ଅନ୍ତର୍ଜାତୀୟ ଫିଲ୍ମ୍ ଫେଷ୍ଟିଭାଲ ରେ ସମ୍ବଲପୁରୀ ଚଳଚିତ୍ର ଭକୁଆ ଲୋକ୍ ପୁରସ୍କୃତ


 ଅନ୍ତର୍ଜାତୀୟ ଫିଲ୍ମ୍ ଫେଷ୍ଟିଭାଲ ରେ ସମ୍ବଲପୁରୀ ଚଳଚିତ୍ର ଭକୁଆ ଲୋକ୍ ପୁରସ୍କୃତ



ବରପାଲି:-୨୯.୧୦ (ଚିତ୍ତରଞ୍ଜନ ସାହୁ)-ବରପାଲି ବରଗଡ଼ ଜିଲ୍ଲା ବରପାଲି ଜି, ମ ପ୍ରଡକସନ ପ୍ରାୟୋଜିତ କ୍ଷୁଦ୍ର ସମ୍ବଲପୁରୀ ଫିଲ୍ମ୍ ଚଳଚିତ୍ର ଭକୁଆ ଲୋକ ବେଷ୍ଟ୍ କମେଡି ସିନେମା ଭାବେ କଟକ ରେ ଆଯୋଜିତ ସିଲ୍ଭର୍ ସିଟି ଅନ୍ତର୍ଜାତୀୟ ଫିଲ୍ମ୍ ଫେଷ୍ଟିଭାଲ ରେ ପୁରସ୍କୃତ ହୋଇଛି? ଚଳଚିତ୍ର ର ଲେଖକ ନିର୍ଦ୍ଦେଶକ ଓ ପ୍ରଯୋଜକ ସରୋଜ କୁମାର ମେହେର ଙ୍କ ସମେତ କଳାକାର ଅଭିନେତା ଙ୍କୁ ପୁରସ୍କାର କରାଯାଇଥିଲା। ସମାରୋହ ରେ ଅତିଥି ଭାବରେ ସିନେ ସଙ୍ଗୀତଜ୍ଞ ଓ ନିର୍ଦ୍ଦେଶକ ଅରୁଣ ମହାନ୍ତି, ଅଭିନେତା ଶ୍ରୀତମ ଦାସ, ନିର୍ଦ୍ଦେଶକ ସୁରଜ୍ ମିଶ୍ର ଓ ନବକିଶୋର ଦାସ ବରିଷ୍ଠ କଳାକାର ମାନେ ମଞ୍ଚାସିନ ଥିଲେ ୮ଟି ବିଦେଶୀ ସିନେମା ସହ ୩୦ଟି ଭାରତ ର ଭିନ୍ନ ଭିନ୍ନ ଭାଷା ର ସିନେମା ପ୍ରଦର୍ଶିତ ହେଇ ଥିଲା।ସମ୍ବଲପୁରୀ ସିନେମା ଭକୁଆ ଲୋକ ଦ୍ୱିତୀୟ ଶ୍ରେଷ୍ଠ କମେଡି ସିନେମା ଭାବରେ ପୁରସ୍କୃତ ହେବାର ଖବର ପ୍ରସାରିତ ହେବାପରେ ଅଞ୍ଚଳର କଳାକାର ଓ କଳପ୍ରେମି ବୃଦ୍ଧି ଯିବି ମହଲରେ ଆନନ୍ଦ ର ଲହରୀ ଖେଳି ଯାଇଛି।ସିନେମା ରଚନା ନିର୍ଦ୍ଦେଶନା ଓ ପ୍ରଯୋଜକ ସରୋଜ କୁମାର ମେହେର କରି ଥିବା ବେଳେ ଅଭିନୟ କରିଛନ୍ତି ବିର ବଜରଙ୍ଗ ମେହେର,ବୁଲୁ ରଣା,ଟଙ୍କଧର ଭୋଇ,ଦିଲୀପ ଲହରୀୟା,ପ୍ରକାଶ ବେହେରା,ବନ୍ଦିତା ମିଶ୍ର, ଆଲୋକ ନାଗ,ସରୋଜ କୁମ୍ଭାର, ମୂଜିକ୍ ଅଭିମନ୍ୟୁ ମେହେର, କେମେରା ଏଡିଟିଙ୍ଗ ରାହୁଲ ଷ୍ଟୁଡିଓ (ସରୋଜ) ବିଶେଷ ସହଯୋଗ ରେ ନବକିଶୋର ମେହେର, ଘନଶ୍ୟାମ ଥଇତ, କ୍ରିଷ୍ଣା ମେହେର ଓ ଅଂଚଳ ବସି ଥିଲେ।

Comments

Popular posts from this blog

ସାଂସଦ ଓ ବିଧାୟକ ଙ୍କ ବରପାଲି ଗସ୍ତ

ନଗର ଯାଦବ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ