ଢୁଲିଆ ବୁଲୁ ସ୍ୱାଇଁ ସମ୍ମାନିତ
ଢୁଲିଆ ବୁଲୁ ସ୍ୱାଇଁ ସମ୍ମାନିତ ।
ବରପାଲି :-
ପଶ୍ଚିମ ଓଡ଼ିଶାର ପ୍ରଖ୍ୟାତ ଢୋଲ ବାଦକ ପରମାନନ୍ଦ ସ୍ୱାଇଁ ଙ୍କୁ ନୂଆଖାଇ ଭେଟ ଅବସର ରେ ସମ୍ମାନିତ କରାଯାଇଛି ।
ଜୁଏହୁଲା ସମ୍ବାଦପତ୍ର ପକ୍ଷ ରୁ ଆୟୋଜିତ ନୂଆଖାଇ ଭେଟ ସ୍ଥାନୀୟ ଆମ୍ବେଦକର ଭବନ ଠାରେ ଅନୁଷ୍ଠିତ ଉତ୍ସବରେ ପଶ୍ଚିମ ଓଡ଼ିଶା ର ଖ୍ୟାତନାମା ଢୋଲ ବାଦକ ପରମାନନ୍ଦ ସ୍ୱାଇଁ (ବୁଲୁ) ଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ମୁଖ୍ୟ ଅତିଥି ସମ୍ମାନୀତ କରିଥିଲେ । ଶ୍ରୀ ସ୍ୱାଇଁ ଆଲ୍ ଇଣ୍ଡିଆ ରେଡିଓ ର ଜଣେ ସ୍ଵୀକୃତ ପ୍ରାପ୍ତ କଳାକାର ହେବା ସହିତ ବହୁ ଆଲବମ୍ ତଥା ଚଳଚ୍ଚିତ୍ର ରେ ତାଙ୍କ ଢୋଲ ର ଯାଦୁ ପ୍ରଦର୍ଶନ କରିଛନ୍ତି । ସେଥିପାଇଁ ସେ ସମ୍ବଲପୁର ନୂଆଖାଇ ଭେଟ, ବରପାଲି ସାମ୍ବାଦିକ ସଂଘ, ଆଦି ବହୁ ଅନୁଷ୍ଠାନ ପକ୍ଷ ରୁ ସମ୍ମାନିତ ହୋଇଥିଲେ । ଏହା ସହ ତାଙ୍କ ଦ୍ଵାରା ପ୍ରତିଷ୍ଠିତ ନୁପୁର ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଶା ଓ ଓଡ଼ିଶା ବାହାରେ କାର୍ଯକ୍ରମ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ନୁପୁର ଏକମାତ୍ର ଅନୁଷ୍ଠାନ ଯେ କି ଏବେ ମଧ୍ୟ ସମ୍ବଲପୁରୀ ସଙ୍ଗୀତ ସମ୍ରାଟ ସ୍ବର୍ଗତ ଫକୀର ମୋହନଙ୍କ ପଟ୍ଟନାୟକ ଙ୍କ ସ୍ମୃତି ରେ ପ୍ରତିବର୍ଷ କାର୍ଯକ୍ରମ କରେ । ବରପାଲି ର ଅନ୍ୟତମ ମୁଖ୍ୟ ସାଂସ୍କୃତିକ ଅନୁଷ୍ଠାନ ଶ୍ୟାମା ମ୍ୟୁଜିକାଲ୍ସ ର ଅନ୍ୟତମ ମୁଖ୍ୟ ପୁରୋଧା ରହିଛନ୍ତି ।
Comments
Post a Comment