ଜିଲ୍ଲା ସ୍ତରୀୟ ରେଡକ୍ରସ ଶିବିର ଉଦଘାଟିତ


 ଜିଲ୍ଲା ସ୍ତରୀୟ ରେଡକ୍ରସ ଶିବିର ଉଦଘାଟିତ ।


ବରପାଲି ତା:୦୮-୧୧(ଚିତ୍ତରଞ୍ଜନ ସାହୁ) ବରପାଲି ମହାବିଦ୍ୟାଳୟ ରେ ତିନି ଦିନିଆ ଜିଲ୍ଲା ରେଡକ୍ରସ ଶିବିର ଶୁକ୍ରବାର ଉଦଘାଟିତ ହୋଇଛି।

ସକାଳେ ପ୍ରଥମେ ପତାକା ଉତ୍ତୋଳନ ପୂର୍ବକ ଏହାକୁ କଲେଜ୍ ପରିଚାଳନା କମିଟି ର ସଭାପତି ଡକ୍ଟର ରବୀନ୍ଦ୍ର ଗଡତିୟା ଏହାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ସମଲେଶ୍ଵରୀ,

ରେଡ୍ କ୍ରସ ର ପ୍ରତିଷ୍ଠାତା ହେନେରୀ ଦୋନାଲ୍ଡ, କବି ଗଙ୍ଗାଧର ଙ୍କ ଫଟୋ ଚିତ୍ର ରେ ଦ୍ଵୀପ ପ୍ରଜ୍ବଳନ କରିବା ପରେ କଲେଜ ଅଧ୍ୟକ୍ଷା ଜୟନ୍ତୀ ଦାଶ ଙ୍କ ଅଧ୍ୟକ୍ଷତା ରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇ ଥିଲା ।ଏଥିରେ ପରିଚାଳନା କମିଟି ସଭାପତି ଡକ୍ଟର ରବୀନ୍ଦ୍ର ଗଡତିୟା, ରେଡକ୍ରସ ର ଜିଲ୍ଲା ଆବହାକ ଡକ୍ଟର ନକୁଲ ସେଠ୍, ଜିଲ୍ଲା ସଂଯୋଜକ ପରମାନନ୍ଦ ରଥ, ସୁଶିଲ କୁମାର ଶତପଥୀ, ଅଲେଖ ମହାନନ୍ଦ, ନତାଶା ସିକନ୍ଦର ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଥିଲେ । ଏହି ତିନି ଦିନିଆ ଶିବିର ରେ ପ୍ରତ୍ୟହ ବିପର୍ଯ୍ୟୟ ର ମୁକାବିଲା,ସାଇବର କ୍ରାଇମ୍ ଆଦି ବିଷୟ ଉପରେ ଆଲୋଚନା ଓ ତାଲିମ ପ୍ରଦାନ କରାଯିବା ସହ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟ ରେ ବିଭିନ୍ନ ପ୍ରତିଯୋଗୀତା ତଥା ସନ୍ଧ୍ୟା ରେ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ଶିବିର ଆୟୋଜନ ଦାୟିତ୍ଵ ରେ ଥିବା ପ୍ରଫେସର ସୁଶିଲ କୁମାର ଶତପଥୀ ସୂଚନା ପ୍ରଦାନ କରିଛନ୍ତି ।ଏହି ଶିବିର ରେ ଜିଲ୍ଲା ର ୫୪ ଟି କଲେଜ୍ ର ଛାତ୍ର ଛାତ୍ରୀ ଯୋଗ ଦେଇଛନ୍ତି।

Comments

Popular posts from this blog

ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା