ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ


 ଅଦ୍ୟ ତା-୦୩/୧୨/୨୦୨୪ ରିଖ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ, ବରପାଲି ଆନୁକୂଲ୍ୟରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ ହୋଇଯାଇଛି। ଉଦଘାଟନୀ ସଭାରେ ସଭପତିତ୍ବ କରିଥିଲେ ବରପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁକୁନ୍ଦ ମହରା । ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦୁର୍ଯ୍ଯୋଧନ ସିଂହ, ବି ଆର୍ ଟି ମୁକୁନ୍ଦ ମେହେର ଓ ତୁଳାରାମ ସାହୁ, ଗଙ୍ଗାଧର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ରାଉତ ଯୋଗଦାନ କରିଥିଲେ।  ପ୍ରଥମେ ବାଗଦେବୀ ମା ସରସ୍ଵତୀଙ୍କ ଚରଣ ପଦ୍ମରେ ପ୍ରଦୀପ ପ୍ରଜ୍ଜ୍ଵଳନ ଓ ମା ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।  ଅତିଥି ମାନେ ଭିନ୍ନକ୍ଷମ ଶିକ୍ଷାର୍ଥୀ ମାନେ ଭବିଷ୍ୟତରେ କିଭଳି  ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିପାରିବେ ସେ ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ।  ପରେ ପରେ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ନୃତ୍ୟ, ସଙ୍ଗୀତ ଓ ମ୍ୟୁଜିକ୍ ଚେୟାର ଅନୁଷ୍ଠିତ ହୋଇଥିଲା।  ହଲଦିପାଲି , କାଇଁଶୀର୍ ଓ ଜଗନ୍ନାଥ ନଗର୍ ବିଦ୍ୟାଳୟରୁ ଆସିଥିବା ଶିକ୍ଷାର୍ଥୀ ମାନେ ମନୋରଞ୍ଜନ ପାଇଁ ନୃତ୍ୟ ପରିବେଷଣ କରିଥିଲେ। ଉଦଘାଟନୀ ସଭା ଓ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରପାଲି ଚିକିତ୍ସାଳୟ ର ମୁଖ୍ୟ ମେଡିକାଲ ଅଫିସର ରାଜେଶ ବେହେରା ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦୁର୍ଯ୍ଯୋଧନ ସିଂହ ଓ ରତ୍ନ କୁମାର ଭୋଇ ଯୋଗଦାନ କରିଥିଲେ। ଉକ୍ତ ସଭାରେ କୃତିତ୍ଵ ହାସଲ କରିଥିବା ଭିନ୍ନକ୍ଷମ ଶିକ୍ଷାର୍ଥୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସଭା ସଂଯୋଜନା ଶିକ୍ଷକ ସୋହନ ପଧାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମଟି ବି ଆର୍ ଟି ମୁକୁନ୍ଦ ମେହେର ଓ ତୁଳାରାମ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମ୍ପାଦିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମିହିର ପଧାନ, ନୃପରାଜ  ଦାସ,   ସି ଆର୍ ସି ସି  ସ୍ରିନିବାସ ପଧାନ, ଅନିଲ ଦାସ,ମିଥୁନ ସାହୁ, କ୍ଷେତ୍ର ମେହେର, ରବିନାରାୟଣ ମହାପାତ୍ର, ଅଶୋକ ସାହୁ, ଲୁପାଞ୍ଚନ ବାରିକ, ଉତ୍ତମ ଦେହୁରୀ ଆବଶ୍ୟକୀୟ ସାହାଯ୍ୟ ସହଯୋଗ ପ୍ରଦାନ କରିଥିଲେ।

Comments

Popular posts from this blog

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ

ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା