ଚକ୍ଷୁ ଚିକିତ୍ସା ଶିବିର ଓ ରକ୍ତବର୍ଗ ଚିହ୍ନଟ ଶିବିର
*ଚକ୍ଷୁ ଚିକିତ୍ସା ଶିବିର ଓ ରକ୍ତବର୍ଗ ଚିହ୍ନଟ ଶିବିର*
ବରପାଲି ୧୭/୧୧/୨୦୨୪(ଚିତ୍ତରଞ୍ଜନ ସାହୁ)
ବରପାଲି ସ୍ଥିତ ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ଦାଶ ସ୍ମୃତି କମିଟୀ ତରଫରୁ କାଳଜୟୀ ପ୍ରତିଭା ସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ଦାଶଙ୍କ ୮୩ତମ ଜନ୍ମ ଜୟନ୍ତୀ ସଭାପତି ରସାନନ୍ଦ ଥପାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି।ସମ୍ପାଦକ ଯତୀନ୍ଦ୍ର କୁମାର ସାହୁଙ୍କ ସଂଯୋଜନା ସଭାରେ ମୁଖ୍ୟ ଅତିଥି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିନେଶ ଗହୀର,ସମ୍ମାନିତ ଅତିଥି ଭାବେ ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମିନୀ ଦାଶ,ଜଗବନ୍ଧୁ ଦାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ ମେହେର,ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରୀନା ଥଇତ,ମୁଖ୍ୟ ବକ୍ତାଭାବେ ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଲୋକବନ୍ଧୁ ପ୍ରଧାନ ଯୋଗ ଦେଇଥିଲେ। ସ୍ମୃତି କମିଟିର ସମ୍ପାଦକ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ସହ ବିବରଣୀ ପଠନ କରିଥିଲେ ।ସଭା ପ୍ରାରମ୍ଭରୁ ସୁଧାଂଶୁ କୁମାର ଦାଶଙ୍କ ଗୀତ ରଚନା ଓ ସରୋଜ କୁମାର ଦାଶଙ୍କ ନିର୍ଦ୍ଦେଶନାରେ ସ୍ବାଗତ ଓ ସମାପ୍ତି ସଙ୍ଗୀତ ଗାନ କରାଯାଇଥିଲା
ଏ ଅବସରରେ ଭାଷା ସାହିତ୍ୟ ଜଗତର ଜଣେ ଅମଳିନ ପ୍ରତିଭା ଶ୍ରୀଯୁକ୍ତ ମନୋରଞ୍ଜନ ମେହେର ଓ ଏ ଅଞ୍ଚଳର ବିଶିଷ୍ଟ ସମାଜ ସେବୀ ଦେବାନନ୍ଦ ଖଟୁଆଙ୍କୁ "ସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ଦାଶ ସ୍ମୃତି ସମ୍ମାନ ୨୦୨୪" ଦିଆଯାଇଥିଲା ।ବରପାଲି ବ୍ଲକ ସ୍ତରରେ ସର୍ବୋଚ୍ଚ ନମ୍ବର ରଖିଥିବା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ବିଶ୍ୱମୟୀ ସାହୁ,ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ପୂଜାରାଣୀ ବେହେରା,ସ୍ନାତକ ଶ୍ରେଣୀରେ ଅରୁଣା ସାହୁଙ୍କୁ ପୁରସ୍କୃତ କରାଯାଇଥିଲା।ପରେ ପରେ ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟାପକ ରମାକାନ୍ତ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ। ଜନ୍ମ ଜୟନ୍ତୀ ପାଳନ ଅବସରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଓ ରକ୍ତ ବର୍ଗ ଚିହ୍ନଟ ଶିବିରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିନେଶ ଗହୀର ଉଦଘାଟନ କରିଥିଲେ। ସ୍ମୃତି କମିଟିର ସମସ୍ତ ସଦସ୍ୟ ଏଥିରେ ସାମିଲ ହୋଇଥିଲେ।ଆନୁଷ୍ଠ।ନିକ କାର୍ଯକ୍ରମର ପରିସମାପ୍ତି ପରେ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।
Comments
Post a Comment