ମାଗଣା ଖାଉଟି ଜିନିଷ ବାହାରେ ବିକ୍ରି


 ମାଗଣା ଖାଉଟି ଜିନିଷ ବାହାରେ ବିକ୍ରି


ବରପାଲି:-୧୮.୧୦-( ଚିତ୍ତରଞ୍ଜନ ସାହୁ)- ବରଗଡ ଜିଲ୍ଲା ବରପାଲି ସହର ଓ ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି ମାଗଣା ସରକାରୀ ଖାଦ୍ୟ ବିକ୍ରି ହେବା। ସୂଚନା ଯୋଗ୍ୟ ଯେ ବରପାଲି ସହରରେ ଓ ଗ୍ରାମାଞ୍ଚଳରେ ଥିବା ସରକାରୀ ଖାଉଟି ଦୋକାନ ଯୋଉଟାକୁ ଏବେ ସରକାର ଙ୍କ ପକ୍ଷରୁ ରେସନ୍ କାର୍ଡ ଧାରୀଙ୍କୁ ସରକାର କାର୍ଡ ପିଛା ୭ କେଜି ଲେଖାଏଁ ମାଣ୍ଡିଆ ଖାଇବା ପାଇଁ ମାଗଣାରେ ଦେଉଛନ୍ତି ହେଲେ ଖାଉଟି ଦୋକାନ ରୁ ପ୍ରାୟ ୧୦୦ ମିଟର ଦୂରରେ କିଛି ଦଲାଲ ମାଣ୍ଡିଆ କେଜି ୧୫ ରୁ ୨୦ ଟଙ୍କା ରେ କୁଇଣ୍ଟାଲ୍ କୁଇଣ୍ଟାଲ୍ କିଣୁଥିବା ଓ ରାସ୍ତା ପାଶ୍ୱର୍ରେ ବସ୍ତା ପେକେଟ ରେ ରଖିଥିବା ଦେଖିବାକୁ ମିଳିଛି । ସେହି ପରି ବରପାଲି ବ୍ଲକ ୨୩ ଗୋଟି ପଞ୍ଚାୟତ ଥିବା ବେଳେ  ସବୁ ପଞ୍ଚାୟତ ଗୁଡିକରେ ଏ ଘଟଣା ଚାଲିଥିବା ବେଳେ ଦାୟୀତ୍ୱରେ ପ୍ରଶାସନ ଅଧିକାରୀ ମାନଙ୍କ ଦୃଷ୍ଟି ରେ ନ ଆସିବା କ୍ଷୋଭ ର ବିଷୟ ।ଏ ସଂକ୍ରାନ୍ତ ରେ ବରପାଲି ଯୋଗାଣ ଅଧିକାରୀ ଙ୍କୁ ମୋ-୭୭୩୫୪୨୯୩୧୪ ରେ ଯୋଗାଯୋଗ କରିବାରୁ କହିଥିଲେ ଏ ସଂକ୍ରାନ୍ତରେ ମୋ ପାଖକୁ କୌଣସି ଅଭିଯୋଗ ଆସି ନାହିଁ ଏବଂ ଏବେ ମୁଁ କାମରେ ଅଛି ଏବଂ ଯଦି ଏମିତି ବାହାରେ ଲୋକେ କିଣିଲେ ମୁଁ କଣ କରିବି ବୋଲି କହିଥିଲେ। ଲୋକଙ୍କ ପାଇଁ ସରକାର ମାଗଣାରେ ଖାଦ୍ୟ ଯୋଗାଉଥିବା ବେଳେ ଦଲାଲ ହସ୍ତରେ ପଡ଼ୁଥିବା ଏବଂ ଏ ଘଟଣା କୁ କଣ କରିପାରିବି ବୋଲି ଦାୟୀତ୍ୱରେ ଥିବା ଅଧିକାରୀ ମନ୍ତବ୍ୟ କୁ ସନ୍ଧେହ ହେବା ସାଙ୍ଗକୁ ପ୍ରଶ୍ନ ବାଚି ସୃଷ୍ଠି କରୁଛି। ଏ ଘଟଣାର ଉପରେ ଜିଲ୍ଲାପ୍ରଶାସନ ଦୃଷ୍ଟି ଦେବା ସାଙ୍ଗକୁ ଦଲାଲ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନସାଧାରଣ ରେ ଦାବି ହେଉଛି।

Comments

Popular posts from this blog

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ

ଜଗବନ୍ଧୁ ଦାସ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ

ହରି ହର ଭେଟ ପାଇଁ ପ୍ରସ୍ତୁତି ବୈଠକ