ସ୍ବାମୀ ବିବେକାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଯୁବ ରେଡକ୍ରସ୍ ୟୁନିଟ୍ ଉଦଘାଟିତ


 ସ୍ବାମୀ  ବିବେକାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଯୁବ ରେଡକ୍ରସ୍  ୟୁନିଟ୍  ଉଦଘାଟିତ।                                                              

          ବରଗଡ଼ ଜିଲ୍ଲା ଅନ୍ତର୍ଗତ ବରପାଲି ଠାରେ ଥିବା ସ୍ୱାମୀ ବିବେକାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ  ଗତ  ୩୦ ଅକ୍ଟୋବର ତାରିଖ ରେ  ଯୁବ ରେଡ କ୍ରସ ୟୁନିଟ୍ ର ଉଦଘାଟନ ହୋଇ ଯାଇଛି। ଅନୁଷ୍ଠାନର ଅଧକ୍ଷ ଅଧ୍ୟାପକ ଶରତ ଚନ୍ଦ୍ର ପ୍ରଧାନ  ଙ୍କ  ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ  ବରଗଡ଼ ଜିଲ୍ଳା  ଯୁବ ରେଡ୍  କ୍ରସ୍  ସଂଯୋଜକ  ତଥା ଅତାବିରା କଲେଜ ର ଅଧ୍ୟାପକ  ଶ୍ରୀଯୁକ୍ତ  ପରମାନନ୍ଦ ରଥ ମୁଖ୍ୟ ଅତିଥି, ବରପାଲି  କଲେଜ ର ଅଧ୍ୟାପକ ତଥା ଯୁବ ରେଡ୍ କ୍ରସ କାଉନସିଲର ଶ୍ରୀଯୁକ୍ତ ଅଲେଖ ମହାନନ୍ଦ ଓ ଜଗବନ୍ଧୁ  ଦାଶ ଡିଗ୍ରୀ ମହାବିଦ୍ୟାଳୟର କଦଳୀପାଲି , ବରପାଲି ର  ଅଧ୍ୟାପକ ତଥା ଯୁବ ରେଡ୍ କ୍ରସ୍ କାଉନସିଲର ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ସାହୁ    ସମ୍ମାନିତ ଅତିଥି  ଭାବରେ ଯୋଗଦେଇ  କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ଓ ଅନୁଷ୍ଠାନର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର   ସାହୁ  ତାଙ୍କର   ସୁଚିନ୍ତିତ  ମତ ପୋଷଣ କରିଥିଲେ। ପରିଶେଷରେ ଓଡ଼ିଆ ଅଧ୍ୟାପକ   ଦିନ ଛତର ଧନ୍ୟବାଦ ଅର୍ପଣ କରିଥିଲେ।

Comments

Popular posts from this blog

ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା