ବରଗଡ଼ ପୋଲିସ ବିଭାଗକୁ ମିଳିଲା ବଡ଼ ଧରଣର ସଫଳତା


 ବରଗଡ଼ ପୋଲିସ ବିଭାଗକୁ ମିଳିଲା ବଡ଼ ଧରଣର ସଫଳତା l ବ୍ୟାଙ୍କ୍ ଡ଼କାୟତ ଗ୍ୟାଙ୍ଗ କୁ ଧରିବା ସହ ବନ୍ଧୁକ କାରବାର ର ମାଷ୍ଟର ମାଇଣ୍ଡ ବିହାର ରୁ ଗିରଫ କରାଗଲା।



 -- ବରଗଡ଼ ପୋଲିସ ବିଭାଗକୁ ମିଳିଲା ବଡ଼ ଧରଣର ସଫଳତା l ବ୍ୟାଙ୍କ ଡକାୟତି କରିବାକୁ ଉଦ୍ୟମ କରିଥିବା 5 ଜଣ ଡକାୟତଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିବା ବେଲେ ବରଗଡ଼ ରେ ବେଆଇନ ବନ୍ଧୁକ ବିକ୍ରୀ କରିଥିବା ଏକ ରେକେଟକୁ ମଧ୍ୟ ପୋଲିସ ବିହାର ରାଜ୍ୟରୁ ଗିରଫ କରି ବରଗଡ଼ ଆଣିବାରେ ସଫଳ ହୋଇଛି l ଏନେଇ ରବିବାର ଏସପି ଅଫିସ କନଫରେନ୍ସ ହଲ ଠାରେ ପୋଲିସ ବିଭାଗ ପକ୍ଷରୁ ଆଇଜି ହିମାଂଶୁଲାଲ ଏକ ସାମ୍ବାଦିକ ସମ୍ବିଳନୀରେ ଜଣାଇଛନ୍ତି l ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା 6 ଟା 45 ମିନିଟ ସମୟରେ ବରପାଲି ଉତ୍କଳ ଗ୍ରାମୀଣ ବ୍ୟାଙ୍କ ରେ  ୫ଜଣ ମୁଖା ଡକାୟତ ମୁହଁରେ କପଡ଼ା ବାନ୍ଧି ବ୍ୟାଙ୍କ ଭିତରକୁ ପ୍ରବେଶ କରି ପିସ୍ତଲ ଓ ଛୁରୀ ଦେଖାଇ ବ୍ୟାଙ୍କ ମ୍ୟାନେଜର ରାକେଶ କୁମାର ନାଏକଙ୍କ ସହିତ ଅନ୍ୟ କର୍ମଚାରୀ ମାନଙ୍କଠାରୁ ମୋବାଇଲ ଓ ଟଙ୍କା ଲୁଟିବା ପରେ ବ୍ୟାଙ୍କର ଟଙ୍କା ଲୁଟିବାକୁ ଉଦ୍ୟମ କରିବା ସମୟରେ ବ୍ୟାଙ୍କ ମ୍ୟାନେଜର କୌଶଳ କ୍ରମେ ବ୍ୟାଙ୍କର ସାଇରନ ଙ୍କୁ ବଜାଇଦେଇଥିଲେ ଯାହା ଫଳରେ  ସାଇରନ ଶୁଣି ପୋଲିସ ଗାଡି ସଙ୍ଗେ ସଙ୍ଗେ ବ୍ୟାଙ୍କକୁ ପହଂଚିଯାଇଥିଲା ଏବଂ ଗୋଟେ ଡକାୟତକୁ କାବୁ କରିବାରେ ସଫଳ ହୋଇଥିଲା l ତଦନ୍ତ ପରେ 3 ଘଣ୍ଟା ଭିତରେ ଅନ୍ୟ ସାଥି ଡକାୟତ ମାନଙ୍କୁ ପୋଲିସ ଗିରଫ କରି ସେମାନଙ୍କ ଠାରୁ 2 ଗୋଟି ପିସ୍ତଲ, ମେଗଜିନ, ଛୁରୀ, ଲୁହା ରଡ଼, ଲଙ୍କା ଗୁଣ୍ଡ ସହିତ ଦୁଇ ଗୋଟି ବାଇକ ଇତ୍ୟାଦି ସାମଗ୍ରୀ ଜବତ କରିଛି ପୋଲିସ l ତେବେ ଡକାୟତ ର ମୁଖ୍ୟ ଆଶାମୀ ଅନଲାଇନ ଗେମ ରେ 12 ଲକ୍ଷ ଟଙ୍କା ହାରିବା ପରେ ବ୍ୟାଙ୍କ ଡକାୟତି କରିବା ନେଇ ପ୍ଳାନ କରିଥିବା ପୋଲିସ ଆଗରେ ଜଣାଇଥିବା ବେଳେ  ଗିରଫ 5 ଜଣ ଡକାୟତଙ୍କ ନାମରେ ପୂର୍ବରୁ ମଧ୍ୟ ବିଭିନ୍ନ ଥାନାରେ ମାମଲା ରହିଥିବା ପୋଲିସ ଜଣାଇଛନ୍ତି l  ତେବେ  ଗିରଫ 5 ଜଣ ଅଭିଯୁକ୍ତ ମାନଙ୍କ ମଧ୍ୟରୁ 4 ଜଣ ଅଭିଯୁକ୍ତ ବରଗଡ଼ ସଦର ଥାନା ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ବରପାଲି ଥାନା ଅଞ୍ଚଳର ହୋଇଥିବା ପୋଲିସ ସୂଚନା ଦେଇଛି l 

ସେହିପରି ବରଗଡ଼ରେ ବନ୍ଧୁକ କାରବାର କରୁଥିବା ମୂଖ୍ୟ ଆରୋପିକୁ ବିହାରରୁ ଗିରଫ କରି ବରଗଡ଼ ଆଣିବାରେ ସଫଳ ହୋଇଛି ବରଗଡ଼ ପୋଲିସ l  ବରଗଡ଼କୁ ବନ୍ଧୁକ ଯୋଗାଣ କରୁଥିବା ବିହାର ରାଜ୍ୟର ମହମ୍ମଦ ଅକରମ କୁ ଗିରଫ କରିଛି ପୋଲିସ l  ବରଗଡରେ କିଛି ବିହାରୀ ଯୁବକ ରହି ଏ ଅଂଚଳର ଅପରାଧୀମାନଙ୍କୁ ବନ୍ଧୁକ ବିକ୍ରି କରୁଥିଲେ । ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ବରଗଡ ପୁଲିସର ଏକ ସ୍ୱତନ୍ତ୍ର ଟିମ ବିହାରକୁ ଗସ୍ତ କରି ମୁଖ୍ୟ ଆଶାମୀ ମହମ୍ମଦ ଅକରମ ସହିତ ତାର ଅନ୍ୟ ଜଣେ ସହଯୋଗୀ କୁ ଗିରଫ କରିବାରେ ବରଗଡ଼ ପୋଲିସ ସଫଳ ହୋଇଥିବା ନେଇ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି ଆଇଜି ହିମାଂଶୁଲାଲ  l

Comments

Popular posts from this blog

ନଗର ଯାଦବ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ

ଜଗବନ୍ଧୁ ଦାସ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ