ଟାଟା ପାୱାର ପକ୍ଷରୁ ଖୁଲଜା ସୀମ୍ ସୀମ୍ ରେ ତିନି ଜଣ ପୁରସ୍କୃତ


 *ଟାଟା ପାୱାର ପକ୍ଷରୁ ଖୁଲଜା ସୀମ୍ ସୀମ୍ ରେ ତିନି ଜଣ ପୁରସ୍କୃତ*


ବରପାଲି - ୫.୧୧(ଚିତ୍ତରଞ୍ଜନ ସାହୁ) ବରଗଡ ଜିଲ୍ଲା ବରପାଲି ସ୍ଥାନୀୟ ଗ୍ରିତ୍ ଅଫିସ ପରିସରରେ ଆଜି ଟାଟା ପାୱାର ୱେଷ୍ଟନ ଓଡ଼ିଶା ଦିଷ୍ଟିବ୍ୟୁସନ୍ ଲିମିଟେଡ(ଡିସ୍କମ୍)ପକ୍ଷରୁ ପ୍ରତ୍ୟେକ ଜିଲ୍ଲା,ବ୍ଲକ୍ ଓ ସହରାଞ୍ଚଳିୟ ବିଦ୍ୟୁତ୍ ଉପଭୋକ୍ତା ମାନଙ୍କୁ  ଉତ୍ସାହିତ କରିବା ପାଇଁ ବକେୟା ବିଲ୍ ନଥିବା ଏବଂ ପ୍ରତ୍ୟେକ ମାସ ବିଦ୍ୟୁତ୍ ବିଲ ପଇଠ କରିଥିବା ଗ୍ରାହକ ମାନଙ୍କୁ ନେଇ ଏକ ଲଟେରୀ ଉଠାଣ ହୋଇ ତିନି ଜଣ ବିଦ୍ୟୁତ୍ ଉପଭକ୍ତା ବିବେଚିତ ହୋଇଥିଲେ । ବରପାଲି ସହରରୁ ଶିକ୍ଷକ ଉମେଶ ଚନ୍ଦ୍ର ପ୍ରଧାନ ପ୍ରଥମ ହୋଇ ଏକ ମୋବାଇଲ ଫୋନ, ବ୍ଲକ ଅଞ୍ଚଳ କୁସନପୁରି ଗ୍ରାମର ବ୍ଲକ କାର୍ଯ୍ୟନିର୍ବାହୀ ଅଧିକାରୀ ନିଲାଞ୍ଚଲ୍ ପ୍ରଧାନ ଦ୍ୱିତୀୟ,ଓ କେବାଡ ଗ୍ରାମର ବିଶ୍ଵନାଥ ରଣା ତୃତୀୟ ହୋଇ ପୁରସ୍କାର ପାଇଥିଲେ। ଟାଟା ପାୱାର ୱେଷ୍ଟନ ଓଡ଼ିଶା ଦିଷ୍ଟିବ୍ୟୁସନ୍ ଲିମିଟେଡ ପକ୍ଷରୁ ହୋଇଥିବା ଏହି କାର୍ଯ୍ୟକ୍ରମ ଉପଭୋକ୍ତା ମାନେ ଠିକ୍।     ସମୟରେ  ତାଙ୍କର ବିଲ ପଇଠ  କରି ବିଦ୍ୟୁତ ବିଭାଗର ଉନ୍ନତି କରିବା ସାଙ୍ଗକୁ ନିଜେ ଦେୟ୍ ମୁକ୍ତ ହେବା ପାଇଁ ଗୋଟିଏ ଅଭିନବ ପ୍ରୟାସ ସାଙ୍ଗକୁ ବିଦ୍ୟୁତ୍ ଉପଭୋକ୍ତା ମାନଙ୍କୁ ଗୋଟିଏ ସଚେତନ ବାର୍ତ୍ତା ସୃଷ୍ଠି କରିଛି । ଏହି କାର୍ଯ୍ୟକ୍ରମରେ ବରପାଲି ବିଦ୍ୟୁତ୍ ବିଭାଗ ଏସ ଡି ଓ ଶୁଭେନ୍ଦୁ ସାମନ୍ତ ରାୟ, ବରପାଲି ସେକ୍ସ ସନ୍ ଅଫିସର-୧ ପ୍ରକାଶ କୁମାର ରାଏ,ବରପାଲି ସେକ୍ସ ସନ୍ ଅଫିସର-୩ ରାକେଶ ରୋସନ୍ ରାଏ,ଏବଂ ସମସ୍ତ କର୍ମଚାରୀ ଙ୍କ ସମେତ ବିଦ୍ୟୁତ୍ ଗ୍ରାହକ ମାନେ ମଧ୍ୟ ଉପସ୍ଥିତ ଥିଲେ ।

Comments

Popular posts from this blog

ସାଂସଦ ଓ ବିଧାୟକ ଙ୍କ ବରପାଲି ଗସ୍ତ

ନଗର ଯାଦବ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ