ଲକ୍ଷେ ଘରିଆ ଦଳିତ ଉନ୍ନୟନ ସଂଘ ,ପ୍ରତିଷ୍ଠାତା ସଭାପତିଙ୍କ ପରଲୋକ।


 ଲକ୍ଷେ ଘରିଆ ଦଳିତ ଉନ୍ନୟନ ସଂଘ ,ପ୍ରତିଷ୍ଠାତା ସଭାପତିଙ୍କ ପରଲୋକ।


ବରପାଲି:- ୨.୧୨.( ଚିତ୍ତରଞ୍ଜନ ସାହୁ)- ବରଗଡ ଜିଲ୍ଲା ବରପାଲି ପୂର୍ବତନ ସଭାପତି ତଥା ଲକ୍ଷେ ଘରିଆ ଦଳିତ ଉନ୍ନୟନ ସଂଘ ,ବରପାଲି ରପ୍ରତିଷ୍ଠାତା ,ଦଳିତ ରତ୍ନ ଉପାଧି ଓ ଅନେକ ଦଳିତ ସମାଜ ସେବୀ ଅନୁଷ୍ଠାନ ରୁ ପୁରସ୍କୃତ ଶ୍ରୀମାନ ଶିବଲା ଲ ତାଣ୍ଡିଆ ଙ୍କ 77 ବୟସ ରେ ଅକସ୍ମାତ୍ ବିୟୋଗ ହୋଇଯାଇଛି । ସେ ଜଣେ ଅବସପ୍ରାପ୍ତ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ରହିଥିଲେ ଓ ସେ ୨୦୦୭ ମସିହାରେ ସୁବର୍ଣ୍ଣପୁର ଜିଲ୍ଲା ରୁ ଅବସର ପାଇଥିଲେ ତାଙ୍କର ଚାକିରି ଓ ଅବସର ପରେ ମଧ୍ୟ ସେ ଅନେକ ସମାଜ କଲ୍ୟାଣ କାର୍ଯ କରିବା ସହିତ ଅନେକ ଗରିବ ଅଭାବୀ ସ୍କୁଲ ପିଲାମାନଙ୍କ ନାମ ଲେଖା ବହି  ପତ୍ର କିଣିବା ପାଇଁ ସାହାଯ୍ୟ କରିବା ସହିତ  ଭଲ ପଢ଼ି ଭଲ ମଣିଷ ହେବା ପାଇଁ ପ୍ରୋତ୍ସାହିତ କରୁଥିଲେ। ଡକ୍ଟର ଭୀମ ରାଓ ଆମ୍ବେକରଙ୍କ ତିନୋଟି ସ୍ଲୋଗାନ ଯଥା , ଶିକ୍ଷିତ ହୁଅ, ସଂଗଠିତ ହୁଅ ,ସଂଘର୍ଷ କର ଏହି ତିନୋଟି ନୀତି କୁ ସେ ଆପଣେଇ ଅନ୍ୟ ମାନଙ୍କୁ କହି ପ୍ରୋତ୍ସାହିତ କରୁଥିଲେ ।ସମାଜ କୁ ଏକତ୍ରିତ କରିବା ସହିତ ସେବା,ତ୍ୟା ଗ,ସମାଜ ପାଇଁ ଦାୟିତ୍ବ ତୁଲାଇବା ତତ୍ପର ରହିବା , ଲକ୍ଷେ ଘରିଆ ଦଳିତ ସଂଘ ,ବରପାଲି ର ଉନ୍ନତି ପାଇଁ ବିଶେଷ ପ୍ରୟାସ କରି  ଅନେକ ଛୋଟ ବଡ଼ ସଂଘ ମାନଙ୍କୁ ସାହାଯ୍ୟ ସହଯୋଗ ମଧ୍ୟ କରିଛନ୍ତି !ତାଙ୍କର ଅକସ୍ମାତ୍ ବିୟୋଗ ରେ ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି ।

Comments

Popular posts from this blog

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ

ଜଗବନ୍ଧୁ ଦାସ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ

ହରି ହର ଭେଟ ପାଇଁ ପ୍ରସ୍ତୁତି ବୈଠକ