ବରଗଡ଼ ୱାର୍ଡ ନମ୍ବର 16 ବରମଚାରି କେନାଲ ପାଖରେ ମୃତ ଦେହ ଉଦ୍ଧାର


 ବରଗଡ଼ ୱାର୍ଡ ନମ୍ବର 16 ବରମଚାରି କେନାଲ ପାଖରେ ମୃତ ଦେହ ଉଦ୍ଧାର | 


- ବରଗଡ଼ ୱାର୍ଡ ନମ୍ବର 16 ବରମଚାରି କେନାଲ ପାଖରେ ମୃତ ଦେହ ଉଦ୍ଧାର | ସ୍ଥାନୀୟ ଲୋକେ ଦେଖିବା ପରେ ବରଗଡ଼ ଟାଉନ ପୋଲିସକୁ ଯୋଗାଯୋଗ କରିଥିଲେ | ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଶବ ଉଦ୍ଧାର କରିଛି | ମୃତ ବ୍ୟକ୍ତି ଜଣକ ଗଙ୍ଗାଧର ନଗରର 47 ବର୍ଷୀୟ ଗଣେଶ ଲାଲ କରନ ହୋଇଥିବା ବେଳେ ପେଷାରେ ଡ୍ରାଇଭର ଥିବା ସୂଚନା ମିଳିଛି | ତେବେ ଗତ କାଲି ସନ୍ଧ୍ୟାରେ ସେ ଘରୁ ବାହାରି ଥିବା ବେଳେ ଆଉ ଫେରି ନ ଥିଲେ | ତେବେ ମୁତ୍ୟୁ ର କାରଣ ଅସ୍ପଷ୍ଟ ରହିଥିବା ବେଳେ   ଵର୍ତମାନ ପୋଲିସ ତଦନ୍ତ ଆରମ୍ଭ କରିଛି | ଟାଉନ ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ଶବ ବ୍ୟବଛେଦ କରିବା ପାଇଁ ପଠାଯାଇଛି |

Comments

Popular posts from this blog

ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା