ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର


 ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର


ବରପାଲି, ତା ୧୫/୧୨/୨୦୨୪- ସ୍ଥାନୀୟ ସରସ୍ଵତୀ ସଂଘ ପକ୍ଷରୁ ରାବଣ ଗୁଡାଠାରେ  ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଶିବିରରେ ୧୨୦ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା ଅବସର ପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା. କାଳୀଚରଣ ଦାଶ ଡା. ସୁସ୍ମିତା ପଣ୍ଡା, ଡ଼ା. କଲ୍ୟାଣୀ କାଲ୍ସାଇ ଯୋଗ ଦେଇ ରୋଗୀଙ୍କୁ ପରୀକ୍ଷା କରିଥିଲେ l ଏହି  କାର୍ଯ୍ୟକ୍ରମରେ ଫାର୍ମାସିଷ୍ଟ ସୁଧାଂଶୁ ପାତ୍ର, ନୀଳାଞ୍ଚଳ ବାଗ, ଭୌତିକ ଚିକିତ୍ସକ ଡ଼ା. ସସୀମ ପଧାନ ସହଯୋଗ କରିଥିଲେ । ରୋଗୀମାନଙ୍କର ପଞ୍ଜୀକରଣ ଦାୟିତ୍ବରେ ପ୍ରଶାନ୍ତ ସାମଲ ଓ ପ୍ରତାପ ବିଶ୍ୱାଳ ଥିବା ବେଳେ ସୁନିତା କୁମ୍ଭାର ଓ ସେବତୀ ପଧାନ ସେମାନଙ୍କୁ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମରେ ସରସ୍ଵତୀ ସଂଘର ସଭାପତି ଲୀଳାବତୀ ତ୍ରିପାଠୀ, ସଂପାଦିକା ସୁନିତା ମୁଣ୍ଡ, ଘରଜୁଗୀ ଗଡତିଆ,ବେଦମତୀ ପରିଡାଙ୍କ ସହ ଅନ୍ୟାନ୍ୟ ସଦସ୍ୟାଗଣ ଉପସ୍ଥିତ ରହି କମ୍ବଳ ବାଣ୍ଟିଥିଲେ । ରାବଣଗୁଡା ଗ୍ରାମବାସୀଙ୍କ ସହାୟତାରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା ।

Comments