ବରପାଲିରୁ ଏହ୍ଲାବାଦ ଅଭିମୁଖେ ବସସେବା


 ବରପାଲିରୁ ଏହ୍ଲାବାଦ ଅଭିମୁଖେ ବସସେବା  

 ବରପାଲି,୫।୧୨ (ଚିତ୍ତରଞ୍ଜନ ସାହୁ):ବରପାଲିରୁ ପ୍ରୟାଗରାଜ ଅଭିମୁଖେ ଏକ  ଯାତ୍ରିବାହୀ ବସର ଗୁରୁବାର ସୂଭାରମ୍ଭ ହୋଇଯାଇଛି। ସ୍ଥାନିୟ ବସଷ୍ଟାଣ୍ତରୁ ମୂଖ୍ଯଅତିଥି ଭାବରେ ବରିଷ୍ଠ ଧର୍ମପ୍ରାଣ ସମାଜସେବୀ ମୋତିଲାଲ ଅଗ୍ରୱାଲ ପୁଜାର୍ଚ୍ଚନା ସହ ବସକୁ ତାର ଗନ୍ତବ୍ୟସ୍ଥଳକୁ ମେଲାଣି ଦେଇଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ଚନ୍ଦନ ଅଗ୍ରୱାଲ,ଗଦାଧର ସିଂ,ଡ.ଶଙ୍କରଷଣ ମେହେର,ଯଦୁମଣି ବିଶି,ବିନୋଦ ଅଗ୍ରୱାଲା,ଅବନି ମେହେର,ରବି ବିଶି, ଗୋକୁଳ ପଧାନ,ପଦ୍ମ ଲୋଚନ ସାହୁ,ଧିରୋଜ ପଧାନ,ଲୁବୁରୁ ପଧାନ, ଅନିଲ ଅଗ୍ରୱାଲ,ମନିଶ ଅଗ୍ରୱାଲା,ସୁନିଲ ଅଗ୍ରୱାଲ,ଗୋବିନ୍ଦ ସାହୁ,ରାଘବ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଅଞ୍ଚଳବାସୀଙ୍କ ବହୁ ଦିନର ଆଶା ଓ ଭରସା ବିଜେପୁର ବିଧାୟକଙ୍କ ସାଧୁ ଉଦ୍ୟମ ଯୋଗୁ ସଫଳ ରୂପ ନେବା ସହିତ ଜନସାଧାରଣଙ୍କୁ ବେଶ ପ୍ରଭାବିତ କରିଥିବା ଦେଖାଯାଇଥିଲା। ଲୋକଙ୍କ ନିତ୍ଯାନ୍ତ ପ୍ରୟୋଜନ ହେଉଥିବା ଶୁଦ୍ଧିକ୍ରିୟା କାର୍ଯ୍ଯ,ଅସ୍ଥିପ୍ରବାହ ଅବା ପରିଭ୍ରମଣ ପାଇଁ ଲୋକଙ୍କ ବହୁଦିନରୁ ଦାବି ହୋଇଆସୁଥିଲା ଯାହାବି ହେଉ ବିଧାୟକଙ୍କ ଉଦ୍ୟମରୁ ସିଧାସଳଖ ଏହ୍ଲାବାଦକୁ ପ୍ରତିଦିନ ବସସେବା ଯାତାୟାତ ହୋଇପାରିଥିଲା। ପୁର୍ବରୁ ବରପାଲି ଅଞ୍ଚଳରୁ କୌଣସି ସଠିକ ବ୍ଯବସ୍ଥା ନଥିବାରୁ ଲୋକେ ଅସୁବିଧା ଭୋଗ କରିବା ସହ ଖର୍ଚ୍ଚାନ୍ତରେ ପଡୁଥିଲେ। । ଏହ୍ଲାବାଦର ସିଂ ପ୍ରୟାଗରାଜ ଟ୍ରାଭେଲ ପକ୍ଷରୁ ବସସେବା ଆରମ୍ଭ ହୋଇଥିଲା। ବସର ମାଲିକ ସଞ୍ଜୟ ସିଂଙ୍କ ସହାୟତାରେ ଅଂଚଳବାସୀ ଉଚିତ ସୁବିଧା ପ୍ରାପ୍ତି କରିଥିବା ବେଳେ ଅଞ୍ଚଳରେ ବେଶ ଆନନ୍ଦର ମାହୋଲ ଖେଳିଯାଇଥିଲା।  ବସଷ୍ଟାଣ୍ଡରୁ ଦୈନିକ ଅପରାହ୍ନ ୧ ଘଣ୍ଟା ସମୟରେ ବସଟି ବାହାରୁଥିବା ବେଳେ ତା ପରଦିନ ପୁର୍ବାହ୍ନ ୭ ଘଣ୍ଟା ସମୟରେ ଏହ୍ଲାବାଦରେ ପହଞ୍ଚିବ ବୋଲି ବସ ପରିଚାଳକ ଖୁରସିଦ ଅହମ୍ବଦ ଜଣାଇଥିଲେ । ବସଟି ଏସି ସ୍ଲିପର କୋଚର ସେବା ସହ ସାଧାରଣ ସିଟିଂର ବ୍ୟବସ୍ଥା ରଖାଯାଇଛି।

Comments

Popular posts from this blog

ସାଂସଦ ଓ ବିଧାୟକ ଙ୍କ ବରପାଲି ଗସ୍ତ

ନଗର ଯାଦବ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ