୯୫ ତମ ଗିରି ଗୋବର୍ଦ୍ଧନ ପୁଜା ମହୋତ୍ସବ ଉଦଯାପିତ


 ୯୫ ତମ ଗିରି ଗୋବର୍ଦ୍ଧନ ପୁଜା ମହୋତ୍ସବ ଉଦଯାପିତ 


ବରପାଲି - ୩.୧୧-(ଚିତ୍ତରଞ୍ଜନ ସାହୁ)- ବରଗଡ ଜିଲ୍ଲା ବରପାଲି ବ୍ଲକ ତୁଲଣ୍ଡି ଗ୍ରାମ ଠାରେ ଆଜି ୯୫ ତମ ଗିରି ଗୋବର୍ଦ୍ଧନ ପୁଜା ମହୋତ୍ସବ ମହା ସମାରୋହରେ 

ଉଦଯାପିତ ହୋଇଯାଇଛି।ଏହି ପୂଜା କାର୍ଯ୍ୟକ୍ରମରେ କର୍ତ୍ତା ଭାବରେ ରାଘବ ଭୋଇ ଓ ତାଙ୍କ ଧର୍ମପତ୍ନୀ କାର୍ଯ୍ୟ ନିର୍ବାହ କରିଥିବା ବେଳେ ଏହି ମହୋତ୍ସବ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା ।ପ୍ରଥମ ଦିନରେ ଗ୍ରାମର ସହସ୍ରାଧିକ ମହିଳା ମାନଙ୍କ ଦ୍ଵାରା କଳସ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରି ମନ୍ଦିରରେ ପୂଜାର୍ଚ୍ଚନା କରିଥିବା ବେଳେ ଉଦଯାପନୀ ଉତ୍ସବ ରେ  ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିବା ବେଳେ ବରଗଡ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ,ବିଜେପୁର ବିଧାୟକ ସନତ ଗଡତିଆ,ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ, ପୂର୍ବତନ ବିଧାୟିକା ରିତା ସାହୁ,କଂଗ୍ରେସ ନେତା ଅଭିଷେକ ସେଠ୍ ,ବରପାଲି ବ୍ଲକ ଅଧ୍ୟକ୍ଷା ରୀନା ଥଇତ ,ସରପଞ୍ଚ ମାନସ ରଞ୍ଜନ ବଢାଇ,ସମିତି ସଭ୍ୟ ଉପେନ୍ଦ୍ର ବାଗ ପ୍ରମୁଖ ଉତ୍ସବ ରେ ଯୋଗ ଦେଇଥିଲେ।ଏହି ପୂଜା ମହୋତ୍ସବ ୯୫ ବର୍ଷ ରେ ପଦାର୍ପଣ କରିଥିବା ବେଳେ ଏହି ଅବସରରେ ମିନାବଜାର ଦୋଳି ମେଣ୍ଢା ଲଢେଇ ଭକ୍ତ ଓ ଦର୍ଶକ ମାନଙ୍କୁ ବେସ୍ ଆକର୍ଷଣ କରିଥିଲା। ଏହି ଯାତ୍ରା ମହୋତ୍ସବ କୁ କମିଟି ର ସଭାପତି ବନବାସ ନାଏକ,ସମ୍ପାଦକ ଆନନ୍ଦ ସାହୁ,ଗୌନ୍ତିଆ ଲୋକନାଥ ତ୍ରିପାଠୀ,ନେପାଲ ଥପା,ପଦ୍ମଲୋଚନ ପଟେଲ,ସୁଶାନ୍ତ ଦାସ,ଅସ୍ପିନି ରଥ, କମଲେଶ ଭୋଇ ଓ ଗ୍ରାମବାସୀ ପ୍ରମୁଖ ଉତ୍ସବକୁ ପରିଚାଳନା କରିଥିଲେ।ଏହି ଉତ୍ସବ ରେ ହଜାର ହଜାର ମହିଳା ଓ ପୁରୁଷ ଭକ୍ତ ମାନେ ଯୋଗଦାନ କରିଥିବାର ଦେଖିବାକୁ ମିଳିଛି।

Comments

Popular posts from this blog

ସାଂସଦ ଓ ବିଧାୟକ ଙ୍କ ବରପାଲି ଗସ୍ତ

ନଗର ଯାଦବ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ