ଦୁର୍ଗା ପୂଜା ପାଇଁ ପ୍ରଶାସନିକ ବୈଠକ


 ଦୁର୍ଗା ପୂଜା ପାଇଁ  ପ୍ରଶାସନିକ ବୈଠକ ।


ବରପାଲି ତା:୦୨-୧୦(ଚିତ୍ତରଞ୍ଜନ ସାହୁ) ଆସନ୍ତା ଦୂର୍ଗା ପୂଜା  କିପରି ଶାନ୍ତି ଶୃଙ୍ଖଳା ର ପାଳିତ ହେବ ଏନେଇ ବୁଧବାର ଏକ ପ୍ରଶାସନିକ ବୈଠକ ଅନୁଷ୍ଠିତ ହୋଇଛି।

ବରପାଲି ବ୍ଲକ କାର୍ଯ୍ୟାଳୟ ଠାରେ ତହସିଲଦାର ରୁକ୍ମଣ  ମେହେର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ଦୁର୍ଗା ପୂଜା ସମୟ ରେ କିପରି ଶାନ୍ତି ଶୃଙ୍ଖଳା ର ସହ ପାଳିତ ହେବ ସେନେଇ ଏହାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ବିଶେଶତଃ ଭକ୍ତ ମାନେ କିପରି ସବୁ ମେଢ଼ ଦର୍ଶନ କରି ପାରିବେ। ନୀରଵଞ୍ଛିନ୍ନ ବିଦ୍ୟୁତ ସରୋବରାହ , ସହରେ ସ୍ବଚ୍ଛତା ଓ ପରିମଳ ବ୍ୟବସ୍ଥା, ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ପାଇଁ ଆଲୋଚନା ହେବା ସହ ସହରରେ ଟ୍ରାଫିକ ବ୍ୟବସ୍ଥା କଡ଼ା କଡ଼ି କରିବା ସହ ରାହାଜାନୀ ରୋକିବା ପାଇଁ ପୋଲିସ ର ଅଧିକ ତତ୍ପରତା ପାଇଁ ଦାବୀ ହୋଇଥିଲା । ଆଜିର ଏହି ବୈଠକ ରେ ବ୍ଲକ ଅଧ୍ୟକ୍ଷା ରୀନା ଥଇତ, ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଭୁବନ କୁମାର ଶତପଥୀ, ଡାକ୍ତରଖାନା ମୁଖ୍ୟ ଡାକ୍ତର ରାଜେଶ ବେହେରା ଙ୍କ ସମେତ ପୋଲିସ, ଅଗ୍ନିଶମ ବିଭାଗ , ବିଦ୍ୟୁତ ବିଭାଗ, ସମେତ ତହସିଲ ଛକ , ଅଶୋକ କ୍ଲବ,ଜଗନ୍ନାଥ ନଗର, ଦୁର୍ଗା ମନ୍ଦିର ଦୁର୍ଗାପୂଜା ର କର୍ମ କର୍ତ୍ତା ଉପସ୍ଥିତ ଥିଲେ।

Comments

Popular posts from this blog

ଜଗବନ୍ଧୁ ଦାସ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ

ହରି ହର ଭେଟ ପାଇଁ ପ୍ରସ୍ତୁତି ବୈଠକ

ଜିଲ୍ଲା ସ୍ତରୀୟ ରେଡକ୍ରସ ଶିବିର ଉଦଘାଟିତ