ଶୀଶ୍ରୀ ନିତ୍ୟାନନ୍ଦ ସଂକୀର୍ତ୍ତନ ମଣ୍ଡଳ ବରଗଡ଼ ଜିଲ୍ଲାସ୍ତରୀୟ ଚତୁର୍ଥ ଅଧିବେଶନ
ଶୀଶ୍ରୀ ନିତ୍ୟାନନ୍ଦ ସଂକୀର୍ତ୍ତନ ମଣ୍ଡଳ ବରଗଡ଼ ଜିଲ୍ଲାସ୍ତରୀୟ ଚତୁର୍ଥ ଅଧିବେଶନ।
ବରପାଲି - ତା ୧୮-୧୦-(ଚିତ୍ତରଞ୍ଜନ ସାହୁ)
ବରଗଡ ଜିଲ୍ଲା ବରପାଲି ଯୋଗେଶ୍ଵର ମନ୍ଦିର ପରିସରରେ ଶ୍ରୀଶ୍ରୀ ନିତ୍ୟାନନ୍ଦ ଉଦଣ୍ଡ ସଂକୀର୍ତ୍ତନ ମଣ୍ଡଳ ବରଗଡ଼ର ସଭାପତି ଶ୍ରୀଯୁକ୍ତ ଅଭୟଚରଣ ହୋତାଙ୍କ ଅଧ୍ୟକ୍ଷତାରେ ଅଧିବେଶନ ଆରମ୍ଭ ହୋଇଥିଲା । ଏଥିରେ ଅତିଥି ରୂପେ ମହନ୍ତ ସନ୍ଥ ଚରଣ ଦାସ ଏବଂ ବାବାଜୀ ରାମନାରାୟଣ ଦାସ ବଡ଼ ଆଖଡ଼ା ମଠ ପୁରୀ, ଯୋଗଦାନ କରି ସଂକୀର୍ତ୍ତନର ବିଭିନ୍ନ ଉପକାରିତା ସଂପର୍କରେ ବକ୍ତବ୍ୟ ଦେବା ସଙ୍ଗେ ସଙ୍ଗେ ସଂକୀର୍ତ୍ତନ ରେ ଅଶ୍ଳୀଳ ସ୍ଵର ଏବଂ ଅଶ୍ଳୀଳ ନୃତ୍ୟ କୁ ବାଦ ଦେବା ତଥା ବିରୋଧ କରିବା ପାଇଁ ପରାମର୍ଶ ଦେଇଥିଲେ । ଅଧିବେଶନରେ ସର୍ବସମ୍ମତ୍ତି କ୍ରମେ ୧୯୨୦ ରୁ ହରିନାମ ପ୍ରଚାର ପ୍ରସାର ଆରମ୍ଭ କରିଥିବା ବାବାଜୀ ସ୍ବର୍ଗତ ପ୍ରାଣବନ୍ଧୁ ଦାସଙ୍କ ଜୀବନୀ ଗ୍ରନ୍ଥକୁ ଲୋକଲୋଚନକୁ ଆଣିବା ସଙ୍ଗେସଙ୍ଗେ ତାଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ ପାଇଁ ପ୍ରସ୍ଥାବ ଗୃହିତ କରାଗଲା ଏବଂ କମିଟିରେ ଖାଲିଥିବା ଉପସଭାପତି ପଦକୁ ଅବସର ପ୍ରାପ୍ତ ଶିକ୍ଷକ ତଥା ଏସ.ଡୁମ୍ବେରପାଲିର ସଂକୀର୍ତ୍ତନ ଗାୟକ ମକରଧ୍ଵଜ ସାହୁଙ୍କୁ ମନୋନିତ କରାଗଲା । ଏହି ଅଧିବେଶନକୁ ୪ଟି ଜିଲ୍ଲା ବଲାଙ୍ଗିର, ସୋନପୁର, ବରଗଡ଼, ସମ୍ବଲପୁର ର କୀର୍ତ୍ତନ୍ୟ ଭକ୍ତ ଯୋଗ ଦେଇଥିଲେ । ପରିଶେଷରେ ସଂପାଦକ ସଞ୍ଜୀବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ
Comments
Post a Comment