ବରପାଲି ଯାଦବ ମହିଳା ସଂଗଠନ ଓ ଯୁବ ଯାଦବ କମିଟିର ବୈଠକ


 ବରପାଲି ଯାଦବ ମହିଳା ସଂଗଠନ ଓ ଯୁବ ଯାଦବ କମିଟିର  ବୈଠକ


ବରପାଲି :- ୧୬.୧୨- (ଚିତ୍ତରଞ୍ଜନ ସାହୁ) -ବରଗଡ ଜିଲ୍ଲା ବରପାଲି ଭାଗିରଥି ପଟ୍ଟନାୟକ ଶିକ୍ଷା ନିକେତନ ପରିସରରେ ଆଜି ବରପାଲି ଯାଦବ ମହିଳା ସଂଗଠନ ଓ ଯୁବ ଯାଦବ କମିଟି ର ମିଳିତ ଭାବରେ ଏକ ବୈଠକ ଅନୁଷ୍ଠିତ ହୋଇ ମହିଳା ସଂଗଠନ କୁ ଯେ ପରି ଏନ୍ ଏ ସି ଓ ବ୍ଲକ ଅଞ୍ଚଳରେ ସୁଦୃଢ଼ କରିବା ସାଙ୍ଗକୁ ସମାଜ ପକ୍ଷରୁ ବିଭିନ୍ନ ଉନ୍ନୟନ ମୂଳକ ,ସମାଜ ସେବା କରିବା ସାଙ୍ଗକୁ  ଶିକ୍ଷା କୁ ସମାଜ ପକ୍ଷରୁ ପ୍ରାଧାନ୍ୟ ଦିଆଯାଇଥିଲା। ଏ ସବୁ ସାମାଜିକ କାମ କରିବାକୁ ହେଲେ କିଛି ଅର୍ଥ ର ଆବଶ୍ୟକତା ପଡୁଥିବାରୁ ସେଥି ପାଇଁ ସମାଜ ର ସଭ୍ୟ ମାନଙ୍କ ଭିତରେ କିଛି ରାଶି ସଂଗ୍ରହ କରିବା ନିମନ୍ତେ ନିଷ୍ପତି ନେବା ସାଙ୍ଗକୁ ସମାଜ ର ବୈବାହିକ କାର୍ଯ୍ୟ ବେଳେ ବର ଓ କନ୍ୟା ପକ୍ଷରୁ ୫୦୦ ଟଙ୍କା  ସମାଜ କୁ ବରପାଲି N A C ର ଯାଦବ ପରିବାର ର  ବିବାହ ସମୟ ରେ ପୁଅ ଓ ଝିଅ ଘର ପକ୍ଷ ସମାଜକୁ ଦେବାପାଇଁ ନିଷ୍ପତି ନିଆଯାଇଥିଲା।ଉକ୍ତ ବୈଠକ ରେ ଯାଦବ ମହିଳା ସମାଜ ଓ ଯୁବ ଯାଦବ ସମାଜର ସହସ୍ରାଧିକ ମହିଳା ଓ ଯୁବକ ମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।

Comments

Popular posts from this blog

ଜଗବନ୍ଧୁ ଦାସ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ

ହରି ହର ଭେଟ ପାଇଁ ପ୍ରସ୍ତୁତି ବୈଠକ

ଜିଲ୍ଲା ସ୍ତରୀୟ ରେଡକ୍ରସ ଶିବିର ଉଦଘାଟିତ