ଜଗବନ୍ଧୁ ଦାସ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ
ଜଗବନ୍ଧୁ ଦାସ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ ।
ବରପାଲି -୩.୧୨.(ଚିତ୍ତରଞ୍ଜନ ସାହୁ): - ଆଜି ଜଗବନ୍ଧୁ ଦାସ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଦଲିପାଲିଠାରେ ଅଧ୍ୟକ୍ଷ ପ୍ରଦୀପ କୁମାର ମେହେରଙ୍କ ଅଧକ୍ଷତାରେ ଏବଂ କ୍ରୀଡା ଶିକ୍ଷୟିତ୍ରୀ ବନ୍ଦିତା ପ୍ରଧାନଙ୍କ ପରିଚାଳନାରେ ଶ୍ରୀ ଶ୍ରୀ ଲୋକେଶ୍ଵର ମନ୍ଦିର କଦଲିପାଲିରୁ ଭବ୍ୟ ପୂଜାର୍ଚ୍ଚନା କରି ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗୀତାର ଶୁଭାରମ୍ଭ ହୋଇଯାଇଛି । ସମ୍ମାନିତ ମୁଖ୍ୟ ଅତିଥି ଭାବେ ବରପାଲି ବ୍ଳକ୍ ଚ଼େୟାରମ୍ୟାନ ଶ୍ରୀମତୀ ରୀନା ଥଇତ୍ ପଦାର୍ପଣ କରି ସ୍ଵହସ୍ତରେ ମଶାଲ ପ୍ରଜ୍ଜ୍ୱଳନ ପୂର୍ବକ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ଆଜି ପ୍ରଥମ ଦିନ ୧୦୦ମି. ଦୌଡ, ୨୦୦ମି. ବୌଡ଼, ସାଇକେଲ୍ ସ୍ଳୋ, ଲମ୍ବ ଡିଆଁ ଏବଂ ଉଚ୍ଚ ଡିଆଁ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଙ୍କ ଦ୍ୱାରା ବିଦ୍ୟାଳୟରେ ଅନୁଷ୍ଠିତ ହୋଇ ସାରିଥିବା ଚେସ୍ ,କେରମ୍,ବେଟ୍ମିଣ୍ଟନ୍ ଓ କବଡ୍ଡି ପ୍ରତିଯୋଗୀତାର ଉପକୃତ ଛାତ୍ରୀମାନଙ୍କୁ ଟ୍ରଫି ଏବଂ ମାନପତ୍ର ପ୍ରଦାନ ମଧ୍ୟ କରା ଯାଇଥିଲା । ଶେଷରେ ଅଧ୍ୟାପକ ସୁଧାଂଶୁ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ I କାର୍ଯ୍ୟକ୍ରମରେ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଭାବରେ ସୁରେଶ ବାରିକ, ସୁନିଲ କୁମାର ବେହେରା, ରବିନ୍ଦ୍ର ସାହୁ, ମିନତି ବାବୁ, ନିବେଦିତା ବେହେରା, ଅନ୍ତର୍ଯ୍ୟାମି ପଣ୍ଡା, ସୁରେନ୍ଦ୍ର ଦୀପ, ନିରଜ ସାହୁ, ପ୍ରଦୀପ ମିଶ୍ର, ପ୍ରକାଶ ନନ୍ଦ, ଆନନ୍ଦ ବେହେରା , କାଲୁ କୁମ୍ଭାର ଏବଂ ସମସ୍ତ ଛାତ୍ରୀମାନେ ଶେଷ ପର୍ଯ୍ୟନ୍ତ ରହି ବିଶେଷ ସହଯୋଗ କରିଥିଲେ ।
Comments
Post a Comment