Posts

Showing posts from February, 2025

ଘେଁସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

Image
 ବରଗଡ଼ :  ଘେଁସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ରାସ୍ତା କଡରେ ଛିଡ଼ା ହୋଇଥିବା ଏକ ଟ୍ରକ କୁ ପଛପଟୁ ପିଟିଲା ସ୍କୋରର୍ପିଓ l ଜଣେ ମୃତ ୪ ଗୁରୁତର ।   ସ୍ଥାନୀୟ ଲୋକେ ଉଦ୍ଧାର କରି ବରଗଡ଼ ମୁଖ୍ୟ ଚିକିତ୍ସାଳୟ କୁ ପଠାଇଛନ୍ତି l ଯାତ୍ରୀ ମାନେ ଛତିଶଗଡ଼ ରାଜ୍ୟ ରାୟଗଡ ର ବୋଲି ପ୍ରାଥମିକ ସୂଚନା ମିଳିଛି l ଗାଡ଼ିରେ ଦୁଇଜଣ ମହିଳା ଓ ଦୁଇ ଶିଶୁଙ୍କ ସମେତ ସମୁଦାୟ 5 ଜଣ ଥିବା ସୂଚନା ମିଳିଛି l  ଘଟଣା ସ୍ଥାଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଗୁରୁତରଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଛନ୍ତି ସ୍ଥାନୀୟ ଲୋକେ l

ପ୍ରେମ ପ୍ରତାରଣା କରି ଗିରଫ ହେଲେ ବରଗଡ଼ ଆକାଶ ମୋଟର୍ସ ମାଲିକ ଆକାଶ ଅଗ୍ରୱାଲ

Image
 ଚର୍ଚ୍ଚାରେ ବ୍ୟବସାୟୀଙ୍କ ପ୍ରେମ କାହାଣୀ,  ପ୍ରେମ ପ୍ରତାରଣା କରି ଗିରଫ ହେଲେ ବରଗଡ଼ ଆକାଶ ମୋଟର୍ସ ମାଲିକ ଆକାଶ ଅଗ୍ରୱାଲ  ବରଗଡର ଜଣେ ଜଣଶୁଣା ବ୍ୟବସାୟୀ  ଆକାଶ ଅଗ୍ରୱାଲଙ୍କ ପ୍ରେମ କାହାଣୀ ଚର୍ଚ୍ଚାରେ ରହିଛି । ନିଜେ ବିବାହିତ ହୋଇଥିଲେ ବି ଜଣେ ମହିଳାଙ୍କ ସହ ଦୀର୍ଘ ବର୍ଷ ହେଲା ପ୍ରେମ ସଂପର୍କ ରଖିଥିଲେ । ଶେଷରେ ବିବାହର ପ୍ରତିଶ୍ରୁତି ଦେଇ ନିଜ ନିକଟରେ ଆଣି ରଖିଥିଲେ । ବର୍ଷ ବର୍ଷ ଧରି ଶାରୀରିକ ସଂପର୍କ ରଖିବା ପରେ ସେ ଧୋକା ଦେଇଥିବା ନେଇ ପିଡିତା ମହିଳା ବରଗଡ ଟାଉନଥାନାରେ ଏତଲା ଦେଇଛନ୍ତି । ପୁଲିସ ଏତଲାକୁ ଭିତ୍ତି କରି କେସ ନଂ ୯୨ରେ ମାମଲା ରୁଜୁ କରି ବ୍ୟବସାୟୀ ଆକାଶ ଅଗ୍ରୱାଲଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ମହିଳାଙ୍କ ଲିଖିତ ଅଭିଯୋଗରୁ ଯାହା ଜଣାପଡିଛି, ଗତ ୨୦୧୨ ମସିହାରେ ଆକାଶ ଓ ମହିଳାଙ୍କ ସହ ଦେଖା ହୋଇଥିଲା ।ତେବେ ଭୁବନେଶ୍ୱର  ର ମହିଳା ଜଣକ ହୋଇଥିବା ବେଳେ ତାଙ୍କ ସହ ଧିରେ ଧିରେ ପ୍ରେମ ସଂପର୍କ ଗଢିଉଠିଥିଲା ହେଲେ ତାହା ଥିଲା ପ୍ରତାରଣା ର ପ୍ରେମ । ଇତି ମଧ୍ୟରେ ଗତ ୨୦୨୨ ମସିହାରେ ସେ ବିବାହ କରିବେ କହି ବରଗଡକୁ ମହିଳା ଙ୍କୁ ଡାକିଥିଲେ ଆକାଶ । ଏବଂ ଏକ ଘରୋଇ ହୋଟେଲରେ ତାଙ୍କୁ ରଖି ବହୁ ଦିନ ଧରି ଶାରିରୀକ ସଂପର୍କ ରଖିଥିଲେ ।କିନ୍ତୁ ଏବେ ପ୍ରତାରଣା କରିଥିବା ଉଲ୍ଲେଖ କରିଛନ୍ତି । ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଲାଇଛି ।

ବରଗଡ଼ ଇସ୍କନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

Image
 ବରଗଡ଼ ଇସ୍କନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ  ବରଗଡ଼ କାଳୀ ମନ୍ଦିର ନିକଟସ୍ଥ ଇସ୍କନ କେନ୍ଦ୍ର ରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି ।    ଏଥିରେ ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରରେ ବରଗଡ଼ ଇସ୍କନ ର ପ୍ରଧାନ ସେବକ ରସରାଜ ରାଧିକେଶ ଦାଶ ପ୍ରଭୁ ବିଗତ ଦିନମାନଙ୍କରେ ଇସ୍କନ ପକ୍ଷରୁ କି କି କାର୍ଯ୍ୟକ୍ରମ ହୋଇଥିଲା ଏବଂ ଆଗାମୀ ଦିନରେ ଆଉ କ'ଣ କ'ଣ କାର୍ଯ୍ୟକ୍ରମ କରାଯିବ ସେ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ !    ଏହି ପରିପ୍ରେକ୍ଷୀରେ ବରଗଡ଼ ସବ୍ ଜେଲରେ ପ୍ରତି ଶନିବାର ଦିନ ଏବଂ ସୋହେଲା ସବ ଜେଲ ରେ ପ୍ରତି ପନ୍ଦର ଦିନରେ ଜେଲ ଅନ୍ତେବାସୀ ମାନଙ୍କୁ ସମାଜ ର ମୁଖ୍ୟ ଶ୍ରୋତ ରେ ସାମିଲ କରିବା ପ୍ରୟାସ ରେ ଆଧ୍ୟାତ୍ମିକ ପ୍ରବଚନ ଦେଇ ଅନ୍ତେବାସୀ ମାନଙ୍କ ମାନସିକ ପରିବର୍ତ୍ତନ ଆଣିବା ଇସ୍କନ ର ଲକ୍ଷ ଏବଂ ଏହା ସହିତ ବରଗଡ଼ ର ସମସ୍ତ ସ୍କୁଲ କଲେଜର ଛାତ୍ରଛାତ୍ରୀମାନଙ୍କୁ ଆଧ୍ୟାତ୍ମିକ ପ୍ରବଚନ ମାଧ୍ୟମରେ ମନରେ ଏକାଗ୍ରତା ଓ ଭବିଷ୍ୟତ ରେ ଏକ ଉତ୍ତମ ନାଗରିକ ଗଠନ କରିବା ଇସ୍କନ ର ଲକ୍ଷ ବୋଲି ମଞ୍ଚାସିନ ଇସ୍କନ ପ୍ରଚାରକ ମାନେ ମତବ୍ୟକ୍ତ କରିଥିଲେ !   ଆଗାମୀ ଦିନରେ ପଦ୍ମପୁର ସବ୍ ଜେଲରେ ଏହିପରି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରାଯିବ ବୋଲିି ଅଭିଜିତ ପ୍ରଭୁ ସୂଚନା ପ୍ରଦାନ କରିଥିଲେ !    ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ...

ହରି ହର ଭେଟ ପାଇଁ ପ୍ରସ୍ତୁତି ବୈଠକ

Image
 ହରି ହର ଭେଟ ପାଇଁ ପ୍ରସ୍ତୁତି ବୈଠକ। ବରପାଲି ତା:୨୨-୦୨(ଚିତ୍ତରଞ୍ଜନ ସାହୁ) ବରପାଲି ର ହରି ହର ଭେଟ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଛି। ଶୀତଳ ଷଷ୍ଠୀ ଯାତ୍ରା କମିଟି ର ସଭାପତି ଆନନ୍ଦ ବାବୁ ଙ୍କ ଅଧ୍ୟକ୍ଷତା ରେ  ଭଣ୍ଡାର ଗୃହ ରେ(ନୃପରାଜ କ୍ଲବ)ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକ ରେ ଆସନ୍ତା ୧୪ ତାରିଖ ଶୁକ୍ରବାର ହରିହର ଭେଟ ଯାତ୍ରା କୁ ବିଗତ ବର୍ଷ ଠାରୁ ଅଧିକ ଚଳିତ ୫୫ତମ ହରିହର ଭେଟ କୁ ଆକର୍ଷଣୀୟ କରାଯିବ । ଯାତ୍ରା ରେ ଭକ୍ତ ଙ୍କ ପ୍ରବଳ ଜନସମାଗମ କୁ ଲକ୍ଷ କରି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରି ଅଧିକ ପୋଲିସ ମୁତୟନ, ଯାତ୍ରା ସମୟରେ ବିଦ୍ୟୁତ୍ ସରବରାହ ବ୍ୟାହତ ନ ହେବା ପାଇଁ ବିଦ୍ୟୁତ୍ ବିଭାଗ କୁ ଲିଖିତ ଅନୁରୋଧ କରାଯିବ ବୋଲି ବୈଠକ ରେ ପ୍ରସ୍ତାବ ଗୃହୀତ ହୋଇଛି । ଏହି ବୈଠକ ରେ ଯାତ୍ରା କମିଟି ର ସମ୍ପାଦକ ଜୟନ୍ତ କୁମାର ତ୍ରିପାଠୀ, ପଣ୍ଡିତ ହେମନ୍ତ ମିଶ୍ର, ପୀନାକି ଦାଶ ଙ୍କ ସମେତ ବହୁ ସଭ୍ୟ ଉପସ୍ଥିତ ଥିଲେ।

ମହିମା କାବ୍ୟର ବାନ୍ଧ କଲା ପାଇଁ ବାନ୍ଧ ଶିଳ୍ପୀ ଡ ସୁରେନ୍ଦ୍ର ମେହେର ହେଲେ ସମ୍ମାନିତ

Image
 ମହିମା କାବ୍ୟାର  ବାନ୍ଧା  କଲା ପାଇଁ ବାନ୍ଧ ଶିଳ୍ପୀ ଡ ସୁରେନ୍ଦ୍ର ମେହେର ହେଲେ ସମ୍ମାନିତ. ବରଗଡ -ବିଶ୍ୱ ପ୍ରସିଦ୍ଧ ସମ୍ବଲପୁରୀ ବାନ୍ଧ ଓ ବୟନ କଳାକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ତାର ପ୍ରତିଷ୍ଠା ବଜାୟ ରଖିବା ପାଇଁ ଆନ୍ତର୍ଜାତିକ ସୁଖ୍ୟାତି ଲାଭ କରିଥିବା ବରଗଡ ଜିଲ୍ଲା ବରପାଲି ବାନ୍ଧ ଶିଳ୍ପୀ ଡ଼. ସୁରେନ୍ଦ୍ର ମେହେରଙ୍କ ଆଉ ଏକ ପ୍ରଚେଷ୍ଟା ସଫଳ ହୋଇ ପାରିଛି l ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ଅମୂଲ୍ୟ କୃତି 'ମହିମା' କାବ୍ୟକୁ ଦୀର୍ଘ ୩୦ ଫୁଟ ଲମ୍ବର ବାନ୍ଧ କଳାରେ ବୁଣି ଗତବର୍ଷ କବିଙ୍କ ଶ୍ରାଦ୍ଧ ଶତବାର୍ଷିକୀ ପାଳନ ଅବସରରରେ, କୂଳପତି, ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ, ସମ୍ବଲପୁରଙ୍କ କରକମଳରେ ଉନ୍ମୋଚନ ହୋଇଥିଲା l ପରବର୍ତ୍ତୀ ସମୟରେ ଓଡିଶା ରାଜ୍ୟ ସଂଗ୍ରହାଳୟ, ଭୁବନେଶ୍ୱର ଠାରେ ତାହା ସଂଗୃହିତ ହୋଇ ରହିଛି l ସେହି 'ମହିମା' କାବ୍ୟର ବାନ୍ଧ କଳା ପାଇଁ ନୂଆଁଦିଲ୍ଲୀ ଠାରେ ଅବସ୍ଥିତ, "INDIA BOOK OF RECORD" ପ୍ରତିଷ୍ଠାନ ତରଫରୁ ଅନୁଷ୍ଠିତ ତାଙ୍କର ଆନ୍ତର୍ଜାତୀୟ ସମାବର୍ତନ ଉତ୍ସବରେ ତାଙ୍କୁ ଉକ୍ତ ସମ୍ମାନରେ ସମ୍ମାନୀତ କରିଛନ୍ତି l ଏହା ଆମ ଅଞ୍ଚଳ ପାଇଁ ତଥା ବାନ୍ଧ କଳା ଜଗତ ପାଇଁ ବହୁତ ଗୌରବର ବିଷୟ l ଏହି ସମ୍ମାନ ପାଇଁ, ଡ଼. ମେହେରଙ୍କୁ କଳା ଭାରତୀ ସଂଗ୍ରହାଲୟ, ବରପାଲି ତଥା ବହୁ ଅନୁଷ୍ଠାନ ଏବଂ ବୁଣାକାର ମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି l

ଓରାଲ କେନ୍ସର ସର୍ଜିକାଲ ଡ଼େ ପାଇଁ ବରଗଡ଼ କ୍ରିଷ୍ଣା ବିକାଶ ସ୍ଥିତ ଅଡ଼ିଟେରିୟମ୍ ଠାରେ ଏକ ସଚେତନତା ସିବିର ଅନୁଷ୍ଠିତ

Image
  ଓରାଲ କେନ୍ସର ସର୍ଜିକାଲ ଡ଼େ ପାଇଁ ବରଗଡ଼ କ୍ରିଷ୍ଣା ବିକାଶ ସ୍ଥିତ ଅଡ଼ିଟେରିୟମ୍  ଠାରେ ଏକ ସଚେତନତା ସିବିର ଅନୁଷ୍ଠିତ । ବରଗଡ଼ -ଓରାଲ କେନ୍ସର ସର୍ଜିକାଲ ଡ଼େ ପାଇଁ ବରଗଡ଼ କ୍ରିଷ୍ଣା ବିକାଶ ସ୍ଥିତ ଅଡ଼ିଟେରିୟମ୍  ଠାରେ ଏକ ସଚେତନତା ସିବିର ଅନୁଷ୍ଠିତ ହୋଇଯାଇଛି । ତମ୍ବାଖୁ ,ସିଗାରେଟ୍, ବିଡ଼ି ,ଗୁଡ଼।ଖୁ  , ଗୁଟଖ ଓ ଖଇନି ହିଁ ଏହାର ମୂଖ୍ୟ କାରଣ ହୋଇଥିବା ବେଳେ କିପରି ଏପରି ଦ୍ରବ୍ୟ ସେବନ ଠାରୁ ଦୂରେଇ ରହିବେ ଓ କେନ୍ସର ବକୁ ପ୍ରାଥମିକ ସ୍ଥରରେ କିପରି ଚିହ୍ନିପାରିବେ ଓ ତୁରନ୍ତ କିପରି ସ୍ୱାସ୍ଥ୍ୟ ସେବା ପାଇପାରିବେ ସେନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏବଂ କ୍ରିଷ୍ଣା ବିକାଶ ମେଡ଼ିକାଲରେ ବିଭିନ୍ନ ପ୍ରକାରର ଅସ୍ତ୍ରୋପଚାର ସହ ସମସ୍ତ ରୋଗର ନିରାକରଣ ପାଇବାର ବ୍ୟବସ୍ଥା ରହିଥିବା ବେଳେ ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟ କାର୍ଡ଼ ଓ ସ୍ୱାସ୍ଥ୍ୟ ବୀମା ଧାରି ମାନେ ମଧ୍ୟ ଚିକିତ୍ସା ସେବା ପାଇ ପାରିବେ ବୋଲି ବିକାଶ ମେଡ଼ିକାଲ ପକ୍ଷରୁ କୁହାଯାଉଛି ସେହିପରି ଡ଼ାକ୍ତର ମଧ୍ୟ ଏହାଠାରୁ ଦୂରେ  କିପରି ସଚେତନ ଅବଲମ୍ବନ କରାଯାଇପାରିବ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନେକ ରୋଗୀ ଓ ସଂପର୍କୀୟଙ୍କ ସହ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ମୂଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ  କ୍ରୀଷ୍ଣା ବିକାଶ ଗୃପର MD  ବିବେକ ଦଶାରୀ...

ବିଶ୍ଵ କର୍କଟ ଦିବସ ଅବସରରେ ସଚେତନତା ଶୋଭାଯାତ୍ରା

Image
 ବିଶ୍ଵ କର୍କଟ ଦିବସ ଅବସରରେ ସଚେତନତା ଶୋଭାଯାତ୍ରା ବରଗଡ -୦୪.୦୨(ଚିତ୍ତରଞ୍ଜନ ସାହୁ) ବରଗଡ ଜିଲ୍ଲା ବରପାଲି ଠାରେ ବିଶ୍ଵ କର୍କଟ ଦିବସ ପାଳନ ଅବସରରେ ବରଗଡ ଫାଇଟର ଗ୍ରୁପ, ସାମ୍ବାଦିକ ସଂଘ , ଲିଟିଲ ଏଞ୍ଜେଲସ ପବ୍ଲିକ ସ୍କୁଲର ଜୁନିୟର ରେଡ୍‌କ୍ରସ ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ,ବରପାଲି ସାମ୍ବାଦିକ ସଂଘ ଏବଂ ବରପାଲି ମହାବିଦ୍ୟାଳୟର ଏନ୍‌ଏସ ଏସ୍ ଦଳ ମିଳିତଭାବେ ସ୍ଥାନୀୟ ଲିଟିଲ ଏଞ୍ଜେଲସ ପବ୍ଲିକ ସ୍କୁଲ ପରିସରରୁ କର୍କଟ ରୋଗର ନିରାକରଣ ପାଇଁ ଜନସଚେତନତା ସୃଷ୍ଟି କରିବାକୁ ଏକ ପଦଯାତ୍ରାର  ଆରମ୍ଭ ହୋଇ ସହରରେ ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ବରପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡ଼ା.  ରାଜେଶ କୁମାର ବେହେରା ଓ ଲିଟିଲ ଏଞ୍ଜେଲସ ପବ୍ଲିକ ସ୍କୁଲର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ସୁନିତା ମୁଣ୍ଡ ,ବରପାଲି ସାମ୍ବାଦିକ ସଂଘ ସଭାପତି ଚିତ୍ତରଞ୍ଜନ ସାହୁ, ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟ ଅଧ୍ୟକ୍ଷା ମଧୁସ୍ମିତା ମୁଣ୍ଡ, ଉପାଧ୍ୟକ୍ଷ ସୁଶୀଳ କୁମାର ରଥ, ପ୍ରଶାସନିକ ଅଧିକାରୀ ମିନତି ପ୍ରଧାନ ଯୋଗ ଦେଇଥିଲେ । ଏହି ଯାତ୍ରା ସ୍ଳୋଗାନ ସହ ଷ୍ଟେଟବ୍ୟାଙ୍କ ଛକ ଦେଇ ଶ୍ୟାମାଛକ,ଡାକ୍ତରଖାନା ଛକ, ଅଶୋକ କ୍ଳବ ଦେଇ ଗାନ୍ଧିଛକଠାରେ ପହୁଞ୍ଚିଥିଲା ।ଏଥିରେ ସୁନିତା ମୁଣ୍ଡ, ନିବେଦିତା ସାହୁ,ମଧୁସ୍ମିତା ମୁଣ୍ଡ, ବାଲକିଶୋର ଖାଡଙ୍ଗା,ପଦ୍ମଲୋଚନ ସାହୁ, ...