ବରଗଡ଼ ଇସ୍କନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ


 ବରଗଡ଼ ଇସ୍କନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ 

ବରଗଡ଼ କାଳୀ ମନ୍ଦିର ନିକଟସ୍ଥ ଇସ୍କନ କେନ୍ଦ୍ର ରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । 

  ଏଥିରେ ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରରେ ବରଗଡ଼ ଇସ୍କନ ର ପ୍ରଧାନ ସେବକ ରସରାଜ ରାଧିକେଶ ଦାଶ ପ୍ରଭୁ ବିଗତ ଦିନମାନଙ୍କରେ ଇସ୍କନ ପକ୍ଷରୁ କି କି କାର୍ଯ୍ୟକ୍ରମ ହୋଇଥିଲା ଏବଂ ଆଗାମୀ ଦିନରେ ଆଉ କ'ଣ କ'ଣ କାର୍ଯ୍ୟକ୍ରମ କରାଯିବ ସେ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ ! 

  ଏହି ପରିପ୍ରେକ୍ଷୀରେ ବରଗଡ଼ ସବ୍ ଜେଲରେ ପ୍ରତି ଶନିବାର ଦିନ ଏବଂ ସୋହେଲା ସବ ଜେଲ ରେ ପ୍ରତି ପନ୍ଦର ଦିନରେ ଜେଲ ଅନ୍ତେବାସୀ ମାନଙ୍କୁ ସମାଜ ର ମୁଖ୍ୟ ଶ୍ରୋତ ରେ ସାମିଲ କରିବା ପ୍ରୟାସ ରେ ଆଧ୍ୟାତ୍ମିକ ପ୍ରବଚନ ଦେଇ ଅନ୍ତେବାସୀ ମାନଙ୍କ ମାନସିକ ପରିବର୍ତ୍ତନ ଆଣିବା ଇସ୍କନ ର ଲକ୍ଷ ଏବଂ ଏହା ସହିତ ବରଗଡ଼ ର ସମସ୍ତ ସ୍କୁଲ କଲେଜର ଛାତ୍ରଛାତ୍ରୀମାନଙ୍କୁ ଆଧ୍ୟାତ୍ମିକ ପ୍ରବଚନ ମାଧ୍ୟମରେ ମନରେ ଏକାଗ୍ରତା ଓ ଭବିଷ୍ୟତ ରେ ଏକ ଉତ୍ତମ ନାଗରିକ ଗଠନ କରିବା ଇସ୍କନ ର ଲକ୍ଷ ବୋଲି ମଞ୍ଚାସିନ ଇସ୍କନ ପ୍ରଚାରକ ମାନେ ମତବ୍ୟକ୍ତ କରିଥିଲେ ! 

 ଆଗାମୀ ଦିନରେ ପଦ୍ମପୁର ସବ୍ ଜେଲରେ ଏହିପରି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରାଯିବ ବୋଲିି ଅଭିଜିତ ପ୍ରଭୁ ସୂଚନା ପ୍ରଦାନ କରିଥିଲେ ! 

  ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଜୟ ମୁକୁନ୍ଦ ପ୍ରଭୁ, ଚନ୍ଦ୍ର ବଦନ ପ୍ରଭୁ, ଗୋପିନାଥ ପ୍ରଭୁ, ତପସ୍ଵିନୀ, ଶ୍ରୀନିବାସ,ରାଧା, ସୁସ୍ମିତା, ସୁରେଶ୍ଵରୀ, ବୃନ୍ଦାବତୀ, ଶ୍ରୀବତ୍ସ,ବିଜୟ, ତନୁଜା ପାତ୍ର ଆଦି ଯୋଗଦେଇଥିଲେ !

ଆସନ୍ତା ମାର୍ଚ୍ଚ ୧୪ ତାରିଖ ଦିନ ବରଗଡ଼ ଇସ୍କନ ପକ୍ଷରୁ ପୁଷ୍ପ ହୋଲି ଖେଳାଯିବ ଏବଂ ଏଥିରେ ସମସ୍ତ ସାମ୍ବାଦିକ ବନ୍ଧୁ ସାମିଲ ହେବାକୁ ନିମନ୍ତ୍ରଣ କରିଥିଲେ !

 ଏହା ସହିତ ବରଗଡ଼ ର ସମସ୍ତ ଜନସାଧାରଣ ବିଷାକ୍ତ ରଙ୍ଗ ହୋଲି ନ ଖେଲି ଏହି ପୁଷ୍ପ ହୋଲି ରେ ସାମିଲ ହେବାକୁ ଅନୁରୋଧ କରିଥିଲେ !

  ବରଗଡ଼ ଇସ୍କନ ପ୍ରଚାରକ ଅଭିଜିତ ପ୍ରଭୁ ମଞ୍ଚ ସଂଚାଳନ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ !

Comments

Popular posts from this blog

ସାଂସଦ ଓ ବିଧାୟକ ଙ୍କ ବରପାଲି ଗସ୍ତ

ନଗର ଯାଦବ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ