ବରପାଲି ର ପ୍ରସିଦ୍ଧ ଅନନ୍ୟ ପୂଜା ସାର୍ବଜନୀନ ମା କାଳୀ ପୂଜା


 ବରପାଲି ର ପ୍ରସିଦ୍ଧ ଅନନ୍ୟ ପୂଜା ସାର୍ବଜନୀନ ମା କାଳୀ ପୂଜା ।


ବରପାଲି:-୧.୧୧-(ଚିତ୍ତରଞ୍ଜନ ସାହୁ)- ବରଗଡ ଜିଲ୍ଲା ବରପାଲି ରେ ବାର ମାସରେ ତେର ଯାତ ଭଲି ଏଠାରେ ଅନେକ ପୂଜା ପାର୍ବଣ ଅନୁଷ୍ଠିତ ହୋଇଥାଏ l ତନ୍ମଧ୍ୟରୁ ବରପାଲି ଶ୍ୟାମା କ୍ଲବ ର ଇଷ୍ଟ ଦେବୀ ପରମ ବୈଷ୍ଣବୀ ଶ୍ରୀ ଶ୍ରୀ ଦକ୍ଷିଣ କାଳି ଙ୍କ ପୂଜା ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି l ଏହି ପୂଜା କାର୍ତ୍ତିକ ମାସ ର ଅମାବାସ୍ଯା ଦିନ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଥାଏ l ଆଜକୁ ଦୀର୍ଘ ୫୬ ବର୍ଷ ଧରି ଏହି ଉତ୍ସବ ପାଳନ ହୋଇଆସୁଛି l

ଏହି ପୂଜା ପ୍ରଥମ କରି ୧୯୭୦ ମସିହାରେ ଅକ୍ଟୋବର ମାସ ୨୯ ତାରିଖ ଗୁରୁବାର ଦିନ ସ୍ଵର୍ଗତ ପତିତପାବନ ହୋତା ଙ୍କ ସକ୍ରୀୟ ଉଦ୍ୟମ ରେ ଆରମ୍ଭ ହୋଇଥିଲା l ପ୍ରଥମ କାଳୀପୂଜା କମିଟି ରେ ଶ୍ରୀ ରାଜୀବ ଲୋଚନ ହୋତା,ଶରତଚନ୍ଦ୍ର ଗନ୍ତିଆ, ସୂର୍ଯ୍ୟମଣି ପଧାନ, ଜେମାମଣି ମିଶ୍ର, ଗୌରୀ ଶଙ୍କର ସ୍ଵାଇଁ, ଜୟ ରାମ ଗହୀର, ଖଲି ଚରଣ ପ୍ରଧାନ, ଗୋପାଳ ଚନ୍ଦ୍ର ପଟେଲ, ପର୍ଶୁରାମ ଦାଶ, ଅଶୋକ କୁମାର ଦାଶ ସଭ୍ଯ ମାନଙ୍କୁ ନେଇ ରାଜୀବ ଲୋଚନ ହୋତା ଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇ ଥିଲା ଓ ପର୍ଶୁରାମ ଦାଶ ସମ୍ପାଦକ ଭାବେ କାର୍ଯ୍ୟ ତୁଲାଇଥିଲେ lଏହି ଦିନରେ ବରପାଲି ବାସୀ ଦ୍ୱାରେ ଦ୍ୱାରେ ଦୀପାଳୀ ଜାଳି ରଖି ଥାନ୍ତି l ବରପାଲି ଶ୍ୟାମା ଛକ ରେ ଛୋଟ ଅଥଚ ସୁନ୍ଦର ଦେବୀ ମଣ୍ଡପ ,ସେଇ ମଣ୍ଡପ ମା ଦକ୍ଷିଣ କାଳି ଙ୍କ ଏକ ବିରାଟ ମୃଣ୍ମୟ ମୂର୍ତ୍ତି. ଚତୁର୍ଭୁଜା. ଦାକ୍ଷିଣା ହସ୍ତ ରେ ଶାଣିତ ଖଡ୍ଗ .ବାମ ହସ୍ତ ରେ ନର ମୁଣ୍ଡ ମାଳ. ଅନ୍ୟ ଦୁଇ ହସ୍ତ ପ୍ରସାରିତ ହେଉଛି ସାଧାରଣ ମାନବ ଙ୍କ ସମ୍ମୁଖ କୁ ସର୍ବ ଭରଣା ଭୂଷିତ ମା ଦଣ୍ଡାୟମାନ ହୋଇଛନ୍ତି ଧରାଶାୟୀ ମହାଯୋଗୀ ଦେବ ଦେବ ମହାଦେବ ମହାକାଳ ଶିବ ଙ୍କ ଉପରେ lଧୂପ, ଦୀପ ,ଫୁଲ ହାର, ଘଣ୍ଟ ବାଦ୍ୟ ରେ, ଲୋକଙ୍କ କୋଳାହଳ ରେ ପୂଜା ପିଠରେ ଏକ ଆଧ୍ୟାତ୍ମିକ ଭାବଧାରା ଆଚ୍ଛନ୍ନ କରି ପକାଏ l ମା ଙ୍କ ପୂଜା ଆରାଧନା ସମ୍ପୂର୍ଣ୍ଣ ଅନନ୍ୟା, ସ୍ଵତନ୍ତ୍ର l ଏହି ପୂଜା ବିଲ୍ଵ ଜଳ, ତୁଳସୀ ମହାପ୍ରସାଦ ଓ କୁଷ୍ମାଣ୍ଡ ପାଣି କଖାରୁ ରେ ବଳି ସଂଯୋଗ କରି ପୂର୍ଣ୍ଣ ବୈଷ୍ଣବ ବିୟ ଧାରା ରେ ପୂଜା କରାଯାଏ l ଯେଉଁ   ସନ୍ତାନ ଯେମିତି ଚାହେଁ ମା ତାକୁ ସେମିତି ଦେଇ ଥାଏ l ଚଳିତ ବର୍ଷ ଏହି ପୂଜା ତା - ୩୧.୧୦.୨୪ ସନ୍ଧ୍ଯା ୬ ଘଣ୍ଟା ସମୟରେ କଳସ ଶୋଭାଯାତ୍ରା, 

ତା. ୧.୧୧.୨୦୨୪ ରେ ପୂଜା, ଚଣ୍ଡିପାଠ   ଚଣ୍ଡି ହୋମ, ତା ୨.୧୧.୨୦୨୪ ରେ ପୂଜା, ଚଣ୍ଡିପାଠ, ଅପରାହ୍ନ ରେ ପୂର୍ଣ୍ଣାହୁତି, ରାତ୍ରି ରେ ବିସର୍ଜନ ଓ ଭଷାଣୀ ଶୋଭାଯାତ୍ରା ଅନୁଷ୍ଠିତ ହେବ ଏବଂ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଚଳିତ ବର୍ଷ ଏହି ପୂଜା ର ସଭାପତି ଭାବେ ଧୀରେନ୍ଦ୍ର କୁମାର ତ୍ରିପାଠୀ, ସମ୍ପାଦକ ଭାବେ ଶ୍ରୀ ନୃସିଂହ ପଣ୍ଡା କାର୍ୟ ଭାର ବହନ କରୁଥିବା ବେଳେ କୋଷାଧ୍ୟକ୍ଷ ଭାବେ ଶନ୍କର ଅଗ୍ରୱାଲ ଓ କର୍ତ୍ତା ଭାବେ ଶ୍ରୀ ଅଶୋକ କୁମାର ପଣ୍ଡା , ଚଳିତ ବର୍ଷ ପୁରୋହିତ ଭାବରେ ପଣ୍ଡିତ ହେମନ୍ତ ମିଶ୍ର , ଡୋଲାମଣି ଦେବତା, ଅନୀଲ ରଥ, କିଶୋର ମିଶ୍ର, ସୁରେଶ ମହାପାତ୍ର ପୂଜାକାର୍ଯ୍ୟ ନିର୍ବାହ କରିଛନ୍ତି l

ବରପାଲି ରୁ ଚିତ୍ତରଞ୍ଜନ ସାହୁଙ୍କ ରିପୋର୍ଟ

Comments

Popular posts from this blog

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା

ବରପାଲି ରେ ସେବା ସପ୍ତାହ ଆଜି ଉଦଯାପିତ