ରକାଶ ଥାଉକି ବାଇକରେ ଥିବା ଦୁହେଁ ଯୁବକ ଯୁବତୀ ଆସନ୍ତା ନଭେମ୍ବର ୨୬ ତାରିଖରେ ତାଙ୍କ ବିବାହ ପାଇଁ ବରପାଲି କୁ ବିବାହ ସାମଗ୍ରୀ କିଣିବା ପାଇଁ ଆସି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ହୋଇଥିଲା । ଏପରିକି ତାଙ୍କ ମଧ୍ୟରେ ବିବାହ ନିମନ୍ତ୍ର ଗତ ୨୦ତାରିଖରେ ରିଙ୍ଗ ସେରୋମନୀ ମଧ୍ୟ ସାରିଥିଲା । ନିଜ ବିବାହ ପାଇଁ ଉଭୟେ ଖୁସିରେ ସାମଗ୍ରୀ କିଣିବାକୁ ଆସି ଦୁର୍ଘଟଣାରେ ପଡି ବିବାହ ପୂର୍ବରୁ ଜୀବନ ହାରିଛନ୍ତି ଯୁବତୀ ଜଣକ । ମୃତ ଯୁବତୀ ହେଲେ ସୋନପୁର ଜିଲ୍ଲା ଲଛିପୁର ଲକଟା ମୁଣ୍ଡା ଗ୍ରାମର ସନ୍ତୋଷ ମେହେରଙ୍କ ଝିଅ ରିମଝିମ ମେହେର (୧୯) ଏବଂ ଯୁବକ ଟି ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଘା ବ୍ଲକ ଅନ୍ତର୍ଗତ ଟାଲଜୁରୀ ଗ୍ରାମର ଲିଙ୍ଗରାଜ ମେହେରଙ୍କ ପୁଅ ।ରାଜେଶ ମେହେର (୨୮) ହୋଇଥିବା ଜଣାପଡିଛି । ସେ ଛତିଷଗଡ଼ ସୁକମା ଠାରେ ସିଆରପିଏଫ ରେ କାମ କରୁଥିବା ଜଣାପଡିଛି ।   ଘଟଣା ର ଖବର ପାଇ ବରପାଲି ପୋଲିସ ପହଞ୍ଚି ଯୁବତୀ ର ଶବ ଓ ଆହତ ଯୁବକକୁ ଏମ୍ବୁଲାନ୍ସ ଦ୍ବାରା ବରପାଲି ଡାକ୍ତର ଖାନାକୁ ଅଣାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ  ଯୁବତୀଙ୍କ ଶବ କୁ ବରଗଡ଼ ମୁଖ୍ୟ ସ୍ବାସ୍ତ୍ୟକେନ୍ଦ୍ର କୁ  ବ୍ୟବଚ୍ଛେଦ ପାଇଁ ଏକ ମାମଲା ରୁଜୁକରି ବରଗଡ଼ ପଠାଇଥିବା ଜଣାପଡୁଛି । ଟ୍ରକଟି ବୋୖଦ୍ଧ ଜିଲ୍ଲା ପଲଶାଗୁରା ଗ୍ରାମ କୈଳାଶ ଅଗ୍ରୱାଲ ଙ୍କ ଟ୍ରକ ବରଗଡ଼ ଏସିସି ସିମେଣ୍ଟ ଆଣିବା ପାଇଁ ଯାଉଥିଲା । ଟ୍ରକକୁ ବରପାଲି ପୋଲିସ ଅଟକ ରଖି ଏହାର ତଦନ୍ତ ଜାରି ରଖିଛନ୍ତି । ବରପାଲି ଗାନ୍ଧିଛକ ଠାରୁ ରେଲୱେ ଛକ ଜଗନ୍ନାଥ ନଗର ରାସ୍ତା ରେ ଟ୍ରାଫିକ ସମସ୍ୟା ରହିଛି । ଯାହାକି ଉକ୍ତ ରାସ୍ତାରେ ସ୍କୁଲ,କଲେଜ ଥିବାରୁ ଟ୍ରାଫିକ ସମସ୍ୟା ରହିଛି । କିଛି ଦିନ ତଳେ ଦିନ ବେଲା ଏହି ରାସ୍ତା ରେ ଭାରୀ ଯାନ ଚଳାଚଳ ବନ୍ଦ ରଖା ଯାଇଥିଲା କିନ୍ତୁ ପୁଣି ଏହା ଚଳାଚଳ କରୁଥିବାରୁ ସମସ୍ୟା ଦେଖା ଦେଇଛି ।

Comments

Popular posts from this blog

ନଗର ଯାଦବ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ

ଜଗବନ୍ଧୁ ଦାସ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ